Advertisment

ବଲିଉଡ୍‌ ନିର୍ଦ୍ଦେଶକ ରଜତଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ନିର୍ଦ୍ଦେଶକ ରଜତ ମୁଖର୍ଜୀଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ମନୋଜ ବାଜପେୟୀ, ନିର୍ଦ୍ଦେଶକ ଅନୁଭବ ସିହ୍ନା, ହଂଶଲ୍‌ ମେହେଟ୍ଟାଙ୍କ ପରି ବଡ଼ ବଡ଼ ସେଲେବ୍ରିଟି ଟ୍ୱିଟ୍ କରି ରଜତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। Just got news about the passing away of […]

ଅଦ୍ୟତନ ହୋଇଛି
ବଲିଉଡ୍‌ ନିର୍ଦ୍ଦେଶକ ରଜତଙ୍କ ପରଲୋକ

rajat

Advertisment

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ନିର୍ଦ୍ଦେଶକ ରଜତ ମୁଖର୍ଜୀଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ମନୋଜ ବାଜପେୟୀ, ନିର୍ଦ୍ଦେଶକ ଅନୁଭବ ସିହ୍ନା, ହଂଶଲ୍‌ ମେହେଟ୍ଟାଙ୍କ ପରି ବଡ଼ ବଡ଼ ସେଲେବ୍ରିଟି ଟ୍ୱିଟ୍ କରି ରଜତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Advertisment

https://twitter.com/mehtahansal/status/1284694945408749569?s=20

ରଜତଙ୍କ ବିୟୋଗରେ ନିର୍ଦ୍ଦେଶକ ହଂଶଲ୍ ମେହେଟ୍ଟା ଅତ୍ୟନ୍ତ ଦୁଃଖିତ ହୋଇଛନ୍ତି। କାରଣ ସେ ତାଙ୍କର ଘନିଷ୍ଠ ବନ୍ଧୁ ଥିଲେ। ସେ ନିଜ ଟ୍ୱିଟରରେ ରଜତଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ଲେଖିଛନ୍ତି, ‘କିଛି ସମୟ ତଳେ ଜଣେ ଅତି ପ୍ରିୟ ବନ୍ଧୁ ଦୁନିଆ ଛାଡ଼ିଯିବାର ଖବର ପାଇଛି। ‘ପ୍ୟାର୍ ତୁନେ କ୍ୟା କିୟା’ ଏବଂ ‘ରୋଡ଼୍’ର ନିର୍ଦ୍ଦେଶକ ରଜତ୍ ମୁଖର୍ଜୀ ବମ୍ବେରେ ମୋର ପ୍ରାରମ୍ଭିକ ସଂଘର୍ଷ ସମୟର ବନ୍ଧୁ ଥିଲେ। ଆମେ ଅନେକଥର ଏକାଠି ଖାଇଛୁ, ଅନେକ ବୋତଲ ମଦ ଏକାଠି ପିଇଛୁ। ପୁଣିଥରେ ପିଇବା ଯେବେ ଅଲଗା ଦୁନିଆରେ ଭେଟ ହେବ। ମୋର ପ୍ରିୟ ବନ୍ଧୁ ତୁମେ ବହୁତ ମନେପଡ଼ିବ।’

https://twitter.com/BajpayeeManoj/status/1284695025842978816?s=20

ଅଭିନେତା ମନୋଜ ବାଜପେୟୀ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୋର ବନ୍ଧୁ ତଥା ‘ରୋଡ୍’ ଫିଲ୍ମର ନିର୍ଦ୍ଦେଶକ ରଜତ ମୁଖର୍ଜୀ ଜୟପୁରରେ ନିଜ ଅସୁସ୍ଥତା ସହ ଦୀର୍ଘ ଦିନର ସଂଘର୍ଷ କରିବା ପରେ ପରେ ଆଜି ଦୁନିଆ ଛାଡ଼ିଦେଇଛନ୍ତି। ଆପଣଙ୍କୁ ଶାନ୍ତି ମିଳୁ ରଜତ। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଆମର ଆଉ କେବେ ବି ଦେଖା ହେବ ନାହିଁ କି ଆମେ ଆଉ କାମ ବିଷୟରେ କଥା ହେଇପାରିବା ନାହିଁ। ଯେଉଁଠାରେ ବି ରୁହନ୍ତୁ ଖୁସିରେ ରୁହନ୍ତୁ।’

Advertisment

https://twitter.com/anubhavsinha/status/1284699619083948032?s=20

ନିର୍ଦ୍ଦେଶକ ଅନୁଭବ ସିହ୍ନା ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି, ମୋର ଆଉ ଜଣେ ବନ୍ଧୁ ସମୟ ପୂର୍ବରୁ ହିଁ ଚାଲିଗଲେ। ନିର୍ଦ୍ଦେଶକ ରଜତ ମୁଖର୍ଜୀ (‘ପ୍ୟାର୍ ତୁନେ କ୍ୟା କିଆ’, ‘ରୋଡ୍’)  କିଛି ମାସ ହେଲା ଜୟପୁରରେ ଥିଲେ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସହ ସଂଘର୍ଷ କରୁଥିଲେ।

publive-imageସୂଚନାଯୋଗ୍ୟ,  ରଜତ ବହୁତ କମ୍‌ ବଲିଉଡ୍‌ ଫିଲ୍ମରେ କାମ କରିଥିଲେ। ସେଥିମଧ୍ୟରୁ ‘ପ୍ୟାର୍ ତୁନେ କ୍ୟା କିୟା’ ଓ ‘ରୋଡ୍’ ହିଟ୍ ହୋଇଥିଲା। ‘ପ୍ୟାର୍ ତୁନେ କ୍ୟା କିୟା’ ୨୦୦୧ରେ ରିଲିଜେ ହୋଇଥିଲା ଏଥିରେ ଫରଦ୍ଦିନ ଖାନ୍, ଉର୍ମିଲା ମାତୋଣ୍ଡକର ଏବଂ ସୋନାଲି କୁଲକର୍ଣ୍ଣି ଏକାଠି କାମ କରିଥିଲେ। ସେହିପରି ୨୦୦୨ରେ ଆସିଥିବା ଫିଲ୍ମ ‘ରୋଡ଼୍’ରେ ବିବେକ ଓବରୋଇଙ୍କୁ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe