nagama
ମୁମ୍ବାଇ: କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ‘ଜନତା କର୍ଫୁ’ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ତେବେ ଏହା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ତଥା ପଲିଟିସିଆନ୍ ନଗମା ସୋଶାଲ ମିଡିଆରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
ନଗମା ଟ୍ୱିଟରରେ କରୋନା ଭାଇରସ୍ ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ତୁଳନା କରିଛନ୍ତି । ସେ ଲେଖିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ, ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନ ପାଇଁ ଭାରତ ଆସିଥିଲେ। ଆପଣ ତାଙ୍କ ପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ କଲେ। କିନ୍ତୁ କରୋନା ଭାଇରସ ମୁକାବିଲା ପାଇଁ କେବଳ ତାଳି ଓ ଥାଳି । ତାଳି ଜରିଆରେ ଲୋକଙ୍କର ଗୋଟିଏ ବୋଲି ମନକୁ ଆପଣ କେତେ ଥର ଜିତିବେ । ନଗମାଙ୍କର ଏହି ଟ୍ୱିଟକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ଲୋକେ।
ସୂଚନାଯୋଗ୍ୟ, କରୋନା ପଜିଟିଭଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି । ଏହାକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସହଯୋଗର ହାତ ବଢାଇଛନ୍ତି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ଘରେ ବସି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ଖୋଲା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/nagama.jpg)