ଭିଡିଓ ଶେଆର୍ କରି 'ମୁଁ କରୋନା ଭାଇରସ୍ ନୁହେଁ' କହିଲେ ଅଭିନେତା ଚ୍ୟାଙ୍ଗ୍

ମୁମ୍ୱାଇ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ଏହି ମହାମାରୀ ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବାରୁ ଲୋକମାଙ୍କ ମନରେ ସେମାନଙ୍କ ପ୍ରତି ଏକପ୍ରକାରର ଘୃଣା ଓ କ୍ରୋଧ ଭାବ ସୃଷ୍ଟି ହୋଇଛି। ହେଲେ  କିଛି ଲୋକ ଉତ୍ତର-ପୂର୍ବ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଚାଇନା ବାସିନ୍ଦା ଭାବୁଛନ୍ତି। କିଛିଦିନ ହେବ ଦିଲ୍ଲୀରେ ରହୁଥିବା କିଛି ଉତ୍ତର ପୂର୍ବ ଛାତ୍ରଙ୍କ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ […]

chang

Chinmayee Roy
  • Published: Friday, 10 April 2020
  • , Updated: 10 April 2020, 04:09 PM IST

ମୁମ୍ୱାଇ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ଏହି ମହାମାରୀ ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବାରୁ ଲୋକମାଙ୍କ ମନରେ ସେମାନଙ୍କ ପ୍ରତି ଏକପ୍ରକାରର ଘୃଣା ଓ କ୍ରୋଧ ଭାବ ସୃଷ୍ଟି ହୋଇଛି। ହେଲେ  କିଛି ଲୋକ ଉତ୍ତର-ପୂର୍ବ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଚାଇନା ବାସିନ୍ଦା ଭାବୁଛନ୍ତି। କିଛିଦିନ ହେବ ଦିଲ୍ଲୀରେ ରହୁଥିବା କିଛି ଉତ୍ତର ପୂର୍ବ ଛାତ୍ରଙ୍କ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ତାଙ୍କୁ 'କରୋନା' ବୋଲି ସମ୍ବୋଧନ କରି ଚିଡ଼ାଉଛନ୍ତି। ଏହି ଭିଡିଓକୁ ଶେଆର୍ କରି ଛାତ୍ରମାନେ ଏଭଳି ବ୍ୟବହାରକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଏକ ସମାନ ଭିଡିଓ ବଲିଉଡ୍ ଗାୟକ ତଥା ଅଭିନେତା ମିଆଙ୍ଗ ଚ୍ୟାଙ୍ଗ୍ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓ ଜରିଆରେ ସେ କହିଛନ୍ତି ଯେ ତାଙ୍କ ଚେହେରା ହେତୁ ତାଙ୍କୁ ମଧ୍ୟ ଲୋକମାନେ 'କରୋନା' ବୋଲି କହୁଛନ୍ତି।

https://www.instagram.com/tv/B-q0FztJuWY/?utm_source=ig_web_copy_link

ମିଆନ୍ ଚାଙ୍ଗ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍ କରି ଲେଖିଛନ୍ତି, 'ନମସ୍କାର, ମୋର ନାମ ମିଆନ୍ ଚ୍ୟାଙ୍ଗ୍ ଏବଂ ମୁଁ ‘କରୋନା ଭାଇରସ୍’ ନୁହେଁ। ଆପଣମାନେ ନିଶ୍ଚୟ ଭାବୁଥିବେ ଯେ ମୁଁ ଶାହାରୁଖ ଖାନଙ୍କ ଡାଇଲଗ୍ ଏପରି କାହିଁକି କହୁଛି? ତେବେ ମୁଁ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇ ଦେଉଛି। ଲକଡାଉନ୍ କିଛି ଦିନ ପୂର୍ବରୁ ମୁଁ ଦିନେ ରାତିରେ ଘରକୁ ଫେରୁଥିଲି, ବାଟରେ ହଠାତ୍ ବାଇକ୍ ନେଇ ଯାଉଥିବା ଦୁଇଜଣ ଲୋକ ମୋ ପାଖରେ ‘କରୋନା ଭାଇରସ୍’ ବୋଲି ଚିଲାଇଦେଇ ଚାଲିଗଲେ।’

https://www.instagram.com/p/B7xnUOJJnR7/?utm_source=ig_web_copy_link

ସେ ଆହୁରି କହିଥଲେ, 'ବୋଧହୁଏ ସେମାନେ ଏପରି କହିଥିଲେ କାରଣ ମୁଁ ଟିକିଏ ଅଲଗା ଦେଖାଯାଏ। ଏସବୁ ଶୁଣିବା ପରେ ମୁଁ ବହୁତ ରାଗିଗଲି ଏବଂ ଭାବିଲି ଯେ ସେମାନଙ୍କୁ କିଛି କହିବି। କିନ୍ତୁ ତା’ପରେ ନିଜକୁ ବୁଝେଇଦେଲି। କାରଣ ମୁଁ ପିଲାଦିନରୁ ଏପରି କଥା ଶୁଣିଆସିଛି। କେତେବେଳେ ଚିଙ୍ଗ୍ ଚୋଙ୍ଗ୍, କେତେବେଳେ ହକ୍କା ନୁଡଲ୍, କେବେ ମୋମୋଜ୍, ତ ପୁଣି କେବେଆଖି ଖୋଲ ବୋଲି କମେଣ୍ଟ ଶୁଣିଛି। ଏହା ଉତ୍ତର-ପୂର୍ବର ଅନେକ ଲୋକଙ୍କ ସହିତ ଘଟେ ବୋଲି କହିବା ସହ ଭିଡିଓରେ ଆହୁରି ବହୁତ କିଛି କହିଛନ୍ତି ଚ୍ୟାଙ୍ଗ୍।

ଚ୍ୟାଙ୍ଗଙ୍କର ଏହି ଭିଡିଓ ସୋଶାଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ସେମାନଙ୍କ ସହ ଘଟିଥିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତେବେ ଏଥିରେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, 'ଚ୍ୟାଙ୍ଗ୍ ତୁମ କଥା ଶୁଣିବା ପରେ ମୋ ଆଖିରେ ଲୁହ ଆସିଗଲା। ମୁଁ ତୁମ ପାଖକୁ ଆସି ତୁମକୁ ଆଲିଙ୍ଗନ କରିବାକୁ ଚାହୁଁଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା। ଆଶାକରୁଛି ଯେ ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ।’

 

Related story