Advertisment

ପତ୍ନୀଙ୍କୁ ଖୁସି କରିବା ପାଇଁ ରିତେଶ କଲେ ନୂଆ ହେୟାରଷ୍ଟାଇଲ୍‌, ଫ୍ୟାନ୍ସ କଲେ ଟ୍ରଲ୍‌

ମୁମ୍ବାଇ: ରିତେଶ ଦେଶମୁଖ ନିଜ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନୂଆ ହେୟାରଷ୍ଟାଇଲ୍‌ କରିଥିଲେ। କିନ୍ତୁ ସେ ଭାବି ନ ଥିଲେ, ତାଙ୍କୁ ଏଥିପାଇଁ ଟ୍ରଲ୍‌ର ଶିକାର ହେବାକୁ ପଡ଼ିବ। ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍‌କୁ କେବଳ ବକ୍‌ବାସ ବୋଲି କହି ନାହାନ୍ତି, ବରଂ ଏହାର ଜୋର୍‌ଦାର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି। ସୂଚନାଯୋଗ୍ୟ, ଜେନେଲିଆ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରିତେଶଙ୍କ ଲାଟେଷ୍ଟ ଫଟୋ ଶେଆର କରିଛନ୍ତି। ଏଥିରେ ରିତେଶ ନୂଆ ହେୟାରଷ୍ଟାଇଲ୍‌ ସହିତ […]

ଅଦ୍ୟତନ ହୋଇଛି
ପତ୍ନୀଙ୍କୁ ଖୁସି କରିବା ପାଇଁ ରିତେଶ କଲେ ନୂଆ ହେୟାରଷ୍ଟାଇଲ୍‌, ଫ୍ୟାନ୍ସ କଲେ ଟ୍ରଲ୍‌

riteish-deshmukh_5cf2163322

Advertisment

ମୁମ୍ବାଇ: ରିତେଶ ଦେଶମୁଖ ନିଜ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନୂଆ ହେୟାରଷ୍ଟାଇଲ୍‌ କରିଥିଲେ। କିନ୍ତୁ ସେ ଭାବି ନ ଥିଲେ, ତାଙ୍କୁ ଏଥିପାଇଁ ଟ୍ରଲ୍‌ର ଶିକାର ହେବାକୁ ପଡ଼ିବ। ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍‌କୁ କେବଳ ବକ୍‌ବାସ ବୋଲି କହି ନାହାନ୍ତି, ବରଂ ଏହାର ଜୋର୍‌ଦାର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି।

Advertisment

ସୂଚନାଯୋଗ୍ୟ, ଜେନେଲିଆ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରିତେଶଙ୍କ ଲାଟେଷ୍ଟ ଫଟୋ ଶେଆର କରିଛନ୍ତି। ଏଥିରେ ରିତେଶ ନୂଆ ହେୟାରଷ୍ଟାଇଲ୍‌ ସହିତ ନଜର ଆସୁଛନ୍ତି। ଏହି ହେୟାରଷ୍ଟାଇଲ୍‌ର ସବୁଠାରୁ ଖାସ୍‌ ହେଉଛି ବ୍ୟାକ୍‌ ଲୁକ୍‌। ଯେଉଁଥିରେ ରିତେଶ ଲମ୍ବା କେଶ ରଖି ରେଡ୍‌ କଲରରେ ଡାଇ କରିଛନ୍ତି। ଜେନେଲିଆ ଏହି ଫଟୋ ଶେଆର କରି କ୍ୟାପ୍‌ସନ ଲେଖିଛନ୍ତି ଯେ ନୂଆ ହେଆରଷ୍ଟାଇଲ୍‌ କରି ତାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ସେ ରିତେଶଙ୍କୁ କହିଥିଲେ। ଫଳରେ ରିତେଶ ଏହି ରେଡ୍‌ ସ୍କ୍ୱିରେଲ୍‌ ଟେଲ୍‌ ସହିତ ଫେରିଥିଲେ। ଏହି ଲୁକ୍‌ କୁଲ୍‌ କି ବୋଲି ଜେନେଲିଆ ପ୍ରଶ୍ନ କରିଥିଲେ।

publive-imageରିତେଶଙ୍କ ଏହି ଲୁକ୍‌ ଯଦିଓ ଜେନେଲିଆଙ୍କ ନଜରରେ କୁଲ୍‌ ଥିଲା, କିନ୍ତୁ ଲୋକେ ଏହାର ଜୋର୍‌ଦାର ମଜାକ୍‌ ଉଡ଼ାଇବାରେ ଲାଗିଛନ୍ତି। କେହି ତାଙ୍କ ହେୟାରଷ୍ଟାଇଲ୍‌କୁ ଶୁଆ ଲୁକ୍‌ ବୋଲି କହିଥିବାବେଳେ କେହି କୁକୁଡ଼ା ଚୁଟି କହି ମଜାକ ଉଡ଼ାଇଛନ୍ତି। କେହି କେହି ଟ୍ରଲର୍ସ ତାଙ୍କୁ ଗେ’ ଭଳି ଦେଖାଯାଉଥିବା କହିଥିବାବେଳେ ଅନ୍ୟ କେହି ରିତେଶଙ୍କ ହେଆରଷ୍ଟାଇଲ୍‌ ବହୁତ ଫନି ବୋଲି କହି ଥଟ୍ଟା କରିଛନ୍ତି। ସୂଚନାଯୋଗ୍ୟ ଯେ ରିତେଶ ଖୁବ୍‌ଶୀଘ୍ର ମଲ୍ଟିଷ୍ଟାରର ସିନେମା ‘ହାଉସ୍‌ଫୁଲ ୪’ରେ ନଜର ଆସିବାକୁ ଯାଉଛନ୍ତି। ଏହାବ୍ୟତୀତ ରିତେଶ ‘ମରଜାୱାଁ’ ସିନେମାରେ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି।

Advertisment

https://www.instagram.com/p/ByIUC6GnTUz/?utm_source=ig_web_button_share_sheet

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe