Advertisment

ନୋରା କହିଲେ ସଂଘର୍ଷର କାହାଣୀ

ମୁମ୍ୱାଇ: ବଲିଉଡ୍‌ରେ ବେଶ୍ ଜଣାଶୁଣା ହୋଇସାରିଥିବା ନୋରା ଫତେହି ୨୦୧୪ରେ ଫିଲ୍ମ ‘ରୋର୍‌: ଟାଇଗର୍ସ ଅଫ୍ ଦି ସୁନ୍ଦରବଂଶ’ରୁ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୨୦୧୮ରେ ଆସିଥିବା ଫିଲ୍ମ ‘ସତ୍ୟମେବ ଜୟତେ’ରେ ‘ଦିଲ୍‌ବର’ ଗୀତରେ ନୃତ୍ୟ କରି ସେ ଖୁବ୍ ପପୁଲାର୍‌ ହୋଇଯାଇଥିଲେ। ଏହା ପରେ ତାଙ୍କ ହାତକୁ ଭଲ ଭଲ ଫିଲ୍ମ ଆସିଥିଲା। ଅବଶ୍ୟ ସବୁଥିରେ ତାଙ୍କ କେବଳ ସ୍ପେଶାଲ୍ ଆପିୟରାନ୍ସ ରହିଛି। ଏସବୁ ଫିଲ୍ମରେ ସେ କେବଳ ଆଇଟମ୍ ସଙ୍ଗ୍‌ରେ ନଜର ଆସିଛନ୍ତି। ତେବେ […]

ଅଦ୍ୟତନ ହୋଇଛି
ନୋରା କହିଲେ ସଂଘର୍ଷର କାହାଣୀ

nora1

Advertisment

ମୁମ୍ୱାଇ: ବଲିଉଡ୍‌ରେ ବେଶ୍ ଜଣାଶୁଣା ହୋଇସାରିଥିବା ନୋରା ଫତେହି ୨୦୧୪ରେ ଫିଲ୍ମ ‘ରୋର୍‌: ଟାଇଗର୍ସ ଅଫ୍ ଦି ସୁନ୍ଦରବଂଶ’ରୁ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୨୦୧୮ରେ ଆସିଥିବା ଫିଲ୍ମ ‘ସତ୍ୟମେବ ଜୟତେ’ରେ ‘ଦିଲ୍‌ବର’ ଗୀତରେ ନୃତ୍ୟ କରି ସେ ଖୁବ୍ ପପୁଲାର୍‌ ହୋଇଯାଇଥିଲେ। ଏହା ପରେ ତାଙ୍କ ହାତକୁ ଭଲ ଭଲ ଫିଲ୍ମ ଆସିଥିଲା। ଅବଶ୍ୟ ସବୁଥିରେ ତାଙ୍କ କେବଳ ସ୍ପେଶାଲ୍ ଆପିୟରାନ୍ସ ରହିଛି। ଏସବୁ ଫିଲ୍ମରେ ସେ କେବଳ ଆଇଟମ୍ ସଙ୍ଗ୍‌ରେ ନଜର ଆସିଛନ୍ତି। ତେବେ ଆଗକୁ ରିଲିଜ୍ ହେବାକୁ ଥିବା ଏକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଜାନୁଆରୀ ୨୪ ତାରିଖରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ୩ଡି’ରେ ସେ ମିଆ ଚରିତ୍ରରେ ଅଭିନୟ କରିଛନ୍ତି। ଏଥିରେ ସେ ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଛନ୍ତି।

Advertisment

୨୦୧୪ରୁ ଏଯାବତ ନୋରାଙ୍କ କ୍ୟାରିୟର କେବଳ ଆଇଟମ୍ ନୃତ୍ୟରେ ସୀମିତ ହୋଇ ରହିଯାଇଥିବା ବେଳେ ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା କରିଛନ୍ତି। ଏଥିରେ ନୋରା କହିଛନ୍ତି, “କାନାଡ଼ା ଛାଡ଼ିବା ଳମୋ ପାଇଁ ଏତେ ସହଜ ନଥିଲା। ନିଜ ଦେଶ ତଥା ନିଜ ସାଙ୍ଗମାନଙ୍କୁ ଛାଡ଼ି ଭାରତ ପରି ଦେଶକୁ ଆସିବା ବହୁତ କଠିନ ନିଷ୍ପତ୍ତି ଥିଲା। କାରଣ ଏଠାରେ ମୋତେ କେହି ବି ଜାଣି ନଥିଲେ। ତେବେ କିଛି ଦିନ ମଧ୍ୟରେ ମୁଁ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲି। ଏବେ ମୁଁ ସନ୍ତୁଷ୍ଟ ଅଛି।”

publive-image

ସେ ଆହୁରି କହିଛନ୍ତି, “ମାତ୍ର ୫୦୦୦ ଟଙ୍କା ନେଇ ମୁଁ ଭାରତକୁ ଆସିଥିଲି। ଯେଉଁ ଏଜେନ୍ସିରେ ମୁଁ କାମ କରୁଥିଲି, ସେଠାରୁ ପ୍ରତି ସପ୍ତାହରେ ମୋତେ ୩୦୦୦ ଟଙ୍କା ମିଳୁଥିଲା। ଏତେ କମ୍‌ ଟଙ୍କାରେ ପ୍ରତିଦିନ ଚଳିବା ମୋ ପାଇଁ ଭାରି କଷ୍ଟ ଥିଲା। କିନ୍ତୁ ସପ୍ତାହ ଶେଷକୁ ଯେପରି ଟଙ୍କା ଶେଷ ନହୁଏ ସେଥିପାଇଁ ମୁଁ ଶର୍ଟକଟ୍‌ରେ ଚଳୁଥିଲି।”

Advertisment

publive-image
ନୋରା କହିଛନ୍ତି ଯେ ସେ ବଲିଉଡ୍‌ରେ ବେଶ୍ କିଛି ବର୍ଷ ହେଲା ଅଛନ୍ତି। ହେଲେ ଯେଉଁସବୁ କାମ କରିଥିଲି ସେଥିରେ ଲୋକପ୍ରିୟତା ପାଇ ନଥିଲେ। କିନ୍ତୁ ‘ଦିଲ୍‌ବର୍‌’ ଗୀତ ତାଙ୍କ କ୍ୟାରିଅର୍‌ରେ ଗୋଟିଏ ନୂଆ ମୋଡ଼ ଆଣି ଦେଇଥିଲା।

୨୦୨୦ରେ ତାଙ୍କୁ ‘ବାଗୀ ୩’ରେ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ସେ ଏକ ଆଇଟମ୍ ନମ୍ବରରେ ନଜର ଆସିବେ ବୋଲି ଜଣାପଡ଼ିଛି। ତେବେ ‘ଭୁଜ୍‌- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ସେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ମଧ୍ୟ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe