Advertisment

'ଅବତାର୍‌' ଫିଲ୍ମ ଅଫର୍‌ ପ୍ରତ୍ୟାଖ୍ୟାନ କରିଥିଲେ ଗୋବିନ୍ଦା!

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସଫଳ ଷ୍ଟାର୍‌ ହେଉଛନ୍ତି ଗୋବିନ୍ଦା। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ଯେତିକି ଭଲ ଅଭିନୟ କରନ୍ତି, ତାଠୁ ଭଲ ଡ୍ୟାନ୍ସ କରିପାରନ୍ତି। ତେବେ ସେ କୁଆଡ଼େ ‘ଅବତାର୍‌’ ଭଳି ହଲିଉଡ୍‌ର ବ୍ଲକ୍‌ବଷ୍ଟର ଫିଲ୍ଣ ଅଫର୍‌କୁ ପ୍ରତ୍ୟାଖ୍ୟାନ୍ କରି ଦେଇଥିଲେ। ସେ ନିଜେ ଏ କଥା କହିଛନ୍ତି। ନିକଟରେ ‘ଆପ୍‌ କି ଅଦାଲତ କାର୍ଯ୍ୟକ୍ରମ’ରେ ସେ ଏ କଥା କହିବା ପରେ ସୋଶାଲ୍ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଲୋକେ ଏନେଇ […]

author-image
Biswobandita Swain
ଅଦ୍ୟତନ ହୋଇଛି
'ଅବତାର୍‌' ଫିଲ୍ମ ଅଫର୍‌ ପ୍ରତ୍ୟାଖ୍ୟାନ କରିଥିଲେ ଗୋବିନ୍ଦା!

23

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସଫଳ ଷ୍ଟାର୍‌ ହେଉଛନ୍ତି ଗୋବିନ୍ଦା। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ଯେତିକି ଭଲ ଅଭିନୟ କରନ୍ତି, ତାଠୁ ଭଲ ଡ୍ୟାନ୍ସ କରିପାରନ୍ତି। ତେବେ ସେ କୁଆଡ଼େ ‘ଅବତାର୍‌’ ଭଳି ହଲିଉଡ୍‌ର ବ୍ଲକ୍‌ବଷ୍ଟର ଫିଲ୍ଣ ଅଫର୍‌କୁ ପ୍ରତ୍ୟାଖ୍ୟାନ୍ କରି ଦେଇଥିଲେ। ସେ ନିଜେ ଏ କଥା କହିଛନ୍ତି। ନିକଟରେ ‘ଆପ୍‌ କି ଅଦାଲତ କାର୍ଯ୍ୟକ୍ରମ’ରେ ସେ ଏ କଥା କହିବା ପରେ ସୋଶାଲ୍ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଲୋକେ ଏନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଏବଂ ବିଭିନ୍ନ ପ୍ରକାର ମିମ୍‌ ଶେଆର୍‌ କରିଛନ୍ତି।

Advertisment

publive-image

ଜଣେ ସୋଶାଲ ମିଡିଆ ୟୁଜର ଲେଖିଛନ୍ତି, ଯଦି ଗୋବିନ୍ଦାଙ୍କୁ ‘ଅବତାର’ରେ ଲିଡ୍‌ ରୋଲ୍‌ ଅଫର କରାଯାଇଥିଲା, ତେବେ ତାଙ୍କ ବାପାଙ୍କୁ ମଧ୍ୟ ‘ଶୋଲେ’ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଅଫର୍‌ କରାଯାଇଥିଲା। ସେ ‘ଅବତାର’ ଫିଲ୍ମରେ କାମ କରିବା ଲାଗି ମନା କରିଦେଇଥିବା କହି ଫିଲ୍ମଟିକୁ ଉପହାସ କରିଛନ୍ତି।

https://twitter.com/AskAnirkira/status/1155901054459891712
ଯଦି ଗୋବିନ୍ଦାକୁ ଏହି ଅଫର୍ ମିଳିଥିଲା, ସେ କାହିଁକି ଏହାକୁ ପ୍ରତ୍ୟାଖ୍ୟାନ୍ କଲେ। ଏହାର ଉତ୍ତର ବି ସେ ସେହି କାର୍ଯ୍ୟକ୍ରମରେ ଦେଇଥିଲା। ସେ କହିଥିଲେ, ଏହି ଫିଲ୍ମ ପାଇଁ ତାଙ୍କୁ ୪୧୦ ଦିନ ଧରି ଶୁଟିଂ କରିବାକୁ ପଡ଼ିଥା’ନ୍ତା। କିନ୍ତୁ ତାଙ୍କ ପାଖରେ ଶୁଟିଂ ପାଇଁ ଏତେ ସମୟ ନ ଥିଲା। ଏଥିସହିତ ସେ ତାଙ୍କ ପୂରା ଶରୀରକୁ ପେଣ୍ଟିଂ କରିବାକୁ ଚାହୁଁ ନ ଥିଲେ।

Advertisment

ଖାଲି ସେତିକି ନୁହେଁ, ଜେମ୍ସ କ୍ୟାମେରୁନଙ୍କ ଏହି ଫିଲ୍ମର ନାଁ ବି ସେ ଦେଇଥିଲେ ବୋଲି ଦାବି କରିଛନ୍ତି। ଗୋବିନ୍ଦ ଆହୁରି କହିଥିଲେ ଯେ, ଏହି ଫିଲ୍ମ ନିର୍ମାଣ କରିବା ଲାଗି  ଅତିକମ୍‌ରେ ୭ ବର୍ଷ ଲାଗିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ। ଆଉ ତାଙ୍କ କଥା ଶୁଣି କ୍ୟାମେରୁନ ବହୁତ ନିରାଶ ହୋଇଯାଇଥିଲେ।

publive-imageତେବେ ଗୋବିନ୍ଦା ଏହି ଦାବି କେତେ ସତ ଓ କେତେ ମିଛ, ତାହା ସ୍ପଷ୍ଟ ହୋଇପାରିନି।

https://twitter.com/Papa__Pablo/status/1156261175564238849