Advertisment

ବଲିଉଡ୍ ତାରକାଙ୍କ ହୋଲି ସେଲେବ୍ରେଶନ୍

ମୁମ୍ବାଇ: ଗତକାଲି ଶେଷ ହୋଇଯାଇଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ହୋଲିକୁ ବେଶ୍ ଧୂମ ଧାମରେ ପାଳନ କରାଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ହୋଲିର ରଙ୍ଗରେ ଭିଜିଯାଇଛି। ବହୁ ଫିଲ୍ମି ତାରକା ନିଜ ନିଜ ଅନ୍ଦାଜରେ ହୋଲିର ଭରପୁର ମଜା ନେଇଛନ୍ତି। କରୋନା ଭାଇରସ୍‌କୁ ବେଖାତିର୍‌ କରି ମନଭରି ସେଲେବ୍ରିମାନେ ହୋଲି ଖେଳିଛନ୍ତି ଓ ଏହାର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ତେବେ ଆସନ୍ତୁ ଦେଖିବା କିଏ କେମିତି ପାଳିଲେ ହୋଲି। https://www.instagram.com/p/B9i26Nep1ya/?utm_source=ig_web_copy_link […]

ଅଦ୍ୟତନ ହୋଇଛି
ବଲିଉଡ୍ ତାରକାଙ୍କ ହୋଲି ସେଲେବ୍ରେଶନ୍

holi

Advertisment

ମୁମ୍ବାଇ: ଗତକାଲି ଶେଷ ହୋଇଯାଇଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ହୋଲିକୁ ବେଶ୍ ଧୂମ ଧାମରେ ପାଳନ କରାଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ହୋଲିର ରଙ୍ଗରେ ଭିଜିଯାଇଛି। ବହୁ ଫିଲ୍ମି ତାରକା ନିଜ ନିଜ ଅନ୍ଦାଜରେ ହୋଲିର ଭରପୁର ମଜା ନେଇଛନ୍ତି। କରୋନା ଭାଇରସ୍‌କୁ ବେଖାତିର୍‌ କରି ମନଭରି ସେଲେବ୍ରିମାନେ ହୋଲି ଖେଳିଛନ୍ତି ଓ ଏହାର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ତେବେ ଆସନ୍ତୁ ଦେଖିବା କିଏ କେମିତି ପାଳିଲେ ହୋଲି।

Advertisment

https://www.instagram.com/p/B9i26Nep1ya/?utm_source=ig_web_copy_link

https://www.instagram.com/p/B9jlsxeHyMw/?utm_source=ig_web_copy_link

ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଓ ତାଙ୍କ ବିଦେଶୀ ସ୍ୱାମୀ ନିକ୍‌ ଜୋନସ୍‌ ଏଥର ଏକ୍‌ଦମ୍‌ ଦେଶୀ ଅନ୍ଦାଜ୍‌ରେ ହୋଲି ସେଲେବ୍ରେଟ୍‌ କରିଛନ୍ତି। ଉଭୟ ପୁଣେର ଫାର୍ମ ହାଉସ୍‌ରେ ଛୋଟ ପିଲାଙ୍କ ସହ ହୋଲି ଖେଳିଛନ୍ତି। ଏମାନଙ୍କ ହୋଲିର ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଏମାନେ ଭରପୁର ମସ୍ତି କରୁଥିବା ଦେଖିବାକୁ ମିଳିଛି।

https://www.instagram.com/p/B9i0wJvgfOE/?utm_source=ig_web_copy_link

ସୋନାକ୍ଷୀ ସିହ୍ନା: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ମଧ୍ୟ ଜମେଇକି ହୋଲି ଖେଳିଛନ୍ତି। ହୋଲିର ରଙ୍ଗରେ ରଙ୍ଗିନ୍‌ ହୋଇ ସୋନାକ୍ଷୀ ଏକ ଫଟୋ ମଧ୍ୟ ଇନ୍‌ଷ୍ଟାରେ ଶେଆର୍‌ କରିଛନ୍ତି। ଏଥିରେ ସେ ବ୍ଲାକ୍‌ କଲର୍‌ ଡ୍ରେସ୍‌ ପିନ୍ଧି ହଳଦିଆ ରଙ୍ଗରେ ହୋଲି ଖେଳୁଥିବା ଦେଖିବାକୁ ମଳିଛି।

Advertisment

https://www.instagram.com/p/B9jV4duF0Zl/?utm_source=ig_web_copy_link

କରୀନା କପୁର: କରୀନା କିନ୍ତୁ ଏଥର ବେଶି ହୋଲି ଖେଲିନାହାଁନ୍ତି ସେ ତାଙ୍କ ଗାଲରେ ଅଳ୍ପଟିକେ ଗୋଲାପି ରଙ୍ଗ ମାରି ଏକ ଫଟୋ ଶେଆର୍‌ କରିଛନ୍ତି ଓ ତୈମୁରଙ୍କର ମଧ୍ୟ ଏକ ହୋଲି ଖେଳୁଥିବା ଫଟୋ ଶେଆର କରିଛନ୍ତି। ‌ଅନ୍ୟପଟେ ତାଙ୍କ ଭଉଣୀ କରିଷ୍ମା କିନ୍ତୁ ହୋଲିର ବେଶ୍‌ ମଜା ନେଉଥିବା ଦେଖିବାକୁ ମିଳିଛି।

https://www.instagram.com/p/B9jdjP0l1YA/?utm_source=ig_web_copy_link

https://www.instagram.com/p/B9i3_8OF9ql/?utm_source=ig_web_copy_link

ଭୂମି ପେଡନାକର: ଅଭିନେତ୍ରୀ ଭୂମି ମନ ଭରି ହୋଲି ଖେଳିଛନ୍ତି। ସେ ନିଜ ମୁହଁରେ ବିଭିନ୍ନ ରଙ୍ଗ ଲଗାଇ ଫଟୋ ଶେଆର୍‌ କରିଛନ୍ତି। ଫଟୋର କ୍ୟାପଶନ୍‌ରେ ଲେଖିଛନ୍ତି ଯେ ଏଥର ସେ ବିନା ପାଣିରେ ହୋଲି ଖେଳିବେ ଓ ପାଣି ବଞ୍ଚାଇବେ। ଏଥିସହ ସେ ଏକ ମଜାଦାର ଟିକ୍‌ଟକ୍‌ ଭିଡିଓ ମଧ୍ୟ ଶେଆର୍ କରିଛନ୍ତି।

https://www.instagram.com/p/B9iaPJsJu22/?utm_source=ig_web_copy_link

ବିଦ୍ୟାବାଲନ୍‌: ଅଭିନେତ୍ରୀ ବିଦ୍ୟା ନିଜ ବନ୍ଧୁମାନଙ୍କ ସହ ବେଶ୍ ଭଲରେ ହୋଲି ଖେଳିଛନ୍ତି।  ସେ ତାଙ୍କ ଫିଲ୍ମ ‘ଶେର୍‌ନି’ର ଶୁଟିଂ ସେଟ୍‌ରୁ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ବିଦ୍ୟା ଏତେ ରଙ୍ଗ ଲଗାଇଛନ୍ତି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି।

https://www.instagram.com/p/B9jPSOMnuhP/?utm_source=ig_web_copy_link

ସନ୍ନି ଲିଓନି: ଅଭିନେତ୍ରୀ ସନ୍ନି ଲିଓନି ନିଜ ଦୁଇ ପୁଅ, ଝିଅ ଓ ସ୍ୱାମୀଙ୍କ ସହ ବେଶ୍‌ ଧୂମ୍‌ଧାମ୍‌ରେ ହୋଲି ସେଲେବ୍ରେଟ୍‌ କରିଛନ୍ତି ସେ ଏହାର ବହୁ ଗୁଡ଼ିଏ ଫଟୋ ସୋଶାଲ୍‌ ମିଡିଆରେ ଶେଆର କରିଛନ୍ତି। ଯାହାକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରୁଛନ୍ତି।

https://www.instagram.com/p/B9jmJ2zBsvl/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe