Advertisment

'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା

ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।

ଅଦ୍ୟତନ ହୋଇଛି
Utkarsh Sharma at Puri Jagannath Temple

Utkarsh Sharma at Puri Jagannath Temple

Advertisment

ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ମଙ୍ଗଳବାର ସକାଳେ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। 'ଗଦର୍ ୨' ପରେ ଆଗାମୀ ଚଳଚ୍ଚିତ୍ର 'ବନବାସ୍' ରିଲିଜ ହେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଚଳଚ୍ଚିତ୍ରର ସଫଳତା କାମନା କରିଛନ୍ତି ଉତ୍କର୍ଷ।

Advertisment

ଉତ୍କର୍ଷଙ୍କ ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ଶୁଟିଂ କାଶିବିଶ୍ୱନାଥରୁ ଆରମ୍ଭ ହୋଇଥିଲା। ଏହାର ପ୍ରୋମୋଶନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦରୁ ଆରମ୍ଭ ହେଉଥିବା କହିଛନ୍ତି ଚଳଚ୍ଚିତ୍ରର ଅଭିନେତା ଉତ୍କର୍ଷ। ଚଳଚ୍ଚିତ୍ର 'ବନବାସ୍'ର ଥିମ୍ ହେଉଛି ପରିବାରର ଆଧାରକୁ ନେଇ। ପ୍ରାୟ ସବୁ ପରିବାରରେ ବୃଦ୍ଧବୃଦ୍ଧାଙ୍କୁ ନିଜ ପିଲାମାନେ ବାହାରକୁ ଛାଡ଼ି ଦିଅନ୍ତି କିମ୍ବା କୌଣସି ପରିସ୍ଥିତିରେ ସେମାନେ ବନବାସ୍ ଚାଲିଯାଆନ୍ତି ବା ବାହାରକୁ ଚାଲିଯାଆନ୍ତି। ଯାହାକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ଆସନ୍ତା ଡିସେମ୍ବର ୨୦ ତାରିଖରେ ଏହା ବଡ଼ ପରଦାକୁ ଆସିବ।

ପ୍ରତିକ୍ରିୟାରେ ଉତ୍କର୍ଷ କହିଛନ୍ତି, ବାପା ମା'ଙ୍କ କର୍ତ୍ତବ୍ୟ ହେଉଛି ପିଲାମାନଙ୍କୁ ପାଳିବା ଓ ପରିଣତ ବୟସରେ ପିଲାମାନଙ୍କର ମଧ୍ୟ ଅନୁରୂପ ଧର୍ମ ହେଉଛି ପିତା ମାତାଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ କରିବା। ଯାହା ଏହି 'ବନବାସ୍' ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ସେପଟେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍ ଖୁସି ଥିବାବେଳେ ପୁଣି ଆଉଥରେ ଶ୍ରୀମନ୍ଦିର ଆସିବେ ବୋଲି କହିଛନ୍ତି ଉତ୍କର୍ଷ।

Advertisment
Puri Jagannath Temple Gadar 2 Utkarsh Sharma Vanvaas New Hindi Movie
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe