Advertisment

ପ୍ରିୟଙ୍କାଙ୍କୁ ଲୋକେ କହିଲେ, ଏମିତି କେମିତି ହେବ ଦିଦି?

ମୁମ୍ବାଇ: ବଲିଉଡ୍‌ର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ସୋଶାଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। କେତେବେଳେ ଅଭିନୟକୁ ନେଇ ସେ ପ୍ରଶଂସା ସାଉଁଟନ୍ତି ତ କେତେବେଳେ ଅନ୍ୟାନ୍ୟ କିଛି କାରଣରୁ ଟ୍ରୋଲ୍‌ର ଶିକାର ହୁଅନ୍ତି। ନିକଟରେ ଠିକ୍‌ ଏମିତି କିଛି ଘଟିଛି ତାଙ୍କ ସହିତ।  ଗତ ୧୮ତାରିଖରେ ପ୍ରିୟଙ୍କା ତାଙ୍କ ୩୭ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ତାଙ୍କ ପରିବାର ସହ ମିଆମି ଯାଇଥିଲେ। ଆଉ ତାଙ୍କର ସେଠାକାର ଏକ ଫଟୋ ଏବେ ସୋଶାଲ୍‌ […]

ପ୍ରିୟଙ୍କାଙ୍କୁ ଲୋକେ କହିଲେ, ଏମିତି କେମିତି ହେବ ଦିଦି?

Untitled

Advertisment

ମୁମ୍ବାଇ: ବଲିଉଡ୍‌ର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ସୋଶାଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। କେତେବେଳେ ଅଭିନୟକୁ ନେଇ ସେ ପ୍ରଶଂସା ସାଉଁଟନ୍ତି ତ କେତେବେଳେ ଅନ୍ୟାନ୍ୟ କିଛି କାରଣରୁ ଟ୍ରୋଲ୍‌ର ଶିକାର ହୁଅନ୍ତି। ନିକଟରେ ଠିକ୍‌ ଏମିତି କିଛି ଘଟିଛି ତାଙ୍କ ସହିତ।  ଗତ ୧୮ତାରିଖରେ ପ୍ରିୟଙ୍କା ତାଙ୍କ ୩୭ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ତାଙ୍କ ପରିବାର ସହ ମିଆମି ଯାଇଥିଲେ। ଆଉ ତାଙ୍କର ସେଠାକାର ଏକ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ୍‌ ଏବଂ ମାଆ ମଧୁ ଚୋପ୍ରାଙ୍କ ସହ ବସି ସିଗାରେଟ୍‌ ଟାଣୁଥିବା ଦେଖିବାକୁ ମିଳିଛି। ଆଉ ଏଥିପାଇଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

Advertisment

ଜଣେ ଟ୍ୱିଟର ବ୍ୟବହାରକାରୀ ପ୍ରିୟଙ୍କାଙ୍କୁ ଟ୍ରୋଲ୍ କରି ଲେଖିଛନ୍ତି, ଦିଦିଙ୍କର ଆଜ୍‌ମା ଅଛି ଏବଂ ସେ ସିଗାରେଟ୍‌ ଟାଣନ୍ତି, ଏମିତି କେମିତି ହେବ ଦିଦି?

ସେହିଭଳି ଆଉ ଜଣେ ଲେଖିଛନ୍ତି,  ପ୍ରିୟଙ୍କା ଚୋପ୍ରା ଭାରତବାସୀଙ୍କୁ ବିନା ବାଣରେ ଦୀପାବଳି ପାଳନ କରିବାକୁ କୁହନ୍ତି। ଆଉ ଏବେ ସେ ଆଜ୍‌ମାର ଉପଚାର ପାଇଁ ବୋଧେ ଔଷଧ ନେଉଛନ୍ତି!

Advertisment

https://twitter.com/tappusena0/status/1152860083660845056

ସୂଚନା ଅନୁଯାୟୀ, ଗତ ଦୀପାବଳି ବେଳେ ବାଣ ଫୁଟାଇ ପରିବେଷ ପ୍ରଦୂଷଣ ନକରିବା ପାଇଁ ବଲିଉଡ୍‌ର କିଛି କଳାକାର ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଥିଲେ। ଏଥିରେ ଦେଶୀ ଗର୍ଲ ମଧ୍ୟ ସାମିଲ୍‌ ଥିଲେ। ସେତେବେଳେ ତାଙ୍କର ଆଜ୍‌ମା ଥିବା କଥା ସେ କହିଥିଲେ। ଲୋକେ ତାଙ୍କ କଥାକୁ ଠିକ୍ ମନେ ରଖିଛନ୍ତି। ତେଣୁ ଏବେ ତାଙ୍କ ସିଗାରେଟ୍ ଟଣା ଫଟୋ ଦେଖି ତାଙ୍କୁ ସମାଲୋଚନା କରୁଛନ୍ତି।

https://twitter.com/Abhishe72172080/status/1152880883780599808

ସୂଚନାଯୋଗ୍ୟ, ଆଗକୁ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଆସୁଛି। ଫିଲ୍ମଟି ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫରହାନ୍‌ ଅଖତର୍‌ ଓ ଜାଇରା ୱାସିମ୍ ପ୍ରମୁଖ  ଭୂମିକାରେ ଅଭିନୟ କରୁଛନ୍ତି। ସୋନାଲୀ ବୋଷ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe