Advertisment

ସୁସ୍ଥ ହୋଇ ଘରକୁ ଫେରିଲେ ଶବାନା

ମୁମ୍ବାଇ: ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ଗତମାସ ୧୮ ତାରିଖରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଗତକାଲି ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ଟ୍ୱିଟ୍‌ କରି ସେ ଘରକୁ ଫେରିଥିବା ସୂଚନା ଦେଇଛନ୍ତି। ଏଥିରେ ସେ ତାଙ୍କର ଏକ ଫଟୋ ପୋଷ୍ଟ କରିବା ସହିତ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବା ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ତା’ସହିତ ଟିନା ଅମ୍ବାନୀ, କୋକିଲାବେନ୍ ଅମ୍ବାନୀ ହସ୍‌ପିଟାଲ୍‌ର ଡାକ୍ତରୀ ଟିମ୍ […]

ସୁସ୍ଥ ହୋଇ ଘରକୁ ଫେରିଲେ ଶବାନା

shabana

Advertisment

ମୁମ୍ବାଇ: ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ଗତମାସ ୧୮ ତାରିଖରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଗତକାଲି ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ଟ୍ୱିଟ୍‌ କରି ସେ ଘରକୁ ଫେରିଥିବା ସୂଚନା ଦେଇଛନ୍ତି। ଏଥିରେ ସେ ତାଙ୍କର ଏକ ଫଟୋ ପୋଷ୍ଟ କରିବା ସହିତ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବା ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ତା’ସହିତ ଟିନା ଅମ୍ବାନୀ, କୋକିଲାବେନ୍ ଅମ୍ବାନୀ ହସ୍‌ପିଟାଲ୍‌ର ଡାକ୍ତରୀ ଟିମ୍ ଓ ନର୍ସିଂ ଷ୍ଟାଫ୍‌ ତାଙ୍କର ଯତ୍ନ ନେଇଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ ସେ କୃତଜ୍ଞ ବୋଲି ଲେଖିଛନ୍ତି।

Advertisment

https://twitter.com/AzmiShabana/status/1223522627827818498?s=20

ସୂଚନାଯୋଗ୍ୟ, ଜାନୁଆରୀ ୧୮ ତାରିଖରେ ମୁମ୍ବାଇ-ପୁନେ ଏକ୍ସପ୍ରେସ୍‌-ୱେରେ ଶବାନାଙ୍କ କାର୍ ଏକ ମିନି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଶବାନାଙ୍କ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ମିନି ଟ୍ରକ୍‌ର ଡ୍ରାଇଭର ଅଭିଯୋଗ କରି ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ। ଏହି ଦୁର୍ଘଟଣାରେ ଶବାନାଙ୍କ ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe