ଅଫତାବଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରି ଚାଲିଛି । ଦିନକୁ ଦିନ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଏହାରି ଭିତରେ ବଲିଉଡ୍ ଅଭିନେତା ଅଫତାବ୍ ଶିବଦାସନୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅଫତାବ ଶୁକ୍ରବାର ଟ୍ୱିଟ୍ କରି ସେ କୋଭିଡ -19 ସଂକ୍ରମିତ ବୋଲି ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ବର୍ତ୍ତମାନ ସେ ତାଙ୍କ ଘରେ ଏକାକୀ ରହୁଛନ୍ତି। ଆଶା କରୁଛି ଆପଣ ସମସ୍ତେ ସୁସ୍ଥ ଅଛନ୍ତି […]

aftab

aftab

Pragnya Choudhury
  • Published: Friday, 11 September 2020
  • Updated: 11 September 2020, 09:25 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରି ଚାଲିଛି । ଦିନକୁ ଦିନ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଏହାରି ଭିତରେ ବଲିଉଡ୍ ଅଭିନେତା ଅଫତାବ୍ ଶିବଦାସନୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଅଫତାବ ଶୁକ୍ରବାର ଟ୍ୱିଟ୍ କରି ସେ କୋଭିଡ -19 ସଂକ୍ରମିତ ବୋଲି ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ବର୍ତ୍ତମାନ ସେ ତାଙ୍କ ଘରେ ଏକାକୀ ରହୁଛନ୍ତି। ଆଶା କରୁଛି ଆପଣ ସମସ୍ତେ ସୁସ୍ଥ ଅଛନ୍ତି ଏବଂ ନିଜର ଯତ୍ନ ନେଉଛନ୍ତି। ମୋତେ କାଶ ଏବଂ ସାମାନ୍ୟ ଜ୍ୱର ଅନୁଭବ ହେବାରୁ ମୁଁ କୋଭିଡ -19 ଟେଷ୍ଟ କଲି | ଦୁର୍ଭାଗ୍ୟବଶତଃ ମୁଁ ସଂକ୍ରମିତ ଥିବା ଜଣାପଡ଼ିଛି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନ ଏବଂ ପରାମର୍ଶ କ୍ରମେ ହୋମ୍ ଆଇସୋଲେସନରେ ଅଛି ବୋଲି ସେ ଜଣାଇଛନ୍ତି ।

ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ସୁରକ୍ଷା ଦୃଷ୍ଟିରୁ କୋଭିଡ୍ ଟେଷ୍ଟ କରାଇନେବାକୁ ଅଫତାବ୍ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦ ଏବଂ ସହଯୋଗରେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି । ଏହା ସହ ସାମାଜିକ ଦୂରତା ଅନୁସରଣ କରିବା, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବା ଲାଗି ଅଫତାବ୍ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି |

ସୂଚନା ଯେ, ଅଫତାବଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ମଲାଇକା ଆରୋରା ଖାନ, ଅର୍ଜୁନ କପୁର, ରାଜ ଶାଣ୍ଡିଲ୍ୟ, ରଫତାରଙ୍କ ଭଳି ଅନେକ ବଲିଉଡ୍ ତାରକା କୋଭିଡ -19 ସଂକ୍ରମିତ ହୋଇସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos