Advertisment

ବଲିଉଡ୍‌କୁ ପୁଣି ଏକ ଝଟକା: ଅଭିନେତା ଆସିଫ୍ ବସ୍ରା କଲେ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡର ଦିବଙ୍ଗନ୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖ ଲୋକଙ୍କ ମନରେ ଏବେ ବି ତାଜା ରହିଥିବାବେଳେ ଏବେ ଆଉଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ରେ ଅଭିନେତା ଆସିଫ୍ ବସ୍ରା ଆତ୍ମହତ୍ୟା କରିଛନ୍ତି। ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡ଼ା ରୋଡ଼ରେ ଥିବା ଏକ କ୍ୟାଫେ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଏହି ପଦକ୍ଷେପ କାହିଁକି ନେଇଛନ୍ତି ସେ ସମ୍ବନ୍ଧରେ […]

ଅଦ୍ୟତନ ହୋଇଛି
ବଲିଉଡ୍‌କୁ ପୁଣି ଏକ ଝଟକା: ଅଭିନେତା ଆସିଫ୍ ବସ୍ରା କଲେ ଆତ୍ମହତ୍ୟା

assif

Advertisment

ମୁମ୍ବାଇ: ବଲିଉଡର ଦିବଙ୍ଗନ୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖ ଲୋକଙ୍କ ମନରେ ଏବେ ବି ତାଜା ରହିଥିବାବେଳେ ଏବେ ଆଉଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ରେ ଅଭିନେତା ଆସିଫ୍ ବସ୍ରା ଆତ୍ମହତ୍ୟା କରିଛନ୍ତି। ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡ଼ା ରୋଡ଼ରେ ଥିବା ଏକ କ୍ୟାଫେ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଏହି ପଦକ୍ଷେପ କାହିଁକି ନେଇଛନ୍ତି ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Advertisment
View this post on Instagram

Gorakh dhanda

A post shared by ASIF BASRA (@asiftheactor) on

ଖବର ମିଳିବା ମାତ୍ରେ ପୁଲିସ୍ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୫୩ ବର୍ଷିୟ ଆସିଫ୍ ବସ୍ରା ଗତ ୫ ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ। କୁହାଯାଉଛି ଯେ ଆସିଫ୍ ଗୁରୁବାର ଅପରାହ୍ନରେ ନିଜ ପୋଷା କୁକୁରକୁ ବୁଲେଇବାକୁ ନେଇଥିଲେ। ଏହା ପରେ ସେ ଘରକୁ ଫେରି ସେହି ପଷା କୁକୁରର ଦଉଡ଼ିରେ ନିଜକୁ ଫାଶି ଦେଇଦେଇଛନ୍ତି। ଆସିଫ୍‌ଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଏଥି ସହିତ ବଲିଉଡ୍‌ରେ ପୁଣି ଥରେ ଶୋକର ଲହରୀ ଖେଳିଯାଇଛି।

Advertisment

ଆସିଫ୍ ବସ୍ରା ଜଣେ ଜଣାଶୁଣା ଟେଲି ଆକ୍ଟର। ସେ ବହୁତ ବଲିଉଡ୍ ଫିଲ୍ମ ଯେପରିକି 'ପରଜାନିୟା' ‘ବ୍ଲାକ୍’ 'ଫ୍ରାଇଡେ’ ଓ ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ବ୍ୟତୀତ ହଲିଉଡର ‘ଆଉଟସୋର୍ସ’ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସିନେମାର ମଧ୍ୟ ଜଣେ ଜଣାଶୁଣା ଚେହେରା ଥିଲେ। ୧୯୯୮ରେ ତାଙ୍କୁ ଫିଲ୍ମ ‘ୱୋ’ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସେ ପାଖାପାଖି ଏକ ଡର୍ଜନରୁ ଅଧିକ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିସାରିଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe