Advertisment

କ୍ୱାରେଣ୍ଟାଇନରେ କଙ୍ଗନାଙ୍କ ତାସ୍ ଖେଳ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକଡାଉନ୍ କରାଯାଇଛି। ବଲିଉଡ୍ ବି ଏଥିରୁ ବାଦ୍ ପଡ଼ିଯାଇନି। ଯେତେବେଳେ ସବୁକିଛି ଠପ୍ ହୋଇଯାଇଛି, ହିନ୍ଦୀ ଚଳଚ୍ଚିତ୍ର ଜଗତ ମଧ୍ୟ ତାଲା ବନ୍ଦ ସ୍ଥିତିରେ ରହିଛି। ଏଣୁ ତାରକାମାନେ ନିଜ ନିଜ ଘରେ ରହି ନାନା ଉପାୟରେ ସମୟ ଅତିବାହିତ କରୁଛନ୍ତି। ଏହି କ୍ରମରେ କଙ୍ଗନା ରଣାଓ୍ୱତ ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି। https://www.instagram.com/tv/B-L_uKrlY73/?utm_source=ig_web_copy_link ମୁମ୍ବାଇଠାରୁ ଦୂରରେ ହିମାଚଳ ପ୍ରଦେଶରେ ନିଜ ପରିବାର […]

କ୍ୱାରେଣ୍ଟାଇନରେ କଙ୍ଗନାଙ୍କ ତାସ୍ ଖେଳ

Kangana

Advertisment

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକଡାଉନ୍ କରାଯାଇଛି। ବଲିଉଡ୍ ବି ଏଥିରୁ ବାଦ୍ ପଡ଼ିଯାଇନି। ଯେତେବେଳେ ସବୁକିଛି ଠପ୍ ହୋଇଯାଇଛି, ହିନ୍ଦୀ ଚଳଚ୍ଚିତ୍ର ଜଗତ ମଧ୍ୟ ତାଲା ବନ୍ଦ ସ୍ଥିତିରେ ରହିଛି। ଏଣୁ ତାରକାମାନେ ନିଜ ନିଜ ଘରେ ରହି ନାନା ଉପାୟରେ ସମୟ ଅତିବାହିତ କରୁଛନ୍ତି। ଏହି କ୍ରମରେ କଙ୍ଗନା ରଣାଓ୍ୱତ ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି।

Advertisment

https://www.instagram.com/tv/B-L_uKrlY73/?utm_source=ig_web_copy_link

ମୁମ୍ବାଇଠାରୁ ଦୂରରେ ହିମାଚଳ ପ୍ରଦେଶରେ ନିଜ ପରିବାର ସହ ପ୍ରକୃତିର ମଜା ନେଉଛନ୍ତି କଙ୍ଗନା। ନିକଟରେ ତାଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ନିଜ ପରିବାର ଲୋକଙ୍କ ସହ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ କଙ୍ଗନା ମନାଲିରେ ନିଜ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ଏହି ଅବସରର ଅନେକ ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳିଥିଲା।

https://www.instagram.com/p/B-4MxM3leQN/?utm_source=ig_web_copy_link

କଙ୍ଗନାଙ୍କ ଏହି ତାସ୍ ଖେଳିବା ଫଟୋଟି 'ଟିମ୍ କଙ୍ଗନା ରଣାଓ୍ୱତ' ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ତେବେ ଲକଡାଉନରେ କଙ୍ଗନାଙ୍କ ଭଳି ଆପଣମାନେ ମଧ୍ୟ ପରିବାର ସହ ନିଜର କ୍ୱାଲିଟି ଟାଇମ୍ ବିତାନ୍ତୁ ଆଉ ଖୁସି ରୁହନ୍ତୁ।

Advertisment

ଅନ୍ୟପଟେ, ଶେଷଥର ପାଇଁ କଙ୍ଗନାଙ୍କୁ ଫିଲ୍ମ 'ପଙ୍ଗା'ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କ ଅଭିନୟକୁ ସବୁଆଡ଼ୁ ପ୍ରଶଂସା କରାଯାଇଥିଲା। ଆଗକୁ ଫିଲ୍ମ 'ଥଲାଇବି'ରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ, ଯାହା ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜୟଲଳିତାଙ୍କ ବାୟୋପିକ୍। ଏହାସହ ଫିଲ୍ମ 'ତେଜସ୍'ରେ ମଧ୍ୟ କଙ୍ଗନା ନଜରକୁ ଆସିବେ। ଏଥିରେ ତାଙ୍କୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନର ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe