Advertisment

ବଲିଉଡ୍‌ ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ

ମୁମ୍ବାଇ: ସେଲେବ୍ରେଟି ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ ହୋଇଯାଇଛି। ୫୯ ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବଲିଉଡ୍‌ର ବହୁ ବଡ଼ ବଡ଼ କଳାକାରଙ୍କ ସହ ରାଜନେତାମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି। https://www.instagram.com/p/B8eOyrQhksN/?utm_source=ig_web_copy_link https://www.instagram.com/p/B8er7-cJrCS/?utm_source=ig_web_copy_link କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଶଶି ଥରୁର୍, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ମଧ୍ୟ ଟ୍ୱିଟ୍‌ କରି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରୋଡ୍ରିକ୍ସଙ୍କ […]

ବଲିଉଡ୍‌ ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ

deepika

Advertisment

ମୁମ୍ବାଇ: ସେଲେବ୍ରେଟି ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ ହୋଇଯାଇଛି। ୫୯ ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବଲିଉଡ୍‌ର ବହୁ ବଡ଼ ବଡ଼ କଳାକାରଙ୍କ ସହ ରାଜନେତାମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି।

Advertisment

https://www.instagram.com/p/B8eOyrQhksN/?utm_source=ig_web_copy_link

https://www.instagram.com/p/B8er7-cJrCS/?utm_source=ig_web_copy_link

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଶଶି ଥରୁର୍, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ମଧ୍ୟ ଟ୍ୱିଟ୍‌ କରି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରୋଡ୍ରିକ୍ସଙ୍କ ଫେସନ ଶୋ’ରେ ଅନେକ ବଡ଼ ବଡ଼ ବଲିଉଡ୍‌ ଷ୍ଟାର୍‌ ରାମ୍ପ ୱାକ୍ କରିଛନ୍ତି। ସେମାଙ୍କ ମଧ୍ୟରେ, ଦୀପିକା ପାଦୁକୋନ୍, କଙ୍ଗନା ରଣାୱତ୍, ପ୍ରିୟଙ୍କା ଚୋପ୍ରା, ଗୋବିନ୍ଦା, ମଲାଇକା ଅରୋରା ପରି ଷ୍ଟାର ସାମିଲ ଅଛନ୍ତି।

https://twitter.com/smritiirani/status/1227603172085993472?s=20

https://twitter.com/ShashiTharoor/status/1227608237010087937?s=20

ମୃତ୍ୟୁର ତିନିଦିନ ପୂର୍ବରୁ ରୋଡ୍ରିକ୍ସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଅପଲ୍‌ଡୋ କରିଥିଲେ। ଯେଉଁଥିରେ ସେ କାମ କରୁଥିବା ଗୋଆରେ ଏକ କଷ୍ଟ୍ୟୁମ ମ୍ୟୁଜିୟମ୍‌ରେ ଫଟୋ ଅପ୍‌ଲୋଡ କରିଥିଲେ। ୨୦୧୪ରେ ରୋଡ୍ରିକ୍ସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe