Advertisment

ଆରପାରିରେ ଅଭିନେତା ରଞ୍ଜିତ ଚୌଧୁରୀ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍ ଲୋକପ୍ରିୟ ଅଭିନେତା ରଞ୍ଜିତ ଚୌଧୁରୀ। ୬୫ ବର୍ଷ ବୟସରେ ମୁମ୍ବାଇଠାରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖଟ୍ଟା ମିଠା, ବାତୋଁ ବାତୋଁ ମେଁ ଓ ଖୁବସୁରତ୍ ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ରଞ୍ଜିତ ଜଣେ ଉଚ୍ଚକୋଟୀର ଲେଖକ ତଥା ନିର୍ଦ୍ଦେଶକ ମଧ୍ୟ ଥିଲେ। ରଣଜିତଙ୍କ ମୃତ୍ୟୁ ଖବର ତାଙ୍କ ଭଉଣୀ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୧୫ରେ ରଞ୍ଜିତ ଏହି […]

ଅଦ୍ୟତନ ହୋଇଛି
ଆରପାରିରେ ଅଭିନେତା ରଞ୍ଜିତ ଚୌଧୁରୀ

Ranjit chowdhry

Advertisment

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍ ଲୋକପ୍ରିୟ ଅଭିନେତା ରଞ୍ଜିତ ଚୌଧୁରୀ। ୬୫ ବର୍ଷ ବୟସରେ ମୁମ୍ବାଇଠାରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖଟ୍ଟା ମିଠା, ବାତୋଁ ବାତୋଁ ମେଁ ଓ ଖୁବସୁରତ୍ ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ରଞ୍ଜିତ ଜଣେ ଉଚ୍ଚକୋଟୀର ଲେଖକ ତଥା ନିର୍ଦ୍ଦେଶକ ମଧ୍ୟ ଥିଲେ।

Advertisment

Ranjit chowdhry

ରଣଜିତଙ୍କ ମୃତ୍ୟୁ ଖବର ତାଙ୍କ ଭଉଣୀ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୧୫ରେ ରଞ୍ଜିତ ଏହି ଜଗତକୁ ବିଦାୟ ଦେଇଛନ୍ତି। ଗୁରବାର ରଞ୍ଜିତଙ୍କ ଶେଷ କୃତ୍ୟ କରାଯାଇଥିବା ବେଳେ ଲକଡାଉନ୍ ଉଠିବା ପରେ ଆସନ୍ତା ୫ ତାରିଖରେ ଏକ ସ୍ମୃତି ସଭା ଆୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

https://www.instagram.com/p/B_Afz9lpPf7/?utm_source=ig_web_copy_link

ଋଷିକେଶ ମୁଖାର୍ଜୀଙ୍କ ନିର୍ଦେଶନା ତଥା ରାକେଶ ରୋଶନଙ୍କ ଫିଲ୍ମ 'ଖୁବସୁରତ'ରେ ରଞ୍ଜିତଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା। ଏଥିରେ ସେ ଜଗନଙ୍କ ଭୂମିକାରେ ଅଭିନୟ କରିଥିଲେ।
୧୯୮୦ରେ ରଞ୍ଜିତ ଆମେରିକା ଯାଇଥିଲେ। ସେଠାରେ ସେ ଅନେକ ଆମେରିକୀୟ ଶୋ’ରେ ଭାଗ ନେଇଥିଲେ | ଖବର ଅନୁଯାୟୀ, ସେ ଷ୍ଟିଭ୍ କାରେଲ୍ ଏବଂ ଜେନା ଫିସରଙ୍କ ପରି କଳାକାରଙ୍କ ସହ କାମ କରିଛନ୍ତି। ରଞ୍ଜିତ ଦୀପା ମେହେଟ୍ଟାଙ୍କ ଫିଲ୍ମ 'ସେମ ଅର ମେ' ର ସ୍କ୍ରିନ୍ ପ୍ଲେ ମଧ୍ୟ ଲେଖିଛନ୍ତି। ଆଉ ଏହି ଫିଲ୍ମ ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରଞ୍ଜିତଙ୍କ ନାଁ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe