Advertisment

ଭାଇ ନିର୍ବନ୍ଧ ପାଇଁ ବିମାନବନ୍ଦରରେ ସଜ ହେଲେ ବେବୋ

ମୁମ୍ବାଇ: ବେବୋ ଆଜିକାଲି ତାଙ୍କର ଅପ୍‌କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଓ ଶୋ’ରେ ସାମିଲ ହୋଇ ନିଜ ଫିଲ୍ମର ପ୍ରୋମୋସନ୍ କରୁଛନ୍ତି। ସେ ଏମିତି ବ୍ୟସ୍ତ ଅଛନ୍ତି ଯେ ତାଙ୍କ ଭାଇଙ୍କ ନିର୍ବନ୍ଧରେ ଟିକେ ସଜବାଜ ହେବାକୁ ବି ସମୟ ମିଳି ନଥିଲା। ତେଣୁ ସେ ବାଧ୍ୟ ହୋଇ ବିମାନବନ୍ଦରରେ ସଜ ହୋଇଥିଲେ। ଆଉ ତାଙ୍କର ଉକ୍ତ ସମୟର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଭାଇ ନିର୍ବନ୍ଧ ପାଇଁ ବିମାନବନ୍ଦରରେ ସଜ ହେଲେ ବେବୋ

kareena

ମୁମ୍ବାଇ: ବେବୋ ଆଜିକାଲି ତାଙ୍କର ଅପ୍‌କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଓ ଶୋ’ରେ ସାମିଲ ହୋଇ ନିଜ ଫିଲ୍ମର ପ୍ରୋମୋସନ୍ କରୁଛନ୍ତି। ସେ ଏମିତି ବ୍ୟସ୍ତ ଅଛନ୍ତି ଯେ ତାଙ୍କ ଭାଇଙ୍କ ନିର୍ବନ୍ଧରେ ଟିକେ ସଜବାଜ ହେବାକୁ ବି ସମୟ ମିଳି ନଥିଲା। ତେଣୁ ସେ ବାଧ୍ୟ ହୋଇ ବିମାନବନ୍ଦରରେ ସଜ ହୋଇଥିଲେ। ଆଉ ତାଙ୍କର ଉକ୍ତ ସମୟର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଲାଲ୍ ରଙ୍ଗର ସାଲୱାର୍‌ ପିନ୍ଧିଛନ୍ତି। ଆଉ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟ ତାଙ୍କୁ ସଜେଇ ଦେଉଛନ୍ତି। ସେ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ସଜ ହୋଇଥିଲେ। ଏହି ଭିଡିଓକୁ କରୀନାଙ୍କ ଏକ ଫ୍ୟାନ୍ ପେଜ୍‌ ତା’ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛି। କରୀନାଙ୍କ ପ୍ରଶଂସକମାନେ ଏଥିରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ କରୀନା କପୁରଙ୍କ ଭାଇ ଅରମାନ୍‌ ଜୈନ୍‌ଙ୍କ ନିର୍ବନ୍ଧ ଥିଲା। ଅରମାନ୍‌ ହେଉଛନ୍ତି କରୀନାଙ୍କ ପିଉସୀ ପୁଅ।

Advertisment

କରୀନା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଚଳିତ ମାସ ୨୭ ତାରିଖରେ ରିଲିଜ୍ ହେବ।  ଫିଲ୍ମରେ ତାଙ୍କ ସହିତ ଅକ୍ଷୟ କୁମାର, ଦିଲ୍‌ଜିତ୍ ଓ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

https://www.instagram.com/p/B6Dhtf3BriY/?utm_source=ig_web_button_share_sheet