ଓଡ଼ିଆ ପୁଅକୁ ନେଇ ତିଆରି ହେଉଛି ବଲିଉଡ୍ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍‌ର ଯୁଗ, ଅର୍ଥାତ୍ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ଲୋକଙ୍କ ଉପରେ ତିଆରି କରାଯାଉଛି ଫିଲ୍ମ। ତା’ସହିତ ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟକୁ ମଧ୍ୟ ଦିଆଯାଉଛି ବାୟୋପିକ୍‌ର ରୂପ। ଆଉ ଏଗୁଡ଼ିକୁ ଲୋକେ ଦେଖିବା ପାଇଁ ବି ପସନ୍ଦ କରୁଛନ୍ତି। କାରଣ ଏଥିରେ ଥାଏ ନିଚ୍ଛକ ସତ କାହାଣୀ। ବଲିଉଡ୍‌ର ଏହି ବାୟୋପିକ୍‌ ଧାରାରେ ଯୋଡ଼ି ହେବାକୁ ଯାଉଛି ଜଣେ ଓଡ଼ିଆ ପୁଅର କାହାଣୀ। ଖୁବ୍ କମ୍ ବୟସରେ ଓଡ଼ିଶାର […]

1

1

Biswobandita Swain
  • Published: Friday, 16 August 2019
  • Updated: 16 August 2019, 04:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍‌ର ଯୁଗ, ଅର୍ଥାତ୍ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ଲୋକଙ୍କ ଉପରେ ତିଆରି କରାଯାଉଛି ଫିଲ୍ମ। ତା’ସହିତ ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟକୁ ମଧ୍ୟ ଦିଆଯାଉଛି ବାୟୋପିକ୍‌ର ରୂପ। ଆଉ ଏଗୁଡ଼ିକୁ ଲୋକେ ଦେଖିବା ପାଇଁ ବି ପସନ୍ଦ କରୁଛନ୍ତି। କାରଣ ଏଥିରେ ଥାଏ ନିଚ୍ଛକ ସତ କାହାଣୀ। ବଲିଉଡ୍‌ର ଏହି ବାୟୋପିକ୍‌ ଧାରାରେ ଯୋଡ଼ି ହେବାକୁ ଯାଉଛି ଜଣେ ଓଡ଼ିଆ ପୁଅର କାହାଣୀ। ଖୁବ୍ କମ୍ ବୟସରେ ଓଡ଼ିଶାର ଏହି ସାଧାରଣ ପୁଅ ଏକ ଅସାଧାରଣ କାମରେ ନିଜକୁ ନିୟୋଜିତ କରି ଦେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ ଲକ୍ଷ୍ୟ ସହିତ ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଚଳାଇଛନ୍ତି ପ୍ରୟାସ। ସେ ହେଉଛନ୍ତି ମୋହନ ମହାପାତ୍ର। ତାଙ୍କୁ ଆପଣ ‘ସିଲ୍‌ଭର୍‌ ଗାନ୍ଧି’ ଭାବେ ଜାଣିଥିବେ। କାରଣ ସେ ଏହି ନାଁରେ ବେଶ୍ ଜଣାଶୁଣା। ତାଙ୍କ ଉପରେ ଯେଉଁ ଫିଲ୍ମ ନିର୍ମାଣ ହେଉଛି, ତା ନାଁ ବି ‘ସିଲ୍‌ଭର୍‌ ଗାନ୍ଧି’ ଦିଆଯାଇଛି।

gandhiସ୍ୱଚ୍ଛତାର ଗୁରୁତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏଯାବତ୍ ସେ ୭ଟି ରାଜ୍ୟ ବୁଲି ସାରିଲେଣି। ପାଦରେ ଚାଲି ଚାଲି ସେ ୨୦୦୦ କିଲୋମିଟର ଯାତ୍ରା କରି ସାରିଲେଣି, ଯାହା ଏକ ବିଶ୍ୱ ରେକର୍ଡ ମଧ୍ୟ। ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭେଟି ସ୍ୱଚ୍ଛତା ସଂପର୍କରେ ସଚେତନ କରୁଛନ୍ତି। ପ୍ରତିଦିନ ଦେଶକୁ ଏକ ଘଣ୍ଟା ଦେବାର ନାରା ନେଇ ଏହି ଯାତ୍ରାରେ ବାହାରିଥିବା ମୋହନ ଏଯାଏ ଘରକୁ ଫେରି ନାହାନ୍ତି। ଅତି ସାଧାରଣ ପରିବାରରୁ ଆସିଥିବା ମୋହନ ତାଙ୍କ ଉପରେ ଏକ ବଲିଉଡ୍‌ ଫିଲ୍ମ ହେଉଥିବାରୁ ଖୁସି ଅଛନ୍ତି।

‘ସିଲ୍‌ଭର ଗାନ୍ଧି’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି  ଅବିନାଶ ନନ୍ଦ। ସେ କହିଛନ୍ତି,“ମୋହନଙ୍କ ଜୀବନକୁ ନେଇ ଏ ଫିଲ୍ମ ତିଆରି ହେଉଛି। ସେ ଛୁଆ ବେଳୁ କ’ଣ ଲକ୍ଷ୍ୟ ରଖିଥିଲେ?  ସେ କ’ଣ ହେବାକୁ ଚାହୁଁଥିଲେ? କାହିଁକି ଗାନ୍ଧି ବେଶରେ ବୁଲିବାକୁ ନିଷ୍ପତ୍ତି ନେଲେ? ଆଉ କାହା ବେଶ କାହିଁକି ଧାରଣ କଲେନି? ଗାନ୍ଧି ବେଶରେ ବୁଲିବା ବେଳେ ଦେହରେ ସିଲ୍‌ଭର ରଙ୍ଗ କାହିଁକି ଲଗାଉଛନ୍ତି? ଏସବୁକୁ ନେଇ ଫିଲ୍ମଟି ତିଆରି ହେଉଛି।”

ଅଗଷ୍ଟ ୧୪ ତାରିଖରେ ଏହାର ପୋଷ୍ଟର୍ ରିଲିଜ୍ ହୋଇଯାଇଛି। ଦିଲ୍ଲୀରେ ଶୁଟିଂ ଆରମ୍ଭ ହୋଇଥିବା ବେଳେ ମୁମ୍ବାଇରେ ବି ଏହାର ଶୁଟିଂ ହେବ ବୋଲି ଜଣାପଡ଼ିଛି। ମୋହନ ନିଜେ ଏଥିରେ ଅଭିନୟ କରୁଛନ୍ତି। ତାଙ୍କ ଭୂମିକାରେ କୌଣସି ଅଭିନେତାକୁ ନିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos