Advertisment

ଫାର୍ମହାଉସରେ ଫସି ରହିଛନ୍ତି ଜ୍ୟାକି

ମୁମ୍ବାଇ: କରୋନା ଭୂତାଣୁ ମୁକାବିଲା ଲାଗି ସାରା ଦେଶରେ ଲକଡାଉନ୍ ସ୍ଥିତି ଲାଗି ରହିଛି। ଏଣୁ ଅଧିକାଂଶ ବି-ଟାଉନ ତାରକାମାନେ ନିଜ ଘରେ ରହୁଛନ୍ତି। ହେଲେ ଏପରି କେତେଜଣ ତାରକା ମଧ୍ୟ ଅଛନ୍ତି, ଯେଉଁମାନେ ଲକଡାଉନ୍ ଯୋଗୁ ଘରକୁ ଫେରିପାରି ନାହାନ୍ତି। ଅଭିନେତା ମନୋଜ ବାଜପେୟୀ ଉତ୍ତରାଖଣ୍ଡରେ ସୁଟିଂ କରୁଥିବାରୁ ସେଠାରେ ଫସିଯାଇଛନ୍ତି ଏବଂ ଘରକୁ ଫେରିପାରି ନାହାନ୍ତି ବୋଲି ନିକଟରେ ଜଣାପଡ଼ିଛି। ସେହିଭଳି ବଲିଉଡ୍ ଭେଟେରାନ ଅଭିନେତା ଜ୍ୟାକି ଶ୍ରଫ୍ ମଧ୍ୟ ଲକଡାଉନ ସ୍ଥିତି ଯୋଗୁ […]

ଅଦ୍ୟତନ ହୋଇଛି
ଫାର୍ମହାଉସରେ ଫସି ରହିଛନ୍ତି ଜ୍ୟାକି

jackie shroff

Advertisment

ମୁମ୍ବାଇ: କରୋନା ଭୂତାଣୁ ମୁକାବିଲା ଲାଗି ସାରା ଦେଶରେ ଲକଡାଉନ୍ ସ୍ଥିତି ଲାଗି ରହିଛି। ଏଣୁ ଅଧିକାଂଶ ବି-ଟାଉନ ତାରକାମାନେ ନିଜ ଘରେ ରହୁଛନ୍ତି। ହେଲେ ଏପରି କେତେଜଣ ତାରକା ମଧ୍ୟ ଅଛନ୍ତି, ଯେଉଁମାନେ ଲକଡାଉନ୍ ଯୋଗୁ ଘରକୁ ଫେରିପାରି ନାହାନ୍ତି। ଅଭିନେତା ମନୋଜ ବାଜପେୟୀ ଉତ୍ତରାଖଣ୍ଡରେ ସୁଟିଂ କରୁଥିବାରୁ ସେଠାରେ ଫସିଯାଇଛନ୍ତି ଏବଂ ଘରକୁ ଫେରିପାରି ନାହାନ୍ତି ବୋଲି ନିକଟରେ ଜଣାପଡ଼ିଛି। ସେହିଭଳି ବଲିଉଡ୍ ଭେଟେରାନ ଅଭିନେତା ଜ୍ୟାକି ଶ୍ରଫ୍ ମଧ୍ୟ ଲକଡାଉନ ସ୍ଥିତି ଯୋଗୁ ଘରକୁ ଫେରିପାରି ନ ଥିବା ଜଣାପଡ଼ିଛି।

Advertisment

ଭାରତରେ ଲକଡାଉନ୍ ଯୋଗୁ ଘରକୁ ଫେରି ପାରିଲେ ନାହିଁ ଅଭିନେତା ଜ୍ୟାକି ଶ୍ରଫ୍। ସେ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଥିବା ନିଜ ଫାର୍ମ ହାଉସରେ ହିଁ ଫସି ରହିଯାଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ଏକା ହିଁ ଅଛନ୍ତି। ଏପେଟ ମୁମ୍ବାଇରେ ତାଙ୍କ ପତ୍ନୀ ଆଏଶା, ପୁଅ ଟାଇଗର ଏବଂ ଝିଅ କ୍ରିଷ୍ଣା ଘରେ ଏକାଠି ଅଛନ୍ତି।

https://www.instagram.com/p/B-3SrmzlhSM/?utm_source=ig_web_copy_link

ଫାର୍ମହାଉସରେ ଏକାନ୍ତବାସରେ ପରିବାଠାରୁ ଦୂରରେ ସମୟ ବିତାଉଛନ୍ତି ଜ୍ୟାକି। ତଥାପି ସେ ଖୁସି ଅଛନ୍ତି ଏବଂ ପ୍ରାୟ ୪୦ ହଜାର ବର୍ଗଫୁଟ ବିସ୍ତିର୍ଣ୍ଣ ବଗିତାରେ ଗଛ-ଲତା ସହ ସମୟ ଅତିବାହିତ କରୁଛନ୍ତି ବୋଲି ପତ୍ନୀ ଆଏଶା କହିଛନ୍ତି।

Advertisment

https://www.instagram.com/p/B-XM6p-lXO9/?utm_source=ig_web_copy_link

ଏକ ଜାତୀୟ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ସୂଚନା ଅନୁଯାୟୀ, ଜ୍ୟାକି ମୌସୁମୀ ଆସିବା ପୂର୍ବରୁ ନୂଆ ଗଛ ଲଗାଇବାକୁ ନିଜ ଫାର୍ମହାଉସ ଯାଇଥିଲେ। କିନ୍ତୁ ଲକଡାଉନ ଯୋଗୁ ସେଠାରୁ ଆଉ ଘରକୁ ଫେରିପାରିଲେ ନାହିଁ। ତେବେ ଯଦି ଜ୍ୟାକି ଚାହିଁଥାନ୍ତେ ସ୍ପେଶାଲ ପରମିଟ୍ ବା ସ୍ୱତନ୍ତ୍ର ପାସ୍ ମାଧ୍ୟମରେ ସେଠାରୁ ଘରକୁ ଫେରିଆସି ପାରିଥାନ୍ତେ। ହେଲେ ସେ ଫାର୍ମହାଉସରେ ରହିବାକୁ ନିଷ୍ପତ୍ତି ନେଲେ। ଏବଂ ନିଜ ଫ୍ୟାନମାନଙ୍କୁ ମଧ୍ୟ ଯେଉଁଠି ଅଛନ୍ତି ସେଠାରେ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe