Advertisment

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ତଦନ୍ତ ଜୋରଶୋର୍ ଚାଲିଛି। ଡ୍ରଗ୍ସ ଗୁମର ଖୋଲିବାକୁ ତଦନ୍ତ ପ୍ରକ୍ରିୟାରେ ଲଗାତର ଆଗକୁ ବଢ଼ୁଛି ଏନସିବି। ରିୟା ଚକ୍ରବର୍ତ୍ତୀଙ୍କୁ ଜେରା ଓ ଗିରଫ ପରେ ଅନେକ ତଥ୍ୟ ଏନସିବି ହାତରେ ଲାଗିଛି। ପ୍ରସ୍ତୁତ ହୋଇଛି ଲମ୍ବା ତାଲିକା। ବି-ଟାଉନର ଟପ୍ ହିରୋଇନ୍ ଦୀପିକା ପାଦୁକୋନ୍, ରକୁଲ ପ୍ରୀତ ସିଂହ, ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନଙ୍କୁ ଜେରା ସରିଛି। ଏହାପରେ ବଲିଉଡ୍ ଏ-ଲିଷ୍ଟ ତାରକାମାନଙ୍କୁ ଏନସିବି ଜେରା କରିପାରେ। ଜାତୀୟ […]

author-image
Pragnya Choudhury
ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

deepika

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ତଦନ୍ତ ଜୋରଶୋର୍ ଚାଲିଛି। ଡ୍ରଗ୍ସ ଗୁମର ଖୋଲିବାକୁ ତଦନ୍ତ ପ୍ରକ୍ରିୟାରେ ଲଗାତର ଆଗକୁ ବଢ଼ୁଛି ଏନସିବି। ରିୟା ଚକ୍ରବର୍ତ୍ତୀଙ୍କୁ ଜେରା ଓ ଗିରଫ ପରେ ଅନେକ ତଥ୍ୟ ଏନସିବି ହାତରେ ଲାଗିଛି। ପ୍ରସ୍ତୁତ ହୋଇଛି ଲମ୍ବା ତାଲିକା। ବି-ଟାଉନର ଟପ୍ ହିରୋଇନ୍ ଦୀପିକା ପାଦୁକୋନ୍, ରକୁଲ ପ୍ରୀତ ସିଂହ, ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନଙ୍କୁ ଜେରା ସରିଛି। ଏହାପରେ ବଲିଉଡ୍ ଏ-ଲିଷ୍ଟ ତାରକାମାନଙ୍କୁ ଏନସିବି ଜେରା କରିପାରେ।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବଲିଉଡର ଟପ୍ ହିରୋଇନଙ୍କୁ ଜେରା ପରେ ଏ-ଲିଷ୍ଟରେ ଥିବା ବଡ଼ ବଡ଼ ନାମୀଦାମୀ କଳାକାରଙ୍କୁ ଏନସିବି ଜେରା କରିବ। ହିରୋଇନଙ୍କ ପରେ ଏଣିକି ହିରୋଙ୍କ ପାଳି ପଡ଼ିପାରେ। ହିରୋମାନଙ୍କ ବିରୁଦ୍ଧରେ କୌଣସି ଇନପୁଟ୍ ବା ସୁରାକ୍ ପାଇବା ମାତ୍ରେ ସେମାନଙ୍କୁ ଜେରା କରାଯିବ ବୋଲି ଏନସିବି ସୂତ୍ରରୁ ଜଣାପଡ଼ିଛି। ଏନେଇ ଖୋଳତାଡ଼ ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ।

ବର୍ତ୍ତମାନ ଇନପୁଟ୍ ନେଇ ତଦନ୍ତ କରୁଛି ଏନସିବି। ଏହାସହ ଦୀପିକାଙ୍କ ମୋବାଇଲରୁ ଡିଲିଟ୍ କରାଯାଇଥିବା ଡାଟା ମଧ୍ୟ ରିଟ୍ରିଭ୍ କରାଯିବ। ଦୀପିକାଙ୍କ ଫୋନରୁ ଏନସିବିକୁ ଅନେକ ବ୍ୟକ୍ତିଙ୍କ ନାଁ ମିଳିଛି। ତେବେ ସାରା, ଶ୍ରଦ୍ଧାଙ୍କ ମୋବାଇଲ ମଧ୍ୟ ଜବତ କରିଛି ଏନସିବି।

Advertisment
Deepika Padukone NCB SSR Death Case