Advertisment

ରବୀନାଙ୍କ ଉପରେ ବାନ୍ତି କରିଥିଲେ ଅଫତାବ୍

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ୯୦ ଦଶକରେ ସିଲଭର ସ୍କ୍ରିନରେ ରାଜ୍ କରୁଥିଲେ। ହେଲେ ଜଣେ ଅଭିନେତ୍ରୀ ଭାବେ ସେ ନିଜ କ୍ୟାରିୟର ଆରମ୍ଭ କରି ନ ଥିଲେ। ରବୀନା ଯେତେବେଳେ ୧୦ମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ସେ ବିଜ୍ଞାପନ ଦୁନିଆରେ ପାଦ ଦେଇଥିଲେ। ତେବେ ସେହି ସମୟର ଏକ ଘଟଣାକୁ ଆଜି ଯାଏ ରବୀନା ଭୁଲିପାରି ନାହାନ୍ତି। ଆସନ୍ତୁ ଜାଣିବା… https://www.instagram.com/p/B-zSumIncRE/?utm_source=ig_web_copy_link ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରବୀନା ନିଜେ ଏହା ଖୁଲାସା […]

ରବୀନାଙ୍କ ଉପରେ ବାନ୍ତି କରିଥିଲେ ଅଫତାବ୍

Raveena_aftab

Advertisment

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ୯୦ ଦଶକରେ ସିଲଭର ସ୍କ୍ରିନରେ ରାଜ୍ କରୁଥିଲେ। ହେଲେ ଜଣେ ଅଭିନେତ୍ରୀ ଭାବେ ସେ ନିଜ କ୍ୟାରିୟର ଆରମ୍ଭ କରି ନ ଥିଲେ। ରବୀନା ଯେତେବେଳେ ୧୦ମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ସେ ବିଜ୍ଞାପନ ଦୁନିଆରେ ପାଦ ଦେଇଥିଲେ। ତେବେ ସେହି ସମୟର ଏକ ଘଟଣାକୁ ଆଜି ଯାଏ ରବୀନା ଭୁଲିପାରି ନାହାନ୍ତି। ଆସନ୍ତୁ ଜାଣିବା...

Advertisment

https://www.instagram.com/p/B-zSumIncRE/?utm_source=ig_web_copy_link

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରବୀନା ନିଜେ ଏହା ଖୁଲାସା କରିଛନ୍ତି। ସେ କହିଛନ୍ତି, ପ୍ରହଲ୍ଲାଦ କକ୍କରଙ୍କ ସହ ଏକ ଟୁଥପେଷ୍ଟ୍ ବିଜ୍ଞାପନ କରିବାକୁ ଥିଲା। ବଲିଉଡ୍ ଅଭିନେତା ଅଫତାବ ଶିବଦାସନୀଙ୍କୁ ସେତେବେଳେ ୧୦ ବର୍ଷ ବୟସ ହୋଇଥାଏ। ବିଜ୍ଞାପନରେ ଅଫତାବଙ୍କୁ ଏକ ଚକୋଲେଟ୍ ଖୁବ୍ ପସନ୍ଦ ଥିବା ପିଲାର ଭୂମିକାରେ ଦେଖିବାକୁ ମିଳିଥିଲା। ଆଉ ସେ କହୁଥିଲେ, ତାଙ୍କ ଟୁଥପେଷ୍ଟ ଏତେ ଭଲ ଯେ, ଚକୋଲେଟ୍ ଖାଇଲେ ବି ତାଙ୍କ ଦାନ୍ତ ଖରାପ ହେବ ନାହିଁ।

https://www.instagram.com/p/B-tcm-xpTOo/?utm_source=ig_web_copy_link

ରବୀନା କହିଛନ୍ତି ଯେ, ଏହି ବିଜ୍ଞାପନର ସୁଟିଂ କରିବା ସମୟରେ ୨୨-୨୩ଟି ଟେକ୍ ନେବାକୁ ପଡ଼ିଥିଲା। ତଥାପି ପ୍ରହଲ୍ଲାଦ ସନ୍ତୁଷ୍ଟ ହେଲେ ନାହିଁ। ଶେଷରେ ସୁଟିଂକୁ ଅଧାରେ ରୋକିବାକୁ ପଡ଼ିଲା। ଅନ୍ୟପଟେ ଅଫତାବଙ୍କ ଦେହ ମଧ୍ୟ ଖରାପ ହେବାରେ ଲାଗିଥାଏ। ରବୀନା ସେ ସମୟରେ ସୁଟିଂ ସେଟ୍ ସଫା କରିବା ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ସଫେଇ କାମ କରୁଥିବା ବେଳେ ହଠାତ୍ ତାଙ୍କ ନଜର ଅଫତାବଙ୍କ ଉପରେ ପଡ଼ିଥିଲା। ଅଫତାବ୍ ବାନ୍ତି କରିଲା ଭଳି ଅବସ୍ଥାରେ ଥିଲେ।

Advertisment

ଅଫତାବଙ୍କ ଏପରି ଅବସ୍ଥା ଦେଖି ରବୀନା ଟିକେ ଚିନ୍ତାରେ ପଡ଼ିଗଲେ। ତାଙ୍କୁ ଡର ଥିଲା କାଳେ ଅଫତାବ ବାନ୍ତି କରିଦେଲେ ଚଟାଣ ଅପରିଷ୍କାର ହୋଇଯିବ। ଏଣୁ ସେ ଆଖ ପାଖରେ ଖୋଜିଲେ କିଛି ଡବା ଭଳି ଜିନିଷ ମିଳିଗଲେ ଅଫତାବଙ୍କୁ ବାନ୍ତି କରିବାକୁ ଦେବେ। ହେଲେ କିଛି ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ସେ ନିଜ ଆଞ୍ଜୁଳା ଅଫତାବଙ୍କ ସାମ୍ନାରେ ବଢ଼ାଇଦେଲେ। ଆଉ ଅଫତାବ ରବୀନାଙ୍କ ହାତରେ ବାନ୍ତି କରିଦେଇଥିଲେ।

ତେବେ ଏତେ ବର୍ଷ ପରେ ପୁଣି ସେହି ବିଜ୍ଞାପନ ସୋଶାଲ ମିଡିଆରେ ସ୍ଥାନ ପାଇଛି ଆଉ ଭାଇରାଲ ହେଉଛି। ଏହାକୁ ଅଫତାବଙ୍କ ଜଣେ ଫ୍ୟାନ୍ ଶେୟାର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe