bollywood
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତ୍ୱ ମାଧ୍ୟମରେ କରୋନାକୁ ମାତ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଗତକାଲି ସାରା ଦେଶ ‘ଜନତା କର୍ଫ୍ୟୁ’ ପାଳନ କରିଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କ ନିବେଦନ ଅନୁଯାୟୀ ଅପରାହ୍ନ ଠିକ୍ ୫ଟା ବେଳେ ଜରୁରୀକାଳିନ ପରିସ୍ଥିତିରେ କାମ କରୁଥିବ କର୍ମଚାରୀ ଯେମିତିକି- ଡାକ୍ତର, ନର୍ସ, ପୌରପାଳିକା କର୍ମଚାରୀ, ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେବା ପାଇଁ ଲୋକମାନେ ଝରକା ପାଖରେ, ବାଲକୋନିରେ ଓ ଛାତ ଉପରେ ଛିଡ଼ା ହୋଇ ତାଳି ମାରିଥିଲେ ଓ ଥାଳି ବଜାଇଥିଲେ। ତା’ସହିତ କେହି କେହି ଘଣ୍ଟ ଓ ଘଣ୍ଟି ବଜାଇଥିଲେ।
ସେହିପରି ‘ବିଗ୍ ବି’ ଅମିତାଭ ବଚ୍ଚନ ଘର ଛାତ ଉପରେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ଏଥିରେ ସାମିଲ ହୋଇଥିଲେ। ଟ୍ୱିଟରରେ ସେ ବି ଏନେଇ ଭିଡିଓ ଶେଆର କରିଛନ୍ତି। ସେ ତାଳି ମାରୁଥିବା ବେଳେ ଐଶ୍ୱର୍ଯ୍ୟା ରୟ ଓ ତାଙ୍କ ଝିଅ ଘଣ୍ଟି ବଜାଇଥିଲେ। ଅନୁପମ ଖେର ମଧ୍ୟ ଘର ବାଲ୍କୋନୀରେ ଛିଡ଼ା ହୋଇ ଥାଳି ବଜାଇଥିଲେ। ସେହିପରି ଦୀପିକା ପାଦୁକୋନ୍, ରଣବୀର ସିଂହ, ଟ୍ଵିଙ୍କିଲ ଖାନ୍ନା, କିଆରା ଆଡ଼ଭାନି, ଆଲିଆ, କ୍ୟାଟ୍ରିନା ଓ ବରୁଣ ପ୍ରମୁଖ ତାଳି ମାରି ଧନ୍ୟବାଦ ଜଣାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/bollywood.jpg)