Advertisment

ସାର୍‌ରୁ ମ୍ୟାଡମ୍‌ ପାଲଟିଲେ କରୀନା-କ୍ୟାଟ୍ରିନାଙ୍କ ଫ୍ୟାଶନ ଡିଜାଇନର

ମୁମ୍ବାଇ: ସାର୍‌ରୁ ମ୍ୟାଡମ୍‌ ପାଲଟିଲେ ବଲିଉଡର ଟପ୍‌ ଫ୍ୟାଶନ ଡିଜାଇନର ସ୍ବପ୍ନିଲ ସିନ୍ଦେ। ବଲିଉଡର ନାମୀଦାମୀ ଅଭିନେତ୍ରୀ କରୀନା କପୁର, କ୍ୟାଟ୍ରିନା କୈଫ୍‌, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମାଙ୍କ ଫ୍ୟାଶନ ଡିଜାଇନର ସ୍ବପ୍ନଲି ଏବେ ଟ୍ରାନ୍ସୱୁମେନ ପାଲଟିଛନ୍ତି। ଲିଙ୍ଗ ପରିବର୍ତ୍ତନ କରି ଟ୍ରାନ୍ସୱୁମେନ ପାଲଟିଥିବା ନେଇ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସ୍ବପ୍ନିଲରୁ ସେ ସାୟଶା ହୋଇଥିବା କହିଛନ୍ତି।   View this post on Instagram   A post shared by […]

ସାର୍‌ରୁ ମ୍ୟାଡମ୍‌ ପାଲଟିଲେ କରୀନା-କ୍ୟାଟ୍ରିନାଙ୍କ ଫ୍ୟାଶନ ଡିଜାଇନର

swapnil

Advertisment

ମୁମ୍ବାଇ: ସାର୍‌ରୁ ମ୍ୟାଡମ୍‌ ପାଲଟିଲେ ବଲିଉଡର ଟପ୍‌ ଫ୍ୟାଶନ ଡିଜାଇନର ସ୍ବପ୍ନିଲ ସିନ୍ଦେ। ବଲିଉଡର ନାମୀଦାମୀ ଅଭିନେତ୍ରୀ କରୀନା କପୁର, କ୍ୟାଟ୍ରିନା କୈଫ୍‌, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମାଙ୍କ ଫ୍ୟାଶନ ଡିଜାଇନର ସ୍ବପ୍ନଲି ଏବେ ଟ୍ରାନ୍ସୱୁମେନ ପାଲଟିଛନ୍ତି। ଲିଙ୍ଗ ପରିବର୍ତ୍ତନ କରି ଟ୍ରାନ୍ସୱୁମେନ ପାଲଟିଥିବା ନେଇ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସ୍ବପ୍ନିଲରୁ ସେ ସାୟଶା ହୋଇଥିବା କହିଛନ୍ତି।

Advertisment


ସୋଶାଲ ମିଡିଆରେ ତାଙ୍କର କିଛି ଫଟୋ ସହ ଏକ ଲମ୍ବା ଚଉଡା ଇମୋସାନଲ ପୋଷ୍ଟ କରି ନିଜ ଲିଙ୍ଗ ପରିବର୍ତ୍ତନ କରିଥିବା କଥା କହିଛନ୍ତି ସ୍ବପ୍ନିଲ। ସେ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲେ। ଏଥିପାଇଁ ତାଙ୍କୁ ପିଲାଦିନେ ସ୍କୁଲ ଏବଂ କଲେଜରେ ପୁଅମାନେ ହଇରାଣ କରୁଥିଲେ। ଏହାକୁ ନେଇ ସେ ସର୍ବଦା ଦୁଃଖି ରହୁଥିଲେ। ୨୦ ବର୍ଷ ହେବା ପରେ ସେ ନିଜର ବାସ୍ତବତାକୁ ସ୍ବୀକାର କରିଥିଲେ । ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିବାରୁ ନିଜକୁ ଗେ' ବୋଲି ଭାବୁଥିଲେ। ହେଲ ୬ ବର୍ଷ ପୂର୍ବେ ସେ ଜଣେ ଟ୍ରାନ୍ସୱୁମେନ ବୋଲି ଜାଣିପାରିଥିଲେ । ପରେ ଜୀବନର ଏହି ସତ୍ୟକୁ ସ୍ବୀକାର କରିଥିବା କହିଛନ୍ତି ବଲିଉଡର ଏହି ଫ୍ୟାଶନ ଡିଜାଇନର ଜଣକ। ସେ ଆହୁରି କହିଛନ୍ତି ଯେ, ଗତ ମାସେ ହେଲା ତାଙ୍କ ଟିମ୍‌ ଏବେ ତାଙ୍କୁ ସମ୍ମାନର ସହ ସାର୍‌ ବଦଳରେ ମ୍ୟାଡମ ଡାକିବା ଆରମ୍ଭ କରିଦେଇଛନ୍ତି।

Advertisment


ସ୍ବପ୍ନିଲଙ୍କ ଏହି ସାହସ ପାଇଁ ବି-ଟାଉନର ଅନେକ ସେଲିବ୍ରିଟି ତାଙ୍କୁ ସପୋର୍ଟ କରିଛନ୍ତି। ଅଭିନେତ୍ରୀ ସନ୍ନି ଲିଓନୀ ସାୟଶାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ତୁମକୁ ନେଇ ଆମେ ବର୍ଗ କରୁଛୁ। ତୁମକୁ ଅନେକ ଶୁଭେଚ୍ଛା ବୋଲି ସେ କହିଛନ୍ତି। ଏଥିସହ ପରିଣତି ଚୋପ୍ରା ଏବଂ ଅଦିତି ରାଓ ହେଦରୀ ମଧ୍ୟ ସାୟଶାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe