Advertisment

ଅକ୍ଷୟଙ୍କ ପ୍ରଶ୍ନ- କରଣଙ୍କ ପାର୍ଟିକୁ ଗଲେ ଫିଲ୍ମ ମିଳିବ କି ?

ମୁମ୍ବାଇ: ‘ବର୍ଡର’, ‘ତାଲ୍‌’, ‘ଦିଲ୍‌ ଚାହତା ହୈ’ ଓ ‘ହମ୍‌ରାଜ’ରେ ଭଳି ଫିଲ୍ମରେ ଜବରଦସ୍ତ ଅଭିନୟ କରି ପ୍ରଶଂସିତ ହୋଇଥିବା ବଲିଉଡ୍ ଆକ୍ଟର ଅକ୍ଷୟ ଖନ୍ନାଙ୍କୁ ୨୦୧୨ ପରଠାରୁ ଆଉ ପରଦାରେ ଅଧିକ ଦେଖିବାକୁ ମିଳିନି। ଗତ ସାତ ବର୍ଷରେ ତାଙ୍କୁ ମାତ୍ର ୫ଟି ଫିଲ୍ମରେ ଦର୍ଶକ ଦେଖିଛନ୍ତି। ତେବେ ଆଗକୁ ତାଙ୍କର ନୂଆ ଫିଲ୍ମ ’ସବ୍ କୁଶଲ୍ ମଙ୍ଗଲ୍‌’ ରିଲିଜ୍ ହେବାକୁ ଯାଉଛି। ଆଉ ୟା ଭିତରେ ତାଙ୍କର ଏକ ସାକ୍ଷାତକାର ସାମ୍ନାକୁ ଆସିଛି। ଏଥିରେ […]

ଅଦ୍ୟତନ ହୋଇଛି
ଅକ୍ଷୟଙ୍କ ପ୍ରଶ୍ନ- କରଣଙ୍କ ପାର୍ଟିକୁ ଗଲେ ଫିଲ୍ମ ମିଳିବ କି ?

ak-k

Advertisment

ମୁମ୍ବାଇ: ‘ବର୍ଡର’, ‘ତାଲ୍‌’, ‘ଦିଲ୍‌ ଚାହତା ହୈ’ ଓ ‘ହମ୍‌ରାଜ’ରେ ଭଳି ଫିଲ୍ମରେ ଜବରଦସ୍ତ ଅଭିନୟ କରି ପ୍ରଶଂସିତ ହୋଇଥିବା ବଲିଉଡ୍ ଆକ୍ଟର ଅକ୍ଷୟ ଖନ୍ନାଙ୍କୁ ୨୦୧୨ ପରଠାରୁ ଆଉ ପରଦାରେ ଅଧିକ ଦେଖିବାକୁ ମିଳିନି। ଗତ ସାତ ବର୍ଷରେ ତାଙ୍କୁ ମାତ୍ର ୫ଟି ଫିଲ୍ମରେ ଦର୍ଶକ ଦେଖିଛନ୍ତି। ତେବେ ଆଗକୁ ତାଙ୍କର ନୂଆ ଫିଲ୍ମ ’ସବ୍ କୁଶଲ୍ ମଙ୍ଗଲ୍‌’ ରିଲିଜ୍ ହେବାକୁ ଯାଉଛି। ଆଉ ୟା ଭିତରେ ତାଙ୍କର ଏକ ସାକ୍ଷାତକାର ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ଅଭିନୟ କ୍ୟାରିୟରରେ ସମ୍ମୁଖୀନ ହୋଇଥିବା ବିଭିନ୍ନ ବାଧାବିଘ୍ନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

Advertisment

ଏଥିରେ ସେ କହିଛନ୍ତି, “କରଣ ଜୋହର୍‌ଙ୍କ ପାର୍ଟିକୁ ଗଲେ ବଲିଉଡ୍‌ରେ କାମ ମିଳିବନି। ମୁଁ ବର୍ଷ ବର୍ଷ ଧରି ଶୁଣି ଆସୁଛି, ବଲିଉଡ୍‌ରେ କାମ ପାଇବାକୁ ହେଲେ ଫିଲ୍ମ ଜଗତ ସହିତ ସାମିଲ୍‌ ଥିବା ବଡ଼ ବଡ଼ ଲୋକଙ୍କ ପାର୍ଟିକୁ ଯିବାକୁ ହେବ। ସେମାନଙ୍କ ସହ ମିଳାମିଶା କରିବାକୁ ହେବ। ଆଉ ଏକଥା ମୋତେ ଆଦୌ ବୁଝା ପଡ଼େନି। ଧରି ନିଅନ୍ତୁ ମୁଁ କରଣ ଜୋହରଙ୍କର ୧୦ଟି ପାର୍ଟିରେ ଯୋଗଦେଲି। ତା’ହେଲେ କ’ଣ ସେ ମୋତେ ତାଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ସୁଯୋଗ ଦେବେ? ବୋଧହୁଏ ନା।”

ଅକ୍ଷୟ ଆହୁରି କହିଛନ୍ତି, “ଯେଉଁ ବ୍ୟକ୍ତି ମୋତେ ଫିଲ୍ମରେ ନେବା ପାଇଁ ଚାହୁଁଛି ସେ କେବେ ବି ମୁଁ କେତେ ଥର କରଣ ଜୋହରଙ୍କ ପାର୍ଟିକୁ ଯାଇଛି ସେ କଥା ହିସାବକୁ ନେବେ ବୋଲି ମୋତେ ବିଶ୍ୱାସ ହେଉ ନାହିଁ। ଏହା ମିଛ। କେବଳ କିଛି ଲୋକଙ୍କୁ ଲାଗେ ଯେ ପାର୍ଟିକୁ ଯିବା ଜରୁରୀ।”

Advertisment

publive-imageସୂଚନାଯୋଗ୍ୟ, ଫିଲ୍ମ ‘ହିମାଳୟ ପୁତ୍ର’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅକ୍ଷୟ। ଏହି ଫିଲ୍ମଟି ଏତେ ସଫଳତା ପାଇ ନଥିଲା। ତେବେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ବର୍ଡର’ ହିଟ୍ ହୋଇଥିଲା। ଏଥିରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe