file74u1sed4vb41keliqf8k-15
ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ହିରୋ ବରୁଣ ଧୱନଙ୍କ ଆଗାମୀ ଫିଲ୍ମର ନାଁ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ୩ଡି’। ଆସନ୍ତା ବର୍ଷ ଜାନୁଆରୀ ମାସରେ ଏହି ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ୬ ମାସ ହେଲାଣି ଏହାର ଶୁଟିଂ ଚାଲିଛି। ଆଉ ଏଥିପାଇଁ ବରୁଣ ବହୁତ ପରିଶ୍ରମ ବି କରୁଛନ୍ତି। ଏହି ଫିଲ୍ମକୁ ବରୁଣଙ୍କ ଫ୍ୟାନ୍ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ଶୁଟିଂ ସେଟ୍ରୁ ଆସିଥିବା ଏକ ଖବର ସେମାନଙ୍କୁ ଦୁଃଖୀ କରିପାରେ।
ମିଳିଥିବା ଖବର ଅନୁଯାୟୀ, ଗତ ମଙ୍ଗଳବାର ଏହି ଫିଲ୍ମର ଏକ ଡ୍ୟାନ୍ସର ଶୁଟିଂ ଚାଲିଥିବା ବେଳେ ବରୁଣ ଅଚେତ ହୋଇଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ, ତାଙ୍କର ରକ୍ତଚାପ କମି ଯାଇଥିଲା। ତେଣୁ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଥିଲେ। ଫିଲ୍ମର ନିର୍ଦ୍ଦେଶକ ରେମୋ ଡିସୌଜା ମଧ୍ୟ ତାଙ୍କୁ ଦୁଇ ଦିନ ଶୁଟିଂ ସେଟ୍କୁ ନ ଆସିବାକୁ କହିଥିଲେ। କିନ୍ତୁ ବରୁଣ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍ ଗୁରୁବାର ପୁଣି ଶୁଟିଂ ସେଟ୍ରେ ପହଞ୍ଚି ଯାଇଥିଲେ।
ସେ ଗୁରୁବାର ଅପରାହ୍ଣ ଗୋଟାଏରୁ ଶୁକ୍ରବାର ସକାଳ ୭ଟା ଯାଏ ଶୁଟିଂ କରିଥିଲେ। ଏମିତି ବି ଖବର ମିଳିଛି ଗୁରୁବାର ଦିନ ସେ ଏକ ବିଜ୍ଞାପନର ଶୁଟିଂ ମଧ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/file74u1sed4vb41keliqf8k-15.jpg)