kajol-1
ମୁମ୍ବାଇ: ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଓଡ଼ିଶୀ ନାଚିବେ ବଲିଉଡ ଅଭିନେତ୍ରୀ କାଜୋଲ । ନୂଆବର୍ଷରେ ନିଜ ପ୍ରଶଂସକଙ୍କୁ କଜୋଲ ଏଭଳି ସୂଚନା ଦେଇ ସରପ୍ରାଇଜ ଦେଇଛନ୍ତି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ ଗେଟଅପରେ କାଜୋଲ ନଜର ଆସିଛନ୍ତି । ମଡର୍ଣ୍ଣ ଡ୍ୟାନ୍ସ ପରେ ସେ ଏବେ ଓଡ଼ିଶୀ ନୃତ୍ୟ ଆଡେ ମନ ବଳାଇଛନ୍ତି ।
ଅପକମିଂ ଫିଲ୍ମ ’ତ୍ରୀଭଙ୍ଗ’ରେ କାଜୋଲଙ୍କୁ ଜଣେ ଓଡ଼ିଶୀ ଡ୍ୟାନ୍ସର ଭୂମିକାରେ ଦେଖିବାକୁ ମିଳିବ। ନୂଆବର୍ଷ ଅବସରରେ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି । କଜୋଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଟିଜରକୁ ଶେଆର କରିଛନ୍ତି । ଏହି ଫିଲ୍ମ ଜରିଆରେ ଓଟିଟି ପ୍ଲାଟଫର୍ମରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି । ରେଣୁକା ସାହାଣେଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ କାଜୋଲ ବେଶ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି, ୩ ଜଣ ମହିଳାଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ଆଧାରିତ। ଶୁଟିଂ ସମୟରେ ଏକ ନୂଆ ଅନୁଭବ ଶିଖି ମୋତେ ବେଶ ଖୁସି ଲାଗିଲା । ଏବେ କେବଳ ଲୋକଙ୍କ ରିଆକସନକୁ ଅପେକ୍ଷା । ଲୋକେ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସେ କହିଛନ୍ତି ।
ଅଜୟ ଦେବଗନଙ୍କ ପ୍ରଡକ୍ସନରେ ତିଆରି ଏହି ଫିଲ୍ମରେ କଜୋଲଙ୍କ ବ୍ୟତୀତ ମିଥିଲା ପାଲକର, ତନଭି ଆଜମୀ ଏବଂ କୁଣାଲ ରୟ କପୁର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଆସନ୍ତା ଜାନୁଆରୀ ୧୫ ତାରିଖରେ ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/kajol-1.jpg)