Advertisment

ସନ୍ନି ଦେଓଲଙ୍କୁ 'Y' ସୁରକ୍ଷା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା ‘Y’ କ୍ୟାଟେଗୋରୀ ସୁରକ୍ଷା। କୃଷକ ଆନ୍ଦୋଳନକୁ ନଜରରେ ରଖି କେନ୍ଦ୍ର ସରକାର ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି। ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ପରେ ସନ୍ନିଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ତାଙ୍କ ସହ କେନ୍ଦ୍ର ସୁରକ୍ଷାବଳର ଗୋଟିଏ ଟିମ ସର୍ବଦା ଉପସ୍ଥିତ ରହିବ । Y […]

ଅଦ୍ୟତନ ହୋଇଛି
ସନ୍ନି ଦେଓଲଙ୍କୁ 'Y' ସୁରକ୍ଷା

sunny deol

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା 'Y' କ୍ୟାଟେଗୋରୀ ସୁରକ୍ଷା। କୃଷକ ଆନ୍ଦୋଳନକୁ ନଜରରେ ରଖି କେନ୍ଦ୍ର ସରକାର ତାଙ୍କୁ 'Y' କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି। ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ପରେ ସନ୍ନିଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ତାଙ୍କ ସହ କେନ୍ଦ୍ର ସୁରକ୍ଷାବଳର ଗୋଟିଏ ଟିମ ସର୍ବଦା ଉପସ୍ଥିତ ରହିବ । Y ଶ୍ରେଣୀ ସୁରକ୍ଷାରେ ତାଙ୍କ ସହ ୧୧ ଯବାନ ଓ ୨ ଜଣ ପିଏସ୍‌ଓ ରହିବେ।

Advertisment

ଗତ ସପ୍ତାହରେ ଗୁର୍ଦାସପୁର ସାଂସଦ ସନ୍ନି ଦେଓଲ ଚାଷୀ ଆନ୍ଦୋଳନକୁ ନେଇ ଏକ ଟ୍ବିଟ କରିଥିଲେ।  ତାଙ୍କ ଟ୍ବିଟକୁ ନେଇ ବିବାଦ ଉଠିଥିଲା। ସେ କହିଥିଲେ, ଏହି ମାମଲା ସରକାର ଏବଂ କୃଷକଙ୍କ ମଧ୍ୟରେ ରହିବା ଉଚିତ । ଅନେକ ଲୋକେ କୃଷକଙ୍କୁ ଉସକାଉଛନ୍ତି, ଏହା କରିବା ବନ୍ଦ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଏଥିସହ ସେ କହିଥିଲେ ଅନେକ ଲୋକେ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଏବଂ ସମସ୍ୟା ଉତ୍ପନ୍ନ କରୁଛନ୍ତି । ସେମାନେ ଚାଷୀ କଥା ଭାବନ୍ତୁ ନାହିଁ। ସେମାନଙ୍କ ନିଜର ଏଜେଣ୍ଡା ରହିଛି । ସରକାରଙ୍କ ସହ ଶାନ୍ତି ପୂର୍ଣ୍ଣ କଥାବାର୍ତ୍ତା ପରେ ନିଶ୍ଚୟ କିଛି ନିଷ୍କର୍ସ ବାହାରିବ। ଆମ ସକରାର ସବୁ ବେଳେ କୃଷକଙ୍କ ସହ କଥା ହେବାକୁ ରାଜି ଅଛନ୍ତି ବୋଲି ସେ କହିଥିଲେ । ସନ୍ନି ଦେଓଲଙ୍କ ଏହି ଟ୍ବିଟକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

Advertisment

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପଞ୍ଜାବ ଗୁର୍ଦାସପୁର ସାଂସଦ ସନ୍ନି ଦେଓଲ କୃଷି ଆଇନକୁ ନେଇ ଚୁପ ରହିଥିଲେ । କେବଳ ସେତିକି ନୁହେଁ କୃଷକ ଆନ୍ଦୋଳନକୁ ନେଇ ମଧ୍ୟ କିଛି ମୁହଁ ଖୋଲିନଥିଲେ। ଏହାକୁ ନେଇ ପ୍ରଶ୍ନ ଉଠିଥିଲା।

ଆଗକୁ ପଢ଼ନ୍ତୁ : କୃଷକଙ୍କ ସମର୍ଥନରେ ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ର

Farmer Protest New Farmer Bill Sunny Deol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe