/odisha-reporter/media/post_attachments/uploads/2020/03/eemran-hasmi.jpg)
eemran-hasmi
ମୁମ୍ବାଇ: ବଲିଉଡ୍ ଫିଲ୍ମରେ କିସିଂ ସିନ୍ କିଛି ନୂଆ କଥା ନୁହେଁ। ଆଜିକାଲି ଫିଲ୍ମରେ ଏଭଳି ସିନ୍ ଅତି ସାଧାରଣ ବିଷୟ ହୋଇଯାଇଛି। ପ୍ରାୟ ପ୍ରତ୍ୟେକ ଫିଲ୍ମରେ ଗୋଟିଏ, ଦୁଇଟି କିସିଂ ସିନ୍ ଦେଖିବାକୁ ମିଳିଥାଏ, ଯାହାକୁ ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ହେଲେ ଆଜିର ସମୟରେ ଏମିତି ବି କେତେଜଣ କଳାକାର ଅଛନ୍ତି, ଯେଉଁମାନେ ବୋଲ୍ଡ ସିନ୍ ତ ଦୂରର କଥା, କିସିଂ ସିନକୁ ମଧ୍ୟ କୌଣସି ଗୁରୁତ୍ୱ ଦିଅନ୍ତି ନାହିଁ। ଗୋଟିଏ ପଟେ ଇମ୍ରାନ୍ ହାସମୀ ବଲିଉଡର ସିରିୟଲ କିସର ଭାବେ ପରିଚିତ ଥିବାବେଳେ ସଲମାନ ଖାନଙ୍କ ଭଳି ଅଭିନେତା ଯିଏ ‘ନୋ କିସିଂ’ ପଲିସିରେ ଫିଲ୍ମ ସାଇନ୍ କରିଥାନ୍ତି। ତେବେ କେବଳ ଭାଇଜାନ ସଲମାନ ନୁହନ୍ତି, ବଲିଉଡରେ ଆହୁରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମରେ କିସିଂ ସିନ୍ କରିବାକୁ ପସନ୍ଦ କରନ୍ତି ନାହିଁ।
https://www.instagram.com/p/B9VvxM1laKc/?utm_source=ig_web_copy_link
ସଲମାନ ଖାନ
ବଲିଉଡରେ ‘ନୋ କିସିଂ’ ପଲିସିରେ ଫିଲ୍ମରେ ଅଭିନୟ କରିବାକୁ ରାଜି ହେଉଥିବା ତାଲିକାରେ ସର୍ବପ୍ରଥମେ ଆସିବେ ସଲମାନ ଖାନ। ଫିଲ୍ମରେ ସାଧାରଣତଃ ରୋମାଣ୍ଟିକ୍ ଅନ୍ଦାଜରେ ନଜରକୁ ଆସୁଥିବା ସଲମାନ ଅନେକ ହିରୋଇନଙ୍କ ସହ ଖୁବ୍ ରୋମାନ୍ସ କରିଛନ୍ତି। କିନ୍ତୁ ଆଜି ଯାଏ ତାଙ୍କୁ କିଏ ବି ନିଜ ସହ ଅଭିନେତ୍ରୀଙ୍କୁ କିସ୍ କରୁଥିବା ଦେଖି ନାହାନ୍ତି। ଯେହେତୁ ସଲମାନ ପାରିବାରିକ ଫିଲ୍ମ କରିବାକୁ ପସନ୍ଦ କରନ୍ତି, ତେଣୁ ସେ କେବଳ ‘ନୋ କିସିଂ’ ପଲିସିରେ ଫିଲ୍ମ ସାଇନ କରିଥାନ୍ତି।
https://www.instagram.com/p/BvMN-_iAWlh/?utm_source=ig_web_copy_link
ଅଜୟ ଦେବଗନ
ସଲମାନଙ୍କ ଭଳି ବଲିଉଡର ଆଉ ଜଣେ ସଫଳ ହିରୋ, ଯିଏକି ‘ନୋ କିସିଂ’ ପଲିସିରେ ଫିଲ୍ମ କରନ୍ତି ସେ ହେଲେ ଅଜୟ ଦେବଗନ। ଅଜୟଙ୍କ ସବୁ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥାଏ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ଫିଲ୍ମରେ କିସ୍ କରୁଥିବା ଦେଖିବାକୁ ମିଳିନାହିଁ। ସେ ସାଧାରଣତଃ ଆକ୍ସନ ଫିଲ୍ମ କରୁଥିଲେ ମଧ୍ୟ ତାଙ୍କ ଫିଲ୍ମଗୁଡ଼ିକରେ ରୋମାନ୍ସର ତଡ଼କା ଦେଖିବାକୁ ମିଳିଥାଏ। ଅଜୟଙ୍କ ଫିଲ୍ମରେ ରିୟଲ ଲାଇଫ ହାଲକା ଫୁଲକା ରୋମାନ୍ସ ଦେଖିବାକୁ ମିଳେ, ଯାହା ଦର୍ଶକଙ୍କୁ ବିଶେଷ ଭାବେ ତାଙ୍କ ଫିଲ୍ମ ଦେଖିବାକୁ ଆକର୍ଷିତ କରିଥାଏ।
https://www.instagram.com/p/B7GEExEFT4e/?utm_source=ig_web_copy_link
ରିତେଶ ଦେଶମୁଖ
ସଲମାନ ଓ ଅଜୟଙ୍କ ଭଳି ଭର୍ସାଟାଇଲ ଆକ୍ଟର ରିତେଶ ଦେଶମୁଖ ମଧ୍ୟ ‘ନୋ କିସିଂ’ ପଲିସିରେ ଫିଲ୍ମ କରନ୍ତି। ତେବେ ସବୁଠାରୁ ମଜାଦାର କଥା ହେଲା, ରିତେଶ ବଲିଉଡ୍ ଆଡଲ୍ଚ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ହେଲେ ଏଭଳି ଫିଲ୍ମରେ ମଧ୍ୟ ସେ ନିଜ ପଲିସି ବଦଳାଇ ନାହାନ୍ତି। କୌଣସି ଫିଲ୍ମରେ ଆଜି ଯାଏ କିସିଂ ସିନ୍ କରିନାହାନ୍ତି ରିତେଶ। ତାଙ୍କ ଅନୁସାରେ, କିସ୍ ଏକ ଅତ୍ୟନ୍ତ ବ୍ୟକ୍ତିଗତ ବିଷୟ। ତେବେ କେବଳ ମନୋରଞ୍ଜନ ପାଇଁ ଏହାକୁ ସାର୍ବଜନିନ କରିବା ନିଶ୍ଚିତ ଭାବେ ଏକ ଭୁଲ।
https://www.instagram.com/p/B5NPW8OF0aV/?utm_source=ig_web_copy_link
ଅଲୀ ଜଫର
ଗାୟକ ତଥା ଅଭିନେତା ଅଲୀ ଜଫର ମଧ୍ୟ ସଲମାନ, ଅଜୟ ଓ ରିତେଶଙ୍କ ପଥ ଅନୁସରଣ କରୁଛନ୍ତି। ତାଙ୍କର କହିବା ହେଲା, ସେ କିସିଂ ସିନ୍ କରିବା ସମୟରେ ଅସହଜ ଅନୁଭବ କରନ୍ତି। ଏଣୁ ସେ କୌଣସି ଫିଲ୍ମରେ ଅଭିନେତ୍ରୀଙ୍କୁ କିସ୍ କରନ୍ତି ନାହିଁ। ଅଲୀ ଫିଲ୍ମ ସାଇନ କରିବା ପୂର୍ବରୁ ନିର୍ମାତାଙ୍କୁ କିସିଂ ସିନ କରିବେ ନାହିଁ ବୋଲି ସର୍ତ୍ତ ରଖିଥାନ୍ତି। ତେବେ ତାଙ୍କ ଅଭିନୀତ ଲଣ୍ଡନ, ପ୍ୟାରିସ୍, ନ୍ୟୁୟର୍କ ଭଳି କେତୋଟି ଫିଲ୍ମରେ ତାଙ୍କର କିସିଂ ସିନ୍ ତ ରହିଛି, ହେଲ ସେ ସବୁ ଫେକ୍ ସିନ୍ ହୋଇଥିବା ବେଳେ କ୍ୟାମେରାରେ ଆଡଜଷ୍ଟମେଣ୍ଟ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
