Advertisment

କରୋନା ଯୁଦ୍ଧରେ ମନୋବଳ ବଢ଼ାଇବାକୁ ଆସିଲା ନୂଆ ଗୀତ

ମୁମ୍ବାଇ: କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବିପଦପୂର୍ଣ୍ଣ ଭାଇରସ ସହିତ ଲଢ଼ିବା ପାଇଁ ଭାରତରେ ୨୧ ଦିନ ପାଇଁ ଲକଡାଉନ ଜାରି ହୋଇଛି।  ଦ୍ରୁତ ଗତିରେ ବ୍ୟାପୁଥିବା ଏହି ମହାମାରୀ ଯୋଗୁ ଦେଶରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହି ଭୟର ବାତାବରଣକୁ ହାଲୁକା କରିବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ନିର୍ମାତା-ନିର୍ଦ୍ଦେଶକ ଜ୍ୟାକି ଭାଗ୍ନାନୀ ଏକ ଗୀତ ତିଆରି କରିଛନ୍ତି। ଏଥିରେ ବହୁ ୟଙ୍ଗ୍ […]

କରୋନା ଯୁଦ୍ଧରେ ମନୋବଳ ବଢ଼ାଇବାକୁ ଆସିଲା ନୂଆ ଗୀତ

yf

Advertisment

ମୁମ୍ବାଇ: କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବିପଦପୂର୍ଣ୍ଣ ଭାଇରସ ସହିତ ଲଢ଼ିବା ପାଇଁ ଭାରତରେ ୨୧ ଦିନ ପାଇଁ ଲକଡାଉନ ଜାରି ହୋଇଛି।  ଦ୍ରୁତ ଗତିରେ ବ୍ୟାପୁଥିବା ଏହି ମହାମାରୀ ଯୋଗୁ ଦେଶରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହି ଭୟର ବାତାବରଣକୁ ହାଲୁକା କରିବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ନିର୍ମାତା-ନିର୍ଦ୍ଦେଶକ ଜ୍ୟାକି ଭାଗ୍ନାନୀ ଏକ ଗୀତ ତିଆରି କରିଛନ୍ତି। ଏଥିରେ ବହୁ ୟଙ୍ଗ୍ ସେଲିବ୍ରିଟି ନଜର ଆସିଛନ୍ତି। ଏହି ଗୀତର ନାଁ ହେଉଛି ‘ମୁସ୍କୁରାଏଗା ଇଣ୍ଡିଆ’।

Advertisment

ଦେଶପ୍ରେମରେ ଭରା ଏହି  ଭିଡିଓରେ ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟ, ଟାଇଗର ଶ୍ରଫ, ବିକି କୌଶଲ, ରାଜକୁମାର ରାଓ, ସିଦ୍ଧାର୍ଥ ମଲହୋତ୍ରା, କ୍ରିତି ସେନନ୍, ଆୟୁଷ୍ମାନ ଖୁରାନା, ଭୂମି ପେଡନେକର୍, କିଆରା ଆଡଭାନୀ, ଅନନ୍ୟା ପାଣ୍ଡେ, ରକୁଲ୍ ପ୍ରୀତ, ଆର୍ ଜେ ମାଲିଶ୍କାଙ୍କ ସମେତ ଜ୍ୟାକି ଭାଗନାନି ମଧ୍ୟ ନଜର ଆସିଛନ୍ତି।

https://twitter.com/akshaykumar/status/1247139528218824704?s=20

ଏହି ଗୀତଟିକୁ ଆଶାର ଗୀତ (ସଙ୍ଗ ଅଫ୍ ହୋପ୍) ବୋଲି କୁହାଯାଉଛି। ଗୀତଟି ପିଏମ୍ ମୋଦୀଙ୍କ ଏକ ଭିଡିଓ ବାର୍ତ୍ତା ସହିତ ଆରମ୍ଭ ହୋଇଛି ଯେଉଁଥିରେ ସେ କରୋନା ସହ ଯୁଦ୍ଧରେ ଜିତିବା ବିଷୟରେ କହୁଛନ୍ତି। ଏହା ପରେ ସମଗ୍ର ଭାରତକୁ ଏହି ଗୀତରେ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏଥିରେ କରୋନା ସହ ଲଢୁଥିବା ପୋଲିସ୍, ଡାକ୍ତର ଏବଂ ସାଧାରଣ ଲୋକଙ୍କ ଭିଜୁଆଲ୍ ଦେଖିବାକୁ ମିଳିଛି।  ଆଉ ଶେଷରେ, ଏହି ଗୀତରେ ଯେତେବେଳେ ଜାତୀୟ ସଂଗୀତ ବାଜୁଛି ମନରେ ଦେଶପ୍ରେମ ଜାଗ୍ରତ କରିରୁଛି। ଗୀତର ଲିରିକ୍ସ ଦେଶର ସାମ୍ପ୍ରତିକ ସ୍ଥିତିକୁ ଏପରି ଭାବରେ ବର୍ଣ୍ଣନା କରୁଛି ଯେ ଭିଡିଓ ଆପଣଙ୍କୁ ଭାବପ୍ରବଣ କରିଦେବ।

Advertisment

ସୂଚନାଯୋଗ୍ୟ, ବିଶାଲ ମିଶ୍ର ଏହାର ମ୍ୟୁଜିକ୍ ଦେବା ସହ ଏହାକୁ ଗାଇଛନ୍ତି ମଧ୍ୟ। ଗାତଟିକୁ କୌଶଲ କିଶୋର ଲେଖିଛନ୍ତି। ତେବେ ଭିଡିଓରେ ସମସ୍ତ ତାରକା ନିଜ ଘରେ ରହି ହିଁ ଶୁଟ୍ କରିଛନ୍ତି। ସମସ୍ତେ ନି ଘରର ବାଲକୋନି, ଛାତ ଓ ଅଗଣା ହିଁ ଗୀତ ଶୁଟ୍ କରିଛନ୍ତି। ଏହି ଗୀତଟି କରୋନା ଭାଇରସ୍ ର ଏହି ପରିସ୍ଥିତିରେ ଲୋକଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ତିଆରି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe