Advertisment

'ହଁ, ମୋ ସହ ବି ହୋଇଛି କାଷ୍ଟିଂ କାଉଚ୍'

ନୂଆଦିଲ୍ଲୀ: ବଲିଉଡରେ କାଷ୍ଟିଂ କାଉଚ ମାମଲା କିଛି ନୂଆ ବିଷୟ ନୁହେଁ। ଅନେକ ବି-ଟାଉନ ଅଭିନେତ୍ରୀ କାଷ୍ଟିଂ କାଉଚକୁ ନେଇ ନିଜର ମୁହଁ ଖୋଲିଛନ୍ତି। ତେବେ ଏହି ତାଲିକାରେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ନାମ ଯୋଡ଼ିହୋଇ ଯାଇଛି। ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ତାଙ୍କ ସହ ହୋଇଥିବା କାଷ୍ଟିଂ କାଉଚ୍ ବାବଦରେ ମୁହଁ ଖୋଲିଛନ୍ତି। ଚିତ୍ରାଙ୍ଗଦା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି, କାଷ୍ଟିଂ କାଉଚ୍ କରୁଥିବା […]

'ହଁ, ମୋ ସହ ବି ହୋଇଛି କାଷ୍ଟିଂ କାଉଚ୍'

chitrangada

Advertisment

ନୂଆଦିଲ୍ଲୀ: ବଲିଉଡରେ କାଷ୍ଟିଂ କାଉଚ ମାମଲା କିଛି ନୂଆ ବିଷୟ ନୁହେଁ। ଅନେକ ବି-ଟାଉନ ଅଭିନେତ୍ରୀ କାଷ୍ଟିଂ କାଉଚକୁ ନେଇ ନିଜର ମୁହଁ ଖୋଲିଛନ୍ତି। ତେବେ ଏହି ତାଲିକାରେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ନାମ ଯୋଡ଼ିହୋଇ ଯାଇଛି। ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ତାଙ୍କ ସହ ହୋଇଥିବା କାଷ୍ଟିଂ କାଉଚ୍ ବାବଦରେ ମୁହଁ ଖୋଲିଛନ୍ତି।

Advertisment

ଚିତ୍ରାଙ୍ଗଦା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି, କାଷ୍ଟିଂ କାଉଚ୍ କରୁଥିବା ଲୋକ ପ୍ରତ୍ୟେକ ସ୍ଥାନରେ ଅଛନ୍ତି। ଯେହେତୁ ସେ କେବେ ଏନେଇ ରାଜି ହୋଇ ନ ଥିଲେ। ଏଥି ଲାଗି ତାଙ୍କୁ ଅନେକ ଥର ଅସହଜ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଛି। ଏହାସହ ସେ କର୍ପୋରେଟ୍ ଜଗତକୁ ବହୁତ ଖରାପ ବୋଲି ମଧ୍ୟ କହିଛନ୍ତି।

ସାକ୍ଷାତକାର ସମୟରେ ଚିତ୍ରାଙ୍ଗଦା କହିଛନ୍ତି ଯେ, ଏଭଳି ଚରିତ୍ରର ଲୋକ ସବୁଆଡ଼େ ମିଳିବେ। ମଡେଲିଂଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ମୁଁ ସବୁଠାରେ ଏଭଳି ଲୋକଙ୍କୁ ଦେଖିଛି। କର୍ପୋରେଟ୍ ଇଣ୍ଡଷ୍ଟ୍ରୀ ବହୁତ ଖରାପ। ହଁ ମୋ ସାଙ୍ଗେ ବି କାଷ୍ଟିଂ କାଉଚ୍ ହୋଇଛି।କିନ୍ତୁ ମୁଁ କହିବାକୁ ଚାହେଁ କି, ବଲିଉଡରେ ଏଥି ପାଇଁ କୌଣସି ଚାପ ପକାଯାଏ ନାହିଁ। ସମସ୍ତଙ୍କ ପାଇଁ ନିଜର ପର୍ଯ୍ୟାପ୍ତ ସ୍ଥାନ ଏବଂ ସମ୍ମାନ ରହିଛି ବୋଲି ସେ କହିଛନ୍ତି।

Advertisment

ଚିତ୍ରାଙ୍ଗଦା ପୁଣି କହିଛନ୍ତି, ଏଥିରେ ରାଜି ନ ହେଲେ କୌଣସି ସୁଯୋଗ ହାତରୁ ଚାଲିଯାଇପାରେ। ଆଉ ଏଥିପାଇଁ ଆପଣଙ୍କୁ ଦୁଃଖ ବି ଲାଗିପାରେ। କିନ୍ତୁ ଏହି ନିଷ୍ପତ୍ତି ଆପଣଙ୍କର।

ସେ ଆହୁରି ମଧ୍ୟ କହିଛନ୍ତି, ଖରାପ ତ ଲାଗେ। ଆଉ ମୁଁ ଅନେକ ପ୍ରୋଜେକ୍ଟରୁ ଆଉଟ୍ ମଧ୍ୟ ହୋଇଛି। କିନ୍ତୁ ଯଦି ସେହି ସମୟରେ ଆପଣ ଏସବୁରେ ଖୁସି ଅନୁଭବ କରୁଛନ୍ତି। ଆପଣଙ୍କୁ ସେହି ରାସ୍ତାରେ ଯିବା ଉଚିତ୍। ମୁଁ କାହାକୁ ଜଜ୍ କରୁନି।ଏହା କେବଳ ଯୌନ ସମ୍ପର୍କ ପାଇଁ ନୁହେଁ, ଆହୁରି ଅନ୍ୟ କାମ ମଧ୍ୟ କରିବାକୁ ପଡ଼ିଥାଏ। ଏଣୁ ଆପଣ ନିଜେନିଜ ରାସ୍ତା ବାଛନ୍ତୁ ଏବଂ ସେହିପରି ହିଁ ଜୀବନଯାପନ କରନ୍ତୁ ବୋଲି ଚିତ୍ରାଙ୍ଗଦା ସାକ୍ଷାତକାର ସମୟରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe