Advertisment

ସିନେମାରେ ଯେତିକି ସଫଳ ରାଜନୀତିରେ ବି କିଛି କମ୍‌ ନୁହନ୍ତି ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଏବେ ନିର୍ବାଚନୀ ହାୱା ବହୁଥିବାରୁ ସବୁଆଡେ ରାଜନୀତି ମାହୋଲ୍ ସରଗରମ ରହିଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନେତାମାନେ ଜୋର୍‌ସୋର୍‌ ପ୍ରଚାରରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ସପକ୍ଷରେ ନେଇ ରାଜନୈତିକ ବୈତରଣୀ ପାର ହେବାକୁ ମଇଦାନକୁ ଓହ୍ଲାଇଛନ୍ତି ବହୁ ସିନେ ତାରକା। ନିଜ ଗ୍ଲାମରସ୍‌ ଲୁକ୍‌ ସାହାରାରେ ସେମାନେ ନିର୍ବାଚନୀ ସଭାରେ ଭିଡ଼ ଜମାଇବା ସହ ନିଜେ ମଧ୍ୟ ରାଜନୈତିକ ମଇଦାନରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେବା ସହ ରାଜନୀତିରେ […]

author-image
Rosalin Rath
ଅଦ୍ୟତନ ହୋଇଛି
ସିନେମାରେ ଯେତିକି ସଫଳ ରାଜନୀତିରେ ବି କିଛି କମ୍‌ ନୁହନ୍ତି ବଲିଉଡ୍‌ ସେଲିବ୍ରିଟି

z11

ମୁମ୍ବାଇ: ଏବେ ନିର୍ବାଚନୀ ହାୱା ବହୁଥିବାରୁ ସବୁଆଡେ ରାଜନୀତି ମାହୋଲ୍ ସରଗରମ ରହିଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନେତାମାନେ ଜୋର୍‌ସୋର୍‌ ପ୍ରଚାରରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ସପକ୍ଷରେ ନେଇ ରାଜନୈତିକ ବୈତରଣୀ ପାର ହେବାକୁ ମଇଦାନକୁ ଓହ୍ଲାଇଛନ୍ତି ବହୁ ସିନେ ତାରକା। ନିଜ ଗ୍ଲାମରସ୍‌ ଲୁକ୍‌ ସାହାରାରେ ସେମାନେ ନିର୍ବାଚନୀ ସଭାରେ ଭିଡ଼ ଜମାଇବା ସହ ନିଜେ ମଧ୍ୟ ରାଜନୈତିକ ମଇଦାନରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେବା ସହ ରାଜନୀତିରେ ମଧ୍ୟ ସେମାନେ ଲମ୍ୱା ରେସ୍‌ ଖେଳିଛନ୍ତି। ସେହିପରି ରାଜନେତା ସାଜିଥିବା କିଛି ଲୋକପ୍ରିୟ ଅଭିନେତାଙ୍କ ବିଷୟରେ ଆସନ୍ତୁ ଜାଣିବା।

Advertisment

ତେବେ ଆଜି ଆପଣଙ୍କୁ କିଛି ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନେ କି ଫିଲ୍ମରେ ଯେତିକି ଲୋକପ୍ରିୟ ରାଜନୀତିରେ ମଧ୍ୟ ସେତିକି ପାରଙ୍ଗମ। ତେବେ ଜାଣନ୍ତୁ ସେମାନେ ସବୁ କିଏ।

ଗୋବିନ୍ଦା

publive-image

ବଲିଉଡ୍‌ ଜଗତରେ ଗୋବିନ୍ଦାଙ୍କ ବିଷୟରେ କିଏ ବା ନଜାଣେ। ଫିଲ୍ମରେ ଆକ୍ସନ୍‌ ସହ କମେଡିରେ ଲୋକଙ୍କୁ ହସାଇ ହସାଇ ଘାଇଲା କରିଦିଅନ୍ତି ଗୋବିନ୍ଦା। ତେବେ ବଲିଉଡ୍‌ର ଏହି ସଫଳ ଅଭିନେତା ରାଜନୀତିରେ ମଧ୍ୟ ବହୁ ସଫଳ। ୮୦ ଦଶକରୁ ସେ ସିନେମା ଜଗତରେ ପାଦ ଥାପିଥିଲେ। ୨୦୦୪ରେ ସେ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରତିଯୋଗୀତାର କରି ୫୦ ହଜାର ଭୋଟରେ ମୁମ୍ବାଇ ଉତ୍ତରରୁ ଜିତିଥିଲେ। ସେବେଠାରୁ ହିଁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହାପରେ କିନ୍ତୁ ତାଙ୍କୁ ନିର୍ବାଚନୀ ମଇଦାନରେ ଆଉ ଦେଖିବାକୁ ମିଳୁନି।

Advertisment

ରାଜେସ୍‌ ଖାନ୍ନା

publive-image

ରାଜେସ୍‌ ଖାନ୍ନାଙ୍କୁ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍‌ ବୋଲି କୁହାଯାଏ। ସେ ବଲିଉଡ୍‌କୁ ବହୁତ ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୧୯୬୬ରେ “ଆଖରି ଖତ୍‌” ନାମକ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ସେ ପ୍ରାୟ ୧୬୩ ଫିଲ୍ମରେ କାମ କରିଛନ୍ତି।
ସେ ରାଜନୀତିରେ ମଧ୍ୟ ସଫଳ ହୋଇପାରିଛନ୍ତି। ୧୯୯୧ରେ ସେ କଂଗ୍ରେସରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ।   ସେତେବବେଳେ କିନ୍ତୁ ସେ ବିଜେପି ନେତା ଲାଲ୍‌ କୃଷ୍ଣ ଆଡ୍‌ଭାନୀଙ୍କଠାରୁ ହାରି ଯାଇଥିଲେ। ପରେ ସେ ଶତୃଘ୍ନ ସିହ୍ନାଙ୍କୁ ହରାଇ ଲୋକସଭା ସାଂସଦ ହୋଇଥିଲେ।

ବିନୋଦ ଖାନ୍ନା

publive-image

୬୦ ଦଶକରୁ ସିନେମା ଜଗତରେ ପାଦ ଥାପିଥିବା ବିନୋଦ ଖାନ୍ନାଙ୍କର “ ମନ୍‌ କା ମିତ୍‌” ହେଉଛି ପ୍ରଥମ ଫିଲ୍ମ। ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଥିଲା। ସେ ଭାରତୀୟ ଜନତା ପାର୍ଟିରୁ ପଞ୍ଜାବର ଗୂରୁଦାସପୁରରୁ ଲୋକସଭା ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ।

ହେମା ମାଲିନୀ

publive-image

ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଲିନୀ ମଧ୍ୟ ରାଜନୀତିରେ ମଧ୍ୟ ନିଜ ଡ୍ରିମ୍‌କୁ ପୂରା କରିପାରିଛନ୍ତି।  ସେ ବିଜେପିରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ। ସେ ଏବେ ମଧ୍ୟ ମଥୁରାରୁ ବିଜେପି ସାଂସଦ ଅଛନ୍ତି।

ଜୟପ୍ରଦା

publive-image

ଜୟପ୍ରଦା ଉଭୟ ସିନେମା ଏବଂ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ସେ ହିନ୍ଦି, ତେଲୁଗୁ, ତାମିଲ୍‌, କନ୍ନଡ, ମାଲାୟଲମ୍‌, ବେଙ୍ଗଲି, ମରାଠି ଇତ୍ୟାଦି ଭାଷାର ଫିଲ୍ମରେ କାମ କରିଛନ୍ତି। ସେ ୨ଥର ଫିଲ୍ମ ଫେୟାର୍‌ ପୁରଷ୍କାର ମଧ୍ୟ ଜିତିଛନ୍ତି। ସେ  ନିର୍ବାଚନ ଲଢ଼ି ୨୦୦୪ରୁ ୨୦୧୪ ଯାଏ ଉତ୍ତର ପ୍ରଦେଶର ରାମପୁର୍‌ରୁ ସାଂସଦ ଥିଲେ। ଏବେ ମଧ୍ୟ ସେ ନିର୍ବାଚନ ମଇଦାନରେ ଲଢ଼େଇ କରୁଛନ୍ତି।

ସ୍ମୃତି ଇରାନୀ

publive-image

ସ୍ମୃତି ଇରାନୀ ଏକାଧାରରେ ଜଣେ ମଡେଲ୍‌, ଅଭିନେତ୍ରୀ ନିର୍ଦ୍ଦେଶିକା ଓ  ରାଜନେତ୍ରୀ । ସେ ବିଜେପିରୁ ଗୁଜୁରାଟ୍‌ରୁ ନିର୍ବାଚନ ଲଢ଼ି ସାଂସଦ ହୋଇଛନ୍ତି। ସେ ମଧ୍ୟ  ଭାରତର କେନ୍ଦ୍ରମନ୍ତ୍ରୀ ଅଛନ୍ତି।

ପରେସ୍‌ ରାୱଲ

publive-image

ଫିଲ୍ମରେ ଦର୍ଶକଙ୍କୁ ହସି ହସି ବେଦମ୍‌ କରାଉଥିବା ବଲିଉଡ୍‌ ଅଭିନେତା ପରେସ ରାୱଲ୍‌ ମଧ୍ୟ ଜଣେ ରାଜନେତା। ସେ ଫିଲ୍ମ ଫେୟାର୍‌ ଆୱାଡ୍‌ ଜିତିବା ସହ ବିଜେପିରୁ ନିର୍ବାଚନ ଲଢ଼ି ପୂର୍ବ ଅହମଦାବାଦ୍‌ରୁ ସାଂସଦ ଅଛନ୍ତି।

ମିଥୁନ୍‌ ଚକ୍ରବର୍ତ୍ତୀ

publive-image

ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ମିଥୁନ୍‌ ଦା’ ନାମରେ ସମସ୍ତେ ଜାଣନ୍ତି। ସେ ଫିଲ୍ମ ଅଭିନେତା ସହ, ଗାୟକ, ନିର୍ମାତା, ଲେଖକ, ସମାଜ ସେବୀ ମଧ୍ୟ। ସେ ଭାରତୀୟ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଲଢ଼ି ସାଂସଦ ରହିସାରିଛନ୍ତି।