ଶାକାହାରୀ ହେଲେ ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ‘ବାହୁବଳୀ’ ବିୟୁଟି ତମନ୍ନା ଭାଟିଆ ଏବେ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଶାକାହାରୀ। ନିଜର ଜୀବନଶୈଳୀରେ ଏହି ପରିବର୍ତ୍ତନ ସମ୍ପର୍କରେ ନିଜେ ତମନ୍ନା ସୂଚନା ଦେଇଛନ୍ତି। ତମନ୍ନା କହିଛନ୍ତି ଯେ ସିନ୍ଧି ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ତାଙ୍କର ଚିକେନ୍‌ ଓ ମାଛ ଭଳି ପାରମ୍ପରିକ ଆମିଷ ଖାଦ୍ୟ ପ୍ରତି ଦୁର୍ବଳତା ଥିଲା ଏବଂ ଏସବୁକୁ ନିଜ ଖାଦ୍ୟ ତାଲିକାରୁ ବାଦ୍‌ ଦେବା ତାଙ୍କ ପାଇଁ ଏକ […]

8

Premananda Dash
  • Published: Thursday, 27 September 2018
  • , Updated: 27 September 2018, 08:51 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା 'ବାହୁବଳୀ' ବିୟୁଟି ତମନ୍ନା ଭାଟିଆ ଏବେ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଶାକାହାରୀ।

ନିଜର ଜୀବନଶୈଳୀରେ ଏହି ପରିବର୍ତ୍ତନ ସମ୍ପର୍କରେ ନିଜେ ତମନ୍ନା ସୂଚନା ଦେଇଛନ୍ତି। ତମନ୍ନା କହିଛନ୍ତି ଯେ ସିନ୍ଧି ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ତାଙ୍କର ଚିକେନ୍‌ ଓ ମାଛ ଭଳି ପାରମ୍ପରିକ ଆମିଷ ଖାଦ୍ୟ ପ୍ରତି ଦୁର୍ବଳତା ଥିଲା ଏବଂ ଏସବୁକୁ ନିଜ ଖାଦ୍ୟ ତାଲିକାରୁ ବାଦ୍‌ ଦେବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ଥିଲା। ତେବେ ଆମିଷ ଖାଦ୍ୟ ପ୍ରତି ତାଙ୍କର ଯେତିକି ମାତ୍ରାରେ ରୁଚି ରହିଥିଲା, ସେହି ପରିମାଣରେ ସେ ପଶୁ ପକ୍ଷୀଙ୍କୁ ମଧ୍ୟ ଖୁବ୍ ଭଲ ପାଆନ୍ତି। ଆଉ ନିଜ ପୋଷା କୁକୁର 'ପିବଲ୍‌ସ୍‌'ର ସ୍ୱାସ୍ଥ୍ୟ ହାନି ତାଙ୍କୁ ଆମିଷ ଛାଡ଼ିବାର ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିଥିଲା।

'ବାହୁବଳୀ'ର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ କହିବା ଅନୁସାରେ, "ଜଣେ ଆମିଷ ଖାଇବ ଅବା ସମ୍ପୂର୍ଣ୍ଣ ଶାକାହାରୀ ହେବ, ଏହା ନିଜର ଇଚ୍ଛାଶକ୍ତି ଉପରେ ନିର୍ଭର କରିଥାଏ। ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ହିଁ ଆମିଷ ଖାଦ୍ୟ ପ୍ରତି ଥିବା ଦୁର୍ବଳତାକୁ ଦୂର କରାଯାଇପାରିବ। ଗତ ପ୍ରାୟ ମାସେ ତଳେ ମୋ ପ୍ରିୟ 'ପେବଲ୍‌ସ୍‌' (ପୋଷା କୁକୁର) ପକ୍ଷାଘାତ ରୋଗର ଶିକାର ହେବା ମୋତେ ଖୁବ୍‌ ଚିନ୍ତାଗ୍ରସ୍ତ କରିଥିଲା। ସମସ୍ତେ ଜାଣନ୍ତି ମୁଁ ଖୁବ୍‌ ଖାଦ୍ୟପ୍ରିୟ, କିନ୍ତୁ ଏହା ସାଙ୍ଗକୁ ମୁଁ ଜଣେ ଆନିମଲ୍‌ ଲଭର୍‌ ମଧ୍ୟ। ଆଉ 'ପେବଲ୍‌ସ୍‌'ର ଅସୁସ୍ଥତା ଯୋଗୁ ଭାବିଲି ଯେ ମୋ'ର ଏପରି ଏକ ପ୍ରିୟ ସାମଗ୍ରୀକୁ ମୁଁ ସବୁଦିନ ପାଇଁ ତ୍ୟାଗ କରିବି, ଯାହା ଫଳରେ 'ପେବଲ୍‌ସ୍‌' ପୁଣି ସୁସ୍ଥ ହୋଇ ଉଠିବ। କାରଣ ସେ କେବଳ ମୋର ପୋଷା କୁକୁର ନୁହେଁ, ବରଂ ଆମ ପରିବାରର ଜଣେ ସଦସ୍ୟ। ତେଣୁ ମୋ ନିଜ ଜୀବନଶୈଳୀକୁ ବଦଳାଇବାର ନିଷ୍ପତ୍ତି ନେଇ ମୋ'ର ଖୁବ୍ ପ୍ରିୟ ଆମିଷ ଖାଦ୍ୟ ସବୁଦିନ ପାଇଁ ଛାଡ଼ିବାକୁ ମନସ୍ଥିର କରିଛି। ଏହିଭଳି ନିଷ୍ପତ୍ତି ନେବା ପରେ ମୋତେ ଲାଗୁଛି ଯେ ମୁଁ ବହୁ ପୂର୍ବରୁ ଏଭଳି ନିଷ୍ପତ୍ତି ନେବାର ଥିଲା।"

ସୋଶାଲ୍ ମିଡିଆରେ ଖୁବ୍ ସକ୍ରିୟ ଥିବା ଏହି ସୁନ୍ଦରୀ ଚୁଲ୍‌ବୁଲି ଅଭିନେତ୍ରୀ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଶଂସକଙ୍କ ପାଇଁ ନିଜର ପ୍ରିୟ ଖାଦ୍ୟ ସାମଗ୍ରୀର ଫଟୋ ଓ ଭିଡିଓ ଶେୟାର୍ କରିବା ସହ ଡାଏଟିଂ ଟିପ୍‌ସ ମଧ୍ୟ ଦେଇଥା'ନ୍ତି।

ଏବେ ଆମିଷ ଖାଦ୍ୟ ଛାଡ଼ିବା ପରେ ତମନ୍ନା ରିଚା ଚଢା, ଆଲିଆ ଭଟ୍ଟ, ସୋନମ କପୁର୍ ଓ ଆୟୁଷ୍ମାନ୍‌ ଖୁରାନାଙ୍କ ଭଳି ବଲିଉଡ୍‌ର ଶାକାହାରୀ ସେଲିବ୍ରିଟିଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି।

Related story