Advertisment

୧୨ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ ଆଇକନ୍‌ ଶିଳ୍ପା ଶେଟ୍ଟୀଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ସେ  ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ଏହି ବର୍ଷଗୁଡ଼ିକରେ ସେ କେବଳ ଛୋଟ ପରଦାର ରିଅଲିଟି ଶୋ’ରେ କାମ କରୁଥିଲେ। ସୂଚନା ଅନୁଯାୟୀ, ଦିଲ୍‌ଜିତ୍‌ ଦୋସାଞ୍ଝ ଓ ୟାମି ଗୌତମଙ୍କ ଆଗାମୀ କମେଡି ସିନେମା ମାଧ୍ୟମରେ ଶିଳ୍ପା ବଡ଼ ପରଦାକୁ କମ୍‌ ବ୍ୟାକ୍ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଫିଲ୍ମର ନାମ ସ୍ଥିର ହୋଇନାହିଁ। ଫିଲ୍ମର […]

author-image
Biswobandita Swain
୧୨ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଶିଳ୍ପା

shilpa-shetty-825x510

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ ଆଇକନ୍‌ ଶିଳ୍ପା ଶେଟ୍ଟୀଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ସେ  ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ଏହି ବର୍ଷଗୁଡ଼ିକରେ ସେ କେବଳ ଛୋଟ ପରଦାର ରିଅଲିଟି ଶୋ’ରେ କାମ କରୁଥିଲେ।
publive-imageସୂଚନା ଅନୁଯାୟୀ, ଦିଲ୍‌ଜିତ୍‌ ଦୋସାଞ୍ଝ ଓ ୟାମି ଗୌତମଙ୍କ ଆଗାମୀ କମେଡି ସିନେମା ମାଧ୍ୟମରେ ଶିଳ୍ପା ବଡ଼ ପରଦାକୁ କମ୍‌ ବ୍ୟାକ୍ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଫିଲ୍ମର ନାମ ସ୍ଥିର ହୋଇନାହିଁ। ଫିଲ୍ମର ସ୍କ୍ରିପ୍ଟ ଶିଳ୍ପାଙ୍କୁ ପସନ୍ଦ ଆସିଛି ଓ ଏଥିରେ କାମ କରିବା ଲାଗି ସେ ରାଜି ଥିବା ଜଣାପଡ଼ିଛି। ଫିଲ୍ମ ନିର୍ମାତା ଅଜିଜ ମିର୍ଜାଙ୍କ ପୁଅ ହାରୁନ ଏ ମିର୍ଜାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ନିର୍ମାଣ ହେବାକୁ ଯାଉଛି।

Advertisment

publive-imageଏହି ଫିଲ୍ମରେ ଶିଳ୍ପା ଜଣେ ଲେଖକ ଭୂମିକାରେ ଅଭିନୟ କରିବେ। ଲଣ୍ଡନ ଓ ଗ୍ରୀସ୍‌ରେ ଛୁଟି କାଟୁଥିବା ଶିଳ୍ପା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ମୁମ୍ବାଇ ଫେରିବା ପରେ ଶୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅବ୍‌ବାସ ମସ୍ତାନଙ୍କ ୧୯୯୩ର ଥ୍ରିଲର ଫିଲ୍ମ ‘ବାଜିଗର’ରେ ଶାହରୁଖ ଖାନ ଓ କାଜୋଲଙ୍କ ସହ ଶିଳ୍ପା ବଲିଉଡ୍‌ ଡେବ୍ୟୁ କରିଥିଲେ। ଶେଷଥର ପାଇଁ ୨୦୦୭ରେ ଶିଳ୍ପାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା।

Advertisment