Advertisment

ଛାଡ଼ପତ୍ର ପରେ ବି ଏକାଠି ଅଛନ୍ତି ବଲିଉଡ୍‌ର ଏହିସବୁ ସେଲେବ୍ରିଟି

ମୁମ୍ୱାଇ: ମଣିଷ ତା’ର ଜୀବନରେ ଅନେକ ସମ୍ପର୍କ ତିଆରି କରିଥାଏ। ସବୁ ସମ୍ପର୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ। ବିବାହ ପରେ ସ୍ୱାମୀ-ସ୍ତ୍ରୀ ଜନ୍ମ ଜନ୍ମାନ୍ତର ଏକାଠି ରହିବା ନିଷ୍ପତ୍ତି ନେଇଥାନ୍ତି। ପରସ୍ପରକୁ ଅନେକ କଥା ଦେଇଥାନ୍ତି। ଏପରିକି ସମ୍ପର୍କ ରକ୍ଷା କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ଜୀବନରେ ଏପରି ଏକ ସମୟ ଆସେ ସବୁ ପ୍ରତିଜ୍ଞା ପାଣିର ଗାର ପରି ଲିଭି ଯାଏ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥାଏ। […]

author-image
Puspanjali Panda
ଅଦ୍ୟତନ ହୋଇଛି
ଛାଡ଼ପତ୍ର ପରେ ବି ଏକାଠି ଅଛନ୍ତି ବଲିଉଡ୍‌ର ଏହିସବୁ ସେଲେବ୍ରିଟି

b2

ମୁମ୍ୱାଇ: ମଣିଷ ତା’ର ଜୀବନରେ ଅନେକ ସମ୍ପର୍କ ତିଆରି କରିଥାଏ। ସବୁ ସମ୍ପର୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ। ବିବାହ ପରେ ସ୍ୱାମୀ-ସ୍ତ୍ରୀ ଜନ୍ମ ଜନ୍ମାନ୍ତର ଏକାଠି ରହିବା ନିଷ୍ପତ୍ତି ନେଇଥାନ୍ତି। ପରସ୍ପରକୁ ଅନେକ କଥା ଦେଇଥାନ୍ତି। ଏପରିକି ସମ୍ପର୍କ ରକ୍ଷା କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ଜୀବନରେ ଏପରି ଏକ ସମୟ ଆସେ ସବୁ ପ୍ରତିଜ୍ଞା ପାଣିର ଗାର ପରି ଲିଭି ଯାଏ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥାଏ। ଯେଉଁଥିପାଇଁ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥାନ୍ତି।

Advertisment

ବଲିଉଡ୍ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନ ଠିକ୍ ଏହିପରି। ବିଗତ କିଛି ବର୍ଷ ଧରି ବଲିଉଡ୍‌ରେ ଅନେକ ଯୋଡ଼ିଙ୍କୁ ଆପଣ ଅଲଗା ହେଉଥିବା ଦେଖିଥିବେ। ସମ୍ପର୍କ ଭାଙ୍ଗିବା ପରେ ବଲିଉଡର କିଛି ଯୋଡ଼ି ସବୁଦିନ ପାଇଁ ଅଲଗା ହୋଇଯାଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କିଛି ଯୋଡ଼ି  ମଧ୍ୟ ଅଛନ୍ତି ଯେଉଁମାନେ ଛାଡ଼ପତ୍ର ଦେଇ ଅଲଗା ହେବା ପରେ ମଧ୍ୟ ସେମାନଙ୍କ ଭିତରେ ବନ୍ଧୁତା ସମ୍ପର୍କ ଅତୁଟ ରହିଛି। ପରସ୍ପରଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନ ରହିଛି।

ଆସନ୍ତୁ ଜାଣିବା ବଲିଉଡ୍‌ରେ ସେପରି କିଛି କପଲ୍‌ଙ୍କ ବିଷୟରେ, ଯେଉଁମାନେ ଅଲଗା ହୋଇ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

Advertisment

ହ୍ରିତିକ୍ ରୋଶନ୍-ସୁଜାନ୍ ଖାନ୍

publive-image
ବିବାହର ୧୪ ବର୍ଷ ପରେ ହ୍ରିତିକ୍ ଓ ସୁଜାନ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ। ଅଲଗା ହେବାପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଫ୍ରେଣ୍ଡଶିପ୍ ରହିଛି। ଦୁହେଁ ଅନେକ ସମୟରେ ଏକାଠି ବୁଲୁଥିବା ଓ ଖାଉଥିବା ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ଦୁହେଁ ତାଙ୍କର ଦୁଇଟି ପିଲାଙ୍କୁ ସାଙ୍ଗ ହୋଇ ପାଳନପୋଷଣ ମଧ୍ୟ କରୁଛନ୍ତି।

ଆମିର୍‌ ଖାନ୍‌- ରୀନା ଦତ୍ତ

publive-image
ଆମିର୍‌ ଖାନ୍‌ ଓ ରୀନା ପ୍ରେମ ବିବାହ କରିଥିଲେ। ଦୁହିଁଙ୍କ ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ବିବାହର ଅନେକ ବର୍ଷ ପରେ ଦୁହେଁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ଏବେ ବି ଦୁହିଁଙ୍କର ଭଲ ସମ୍ପର୍କ ରହିଛି। କେବଳ ସେତିକି ନୁହେଁ, ଆମିର୍‌ କିରନ୍‌ଙ୍କୁ ଦ୍ୱିତୀୟ ବିବାହ କରିବା ପରେ କିରନଙ୍କ ସହିତ ରୀନାଙ୍କର ବନ୍ଧୁତା ମଧ୍ୟ ରହିଛି।

ଅନୁରାଗ କଶ୍ୟପ୍‌- କଲକୀ କୋଚେଲିନ୍‌

publive-image
ଦୁଇ ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିବା ପରେ ଅନୁରାଗ ଓ କଲକୀ ୨୦୧୧ରେ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା। କିନ୍ତୁ ଏହା ପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା। ୨୦୧୫ରେ ଦୁହେଁ ଛାଡ଼ପତ୍ର ଦେଇ ଅଲଗା ହୋଇଥିଲେ। କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ରହିଛି। ଏପରିକି ଦୁହେଁ ସାଙ୍ଗ ହୋଇ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ଫରହାନ୍‌ ଅଖତର୍‌- ଅଧୁନା ବମ୍ୱାନୀ

publive-image
ବିବାହର ୧୬ ବର୍ଷ ପରେ ଫରହାନ୍‌ ଓ ଅଧୁନା ଅଲଗା ହୋଇଥିଲେ। ଅଲଗା ହେବା ପରେ ମଧ୍ୟ ଦୁହେଁ ପରସ୍ପରର ସମ୍ମାନ କରନ୍ତି। ଦୁହିଁଙ୍କର ଦୁଇଟି ଝିଅ ରହିଛନ୍ତି। ଏମାନଙ୍କର ଦାୟିତ୍ୱ ନେଉଛନ୍ତି ଫରହାନ୍‌ ଓ ଅଧୁନା। ବର୍ତ୍ତମାନ ଫରହାନ୍‌ ଶିବାନୀ ଦାଣ୍ଡେକର୍‌ଙ୍କୁ ଡେଟ୍‌ କରୁଥିବା ସମୟରେ ଅଧୁନା ତାଙ୍କ ଜୀବନରେ ଖୁସିରେ ରହିଛନ୍ତି।

ମଲାଇକା ଅରୋରା- ଅରବାଜ୍‌ ଖାନ୍‌

publive-image
ବଲିଉଡ୍‌ର ଏହି ଯୋଡ଼ିଙ୍କୁ କେହି ବି ଅଲଗା ଦେଖିବାକୁ ଚାହୁଁନଥିଲେ। ଏପରିକି ଦୁହିଁଙ୍କର ତଲାକ୍‌କୁ ରୋକିବା ପାଇଁ ଦୁଇ ପରିବାର ଅନେକ ପରିଶ୍ରମ କରିଥିଲେ। ସମସ୍ତ ଚେଷ୍ଟା ସତ୍ତ୍ୱେ ଦୁହେଁ ଅଲଗା ହୋଇଥିଲେ। ତଲାକ୍‌ ପରେ ମଧ୍ୟ ଏମାନଙ୍କ ସମ୍ପର୍କ ଉପରେ ବିଶେଷ କିଛି ପ୍ରଭାବ ପଡ଼ିନାହିଁ। ମଲାଇକା ଓ ଅରବାଜ୍‌ ତାଙ୍କ ପୁଅ ସହିତ ଅନେକ ସମୟ ବିତାଇଥାନ୍ତି। ଅଲଗା ହେବା ପରେ ମଲାଇକା ଅର୍ଜୁନ କପୁରଙ୍କୁ ଏବଂ ଅରବାଜ୍‌ ଜର୍ଜିଆ ଏଣ୍ଡ୍ରିଆନିଙ୍କୁ ଡେଟ୍‌ କରୁଛନ୍ତି। ସବୁ ପରେ ବି ଅରବାଜ୍‌-ମଲାଇକାଙ୍କ ମଧ୍ୟରେ ବନ୍ଧୁତା ସମ୍ପର୍କ ରହିଛି।