କୋଭିଡ୍ ନିୟମ ଉଲ୍ଲଂଘନ କଲେ ଆମୀର, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦରେ ଫସିଲେ ବଲିଉଡ୍ ପର୍ଫେକ୍ସନିଷ୍ଟ ଆମୀର ଖାନ। ଆଜିକାଲି ସେ ନିଜ ଅପକମିଂ ଫିଲ୍ମ ଲାଲ ସିଂହ ଚଡ୍ଡାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ହେଲେ କିଛି ଦିନ ତଳେ ସେ ଫିଲ୍ମର ଶୁଟିଂ ପାଇଁ ଉତ୍ତର ପ୍ରଦେଶର ଗାଜିଆବାଦରେ ଥିଲେ। ଗାଜିଆବାଦରେ ଆମୀରଙ୍କ ଫିଲ୍ମ ଶୁଟିଂକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖାଲି ବିବାଦ ନୁହେଁ ତାଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ସୂଚନାନୁସାରେ, ଗାଜିଆବାଦରେ ଆମୀର ଅଛନ୍ତି ବୋଲି ଜଣାପଡ଼ିବା ପରେ […]

aamir-khan

Pragnya Choudhury
  • Published: Sunday, 01 November 2020
  • , Updated: 01 November 2020, 03:09 PM IST

ନୂଆଦିଲ୍ଲୀ: ବିବାଦରେ ଫସିଲେ ବଲିଉଡ୍ ପର୍ଫେକ୍ସନିଷ୍ଟ ଆମୀର ଖାନ। ଆଜିକାଲି ସେ ନିଜ ଅପକମିଂ ଫିଲ୍ମ ଲାଲ ସିଂହ ଚଡ୍ଡାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ହେଲେ କିଛି ଦିନ ତଳେ ସେ ଫିଲ୍ମର ଶୁଟିଂ ପାଇଁ ଉତ୍ତର ପ୍ରଦେଶର ଗାଜିଆବାଦରେ ଥିଲେ। ଗାଜିଆବାଦରେ ଆମୀରଙ୍କ ଫିଲ୍ମ ଶୁଟିଂକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖାଲି ବିବାଦ ନୁହେଁ ତାଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

ସୂଚନାନୁସାରେ, ଗାଜିଆବାଦରେ ଆମୀର ଅଛନ୍ତି ବୋଲି ଜଣାପଡ଼ିବା ପରେ ଫ୍ୟାନମାନେ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ଏଣୁ ଆମୀରଙ୍କ ଝଲକ ପାଇବାକୁ ଅନେକ ଫ୍ୟାନ୍ ତାଙ୍କ ଶୁଟିଂସ୍ଥଳରେ ଏକାଠି ହୋଇଥିଲେ। ତେବେ ଫ୍ୟାନମାନଙ୍କୁ ନିରାଶ ନ କରି ଆମୀର ସମସ୍ତଙ୍କ ସହ ଫଟୋ କ୍ଲିକ୍ କରିଥିଲେ। ହେଲେ ଏହି ସମୟରେ ନା ଆମୀର ମାସ୍କ ପିନ୍ଧିଥିଲେ ନା ତାଙ୍କ ଫ୍ୟାନମାନେ।

କରୋନା ମହାମାରୀ ସଙ୍କଟ ସମୟରେ ଲାଗୁ କଟକଣାକୁ ବେଖାତିର କରି ମାସ୍କ ନ ପିନ୍ଧିବା ଏକ ବଡ଼ ଅଭିଯୋଗ। ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର କରୋନା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଆମୀରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ଆଗକୁ ଆମୀରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା।

ପ୍ରକାଶ ଥାଉ କି, କିଛି ଦିନ ତଳେ ଆମୀର ଖାନ ଲାଲ ସିଂହ ଚଡ୍ଡାର ଶୁଟିଂ ସମୟରେ ଆହତ ହୋଇଯାଇଥିଲେ। ଏକ ଆକ୍ସନ ସିନ୍ ଶୁଟ୍ କଲାବେଳେ ଆମୀରଙ୍କୁ ଆଘାତ ଲାଗିଥିଲା। ତଥାପି ସେ ଫିଲ୍ମ ଶୁଟିଂକୁ ବନ୍ଦ ହେବାକୁ ଦେଲେନାହିଁ। ନିଜ କାମକୁ ନେଇ ଆମୀର ଖୁବ୍ ଗମ୍ଭୀର। ହୁଏତ ଏଥିପାଇଁ ସେ ଆଜିଯାଏ ବଲିଉଡରେ ମିଷ୍ଟର ପର୍ଫେକ୍ସନିଷ୍ଟ ଭାବେ ପରିଚିତ।

Related story