Advertisment

କିଏ ଆଙ୍କିଲା ବିରୁଷ୍କାଙ୍କ ଏଭଳି ଚିତ୍ର?

ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଲକଡାଉନ ଅବଧିରେ ମଧ୍ୟ ଫ୍ୟାନମାନଙ୍କ ଖୁବ୍ ମନୋରଞ୍ଜନ କରାଉଛନ୍ତି। ଏହି କ୍ରମରେ ଅନୁଷ୍କା ନିଜ ଫ୍ୟାନମାନଙ୍କୁ ଦେଇଛନ୍ତି ଆଉ ଏକ ଭେଟି। ଲକଡାଉନ ବେଳେ ଫ୍ୟାନମାନଙ୍କ ପାଇଁ ଏକ କ୍ରାଇମ-ଥ୍ରୀଲର ଓ୍ୱେବସିରିଜ୍ ନେଇ ଆସିଛନ୍ତି ଅନୁଷ୍କା। ଏହାର ଟ୍ରେଲର ରିଲିଜ୍ ସରିଥିବା ବେଳେ ଦର୍ଶକ ଖୁବ୍ ଉତ୍ସାହର ସହ ସିରିଜ୍ ଦେଖିବାକୁ ଅପେକ୍ଷା କରିଥିଲେ। ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରେଲର ପରେ ଏବଂ ରିଲିଜ୍ ହୋଇଯାଇଛି ଅନୁଷ୍କାଙ୍କ ଓ୍ୱେବ୍ ସିରିଜ୍ […]

ଅଦ୍ୟତନ ହୋଇଛି
କିଏ ଆଙ୍କିଲା ବିରୁଷ୍କାଙ୍କ ଏଭଳି ଚିତ୍ର?

virushka

Advertisment

ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଲକଡାଉନ ଅବଧିରେ ମଧ୍ୟ ଫ୍ୟାନମାନଙ୍କ ଖୁବ୍ ମନୋରଞ୍ଜନ କରାଉଛନ୍ତି। ଏହି କ୍ରମରେ ଅନୁଷ୍କା ନିଜ ଫ୍ୟାନମାନଙ୍କୁ ଦେଇଛନ୍ତି ଆଉ ଏକ ଭେଟି। ଲକଡାଉନ ବେଳେ ଫ୍ୟାନମାନଙ୍କ ପାଇଁ ଏକ କ୍ରାଇମ-ଥ୍ରୀଲର ଓ୍ୱେବସିରିଜ୍ ନେଇ ଆସିଛନ୍ତି ଅନୁଷ୍କା। ଏହାର ଟ୍ରେଲର ରିଲିଜ୍ ସରିଥିବା ବେଳେ ଦର୍ଶକ ଖୁବ୍ ଉତ୍ସାହର ସହ ସିରିଜ୍ ଦେଖିବାକୁ ଅପେକ୍ଷା କରିଥିଲେ।

Advertisment

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରେଲର ପରେ ଏବଂ ରିଲିଜ୍ ହୋଇଯାଇଛି ଅନୁଷ୍କାଙ୍କ ଓ୍ୱେବ୍ ସିରିଜ୍ 'ପାତାଲ ଲୋକ'। ଲକଡାଉନ ସମୟରେ ଆମାଜନ ପ୍ରାଇମ ଭିଡିଓରେ ଅନୁଷ୍କାଙ୍କ ଏହି କ୍ରାଇମ-ଥ୍ରୀଲର ସିରିଜ୍ ରିଲିଜ୍ କରାଯାଇଛି। ସୋଶାଲ ମିଡିଆରେ ୟୁଜର୍ସ ଏହି ସିରିଜକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଜୟଦୀପ ଅହଲାବଟ ଏବଂ ଅଭିଷେକ ବାନାର୍ଜୀ ଅଭିନୀତ ଏହି ଓ୍ୱେବସିରିଜରେ ଫେକ୍ ନ୍ୟୁଜ୍, ଆତଙ୍କବାଦ ଭଳି ବିଷୟ ଦେଖିବାକୁ ମିଳିବ।

Advertisment

ସୋଶାଲ ମିଡିଆରେ ଅନୁଷ୍କାଙ୍କ ଏହି କ୍ରାଇମ୍ ସିରିଜକୁ ନେଇ ବେଶ ଚର୍ଚ୍ଚା। ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ଏହାରି ଭିତରେ ଅନୁଷ୍କା ନିଜେ ଓ୍ୱେବ ସିରିଜ୍ ଦେଖୁଥିବା ଏକ ଫଟୋ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ତେବେ ଏହି ପୋଷ୍ଟରେ ଫ୍ୟାନମାନେ ଏକ ବିଷୟ ନୋଟିସ୍ କରିଛନ୍ତି, ଯାହା ସୋଶାଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ସାଜିଛି।

ଫଟୋଟି ଶେୟାର କରି ଅନୁଷ୍କା ଲେଖିଛନ୍ତି, "ସମସ୍ତ ଲୋକର ସମସ୍ତ ମନୁଷ୍ୟ ଏବେ ଦେଖୁଛନ୍ତି ପାତାଳ ଲୋକ। ଯାଆନ୍ତୁ, ଆମାଜନ ପ୍ରାଇମରେ ଏହା ଦେଖନ୍ତୁ..।" ଫଟୋରେ ଅନୁଷ୍କା ଟିଭିରେ ପାତାଲ୍ ଲୋକ୍ ଦେଖୁଥିବା ନଜରକୁ ଆସିଛନ୍ତି। ହେଲେ ଟିଭି ତଳେ ବିରାଟ୍ କୋହିଲି ଏବଂ ଅନୁଷ୍କା ଶର୍ମ ମାନେ ବିରୁଷ୍କାଙ୍କ ଏକ ବାହାଘର ଚିତ୍ର ଦେଖିବାକୁ ମିଳିଛି। ଅନେକ ଫ୍ୟାନ୍ ଏହି ଚିତ୍ରଟି ଦେଖିବା ପରେ କମେଣ୍ଟ ଦେଉଛନ୍ତି। ଉଭୟଙ୍କ ଏହି ହସୁଥିବା ଚିତ୍ରଟିକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡ଼ିଯିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe