Advertisment

ବଲିଉଡରେ ଏଣ୍ଟ୍ରି କରୁଛନ୍ତି ସଚିନଙ୍କ ଝିଅ ଶ୍ରେୟା

ମୁମ୍ବାଇ: ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଷ୍ଟାରଙ୍କ ଝିଅ। ତାଙ୍କୁ ଦେଖିବାକୁ ମିଳିବ କିଙ୍ଗଖାନଙ୍କ ବିପକ୍ଷରେ। ଏପରି ସୌଭାଗ୍ୟ ପାଇବାକୁ ଯାଉଛନ୍ତି ‘ଗୀତ ଗାତା ଚାଲ’ର ଷ୍ଟାର ସଚୀନ ପିଲଗୋନକାରଙ୍କ ଅଲିଅଳି ତନୟା ‘ଶ୍ରେୟା’। ସେ ଏସଆରକେ (ଶାହାରୁଖ ଖାନ୍)ଙ୍କ ଅପକମିଂ ଫିଲ୍ମ ‘ଫ୍ୟାନ’ ମାଧ୍ୟମରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ପିଲଗୋନକାର ପରିବାର। ସଚିନଙ୍କ କହିବା କଥା, ବଲିଉଡର ବରିଷ୍ଠ କଳାକାରଙ୍କ ସହିତ କାମ ଆରମ୍ଭ କଲେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବଲିଉଡରେ ଏଣ୍ଟ୍ରି କରୁଛନ୍ତି ସଚିନଙ୍କ ଝିଅ ଶ୍ରେୟା

srk-shreya

ମୁମ୍ବାଇ: ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଷ୍ଟାରଙ୍କ ଝିଅ। ତାଙ୍କୁ ଦେଖିବାକୁ ମିଳିବ କିଙ୍ଗଖାନଙ୍କ ବିପକ୍ଷରେ। ଏପରି ସୌଭାଗ୍ୟ ପାଇବାକୁ ଯାଉଛନ୍ତି ‘ଗୀତ ଗାତା ଚାଲ’ର ଷ୍ଟାର ସଚୀନ ପିଲଗୋନକାରଙ୍କ ଅଲିଅଳି ତନୟା ‘ଶ୍ରେୟା’। ସେ ଏସଆରକେ (ଶାହାରୁଖ ଖାନ୍)ଙ୍କ ଅପକମିଂ ଫିଲ୍ମ ‘ଫ୍ୟାନ’ ମାଧ୍ୟମରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ପିଲଗୋନକାର ପରିବାର। ସଚିନଙ୍କ କହିବା କଥା, ବଲିଉଡର ବରିଷ୍ଠ କଳାକାରଙ୍କ ସହିତ କାମ ଆରମ୍ଭ କଲେ ବହୁତ କିଛି ଶିଖିବାକୁ ମିଳିଥାଏ। ସଫଳତା ସହ କ୍ୟାମେରା ସମ୍ମୁଖରେ କିପରି ନିଜକୁ ପ୍ରସ୍ତୁତ କରିବା ସେ ନେଇ ବହୁ ଉପଦେଶ ମଧ୍ୟ ମିଳିଥାଏ। ସୂଚନାଯୋଗ୍ୟ ୟସରାଜ ଫିଲ୍ମସ୍ ପ୍ରଯୋଜନାରେ ଏହି ଫିଲ୍ମ ୨୦୧୬ ଏପ୍ରିଲ ୧୫ରେ ରିଲିଜ ହେବ।

Advertisment