Advertisment

୭୦ଦଶକର ମହାନ ବଲିଉଡ୍ ଗୀତିକାର ଯୋଗେଶ ଗୌରଙ୍କର ପରଲୋକ

ମୁମ୍ବାଇ: ବଲିଉଡ୍‌ର ୭୦ଦଶକର ମହାନ ଗୀତିକାର ଯୋଗେଶ ଗୌରଙ୍କର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କ ସମେତ ବହୁ ବଲିଉଡ୍ ସେଲେବ୍ରିଟି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଯୋଗେସଙ୍କୁ ବିଶେଷ କରି ‘ଆନନ୍ଦ’ ଫିଲ୍ମର ସେ ଲେଖିଥିବା ‘ଜିନ୍ଦେଗି କେସି ହେ ପହେଲି ହାୟ’ ଗୀତ ପାଇଁ ଜଣାଯାଏ। ଏହି ଗୀତଟି ଆଜି ବି ଦର୍ଶକଙ୍କ ମନରେ ଘର କରି […]

ଅଦ୍ୟତନ ହୋଇଛି
୭୦ଦଶକର ମହାନ ବଲିଉଡ୍ ଗୀତିକାର ଯୋଗେଶ ଗୌରଙ୍କର ପରଲୋକ

yogesh

Advertisment

ମୁମ୍ବାଇ: ବଲିଉଡ୍‌ର ୭୦ଦଶକର ମହାନ ଗୀତିକାର ଯୋଗେଶ ଗୌରଙ୍କର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କ ସମେତ ବହୁ ବଲିଉଡ୍ ସେଲେବ୍ରିଟି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଯୋଗେସଙ୍କୁ ବିଶେଷ କରି ‘ଆନନ୍ଦ’ ଫିଲ୍ମର ସେ ଲେଖିଥିବା ‘ଜିନ୍ଦେଗି କେସି ହେ ପହେଲି ହାୟ’ ଗୀତ ପାଇଁ ଜଣାଯାଏ। ଏହି ଗୀତଟି ଆଜି ବି ଦର୍ଶକଙ୍କ ମନରେ ଘର କରି ରହିଛି।

Advertisment

ଲତା ମଙ୍ଗେଶକର ଯୋଗେଶଙ୍କ ମୃତ୍ୟୁରେ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଜାଣିବାକୁ ପାଇଲି ଯେ ହୃଦୟକୁ ଛୁଇଁଯାଉଥିବା ଗୀତ ଲେଖୁଥିବା କବି ଯୋଗେଶ ଜୀଙ୍କର ଆଜି ସ୍ୱର୍ଗବାସ ହୋଇଛି। ମୁଁ ଏହା ଶୁଣି ବହୁତ ଦୁଃଖିତ। ଯୋଗେଶଙ୍କ ଦ୍ୱାରା ଲିଖିତ ଅନେକ ଗୀତ ମୁଁ ଗାଇଛି। ଯୋଗେଶ ଜଣେ ଶାନ୍ତ ଏବଂ ମଧୁର ସ୍ୱଭାବର ବ୍ୟକ୍ତି ଥିଲେ। ମୁଁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।’

https://twitter.com/mangeshkarlata/status/1266321378879451138?s=20

ଯୋଗେଶ ମାତ୍ର ୧୬ ବର୍ଷ ବୟସରେ ଲ‍କ୍ଷ୍ନୌରୁ ମୁମ୍ବାଇ ଆସିଥିଲେ ଓ ଏକ ଫିଲ୍ମରେ ଗୀତ ଲେଖିଥିଲେ। ଏହାକୁ ଋଷିକେଶ ମୁଖାର୍ଜୀ ଶୁଣିବାକୁ ପାଇଥିଲେ ଯାହାପରେ ସେ ତାଙ୍କୁ 'ଆନନ୍ଦ' ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ଯୋଗେଶ 'ଦିନ୍ ଯବ୍ ଢଲ୍ ଯାଏ' ଏବଂ 'ଜିନ୍ଦେଗି କେସି ହେ ପହେଲି ହାଏ' ଗୀତ ଗାଇଥିଲେ ଯାହାକି ବହୁତ ହିଟ୍ ହୋଇଥିଲା। ଏହାପରେ ସେ ‘ଏକ୍ ରାତ୍’, ‘ମିଲି’, ‘ଛୋଟିସି ବାତ୍’, ‘ଆନନ୍ଦ’, ‘ଅଜା ମେରି ଜାନ’, ‘ମଞ୍ଜିଲେ ଔର୍ ଭି ହେ’, ‘ରଜନୀଗନ୍ଧା’, ‘ମଞ୍ଜିଲ୍’, ‘ଆନନ୍ଦ ମହଲ’, ‘ପ୍ରିୟତମା’, ‘ଦିଲ୍‌ଲଗୀ’, ‘ଚୋର ଔର୍ ଚାନ୍ଦ’, ‘ବେୱାଫା ସନମ୍’, ‘ଜିନା ୟାହାଁ’, ‘ଲଖୋ କି ବାତ୍’ ଭଳି ହିଟ୍ ଫିଲ୍ମ ପାଇଁ ଗୀତ ଲେଖିଥିଲେ।

Advertisment

ବିଶେଷ କରି ଯୋଗେଶ ଫିଲ୍ମ ‘ମିଲି’ର 'ଆଏ ତୁମ୍ ୟାଦ ମୁଝେ' ଛୋଟି ସି ବାତ୍ ଫିଲ୍ମର 'ଜାନେ କ୍ୟୁଁ ହୋତା ହୈ ୟେ ଜିନ୍ଦେଗୀ କେ ସାଥ୍', ଫିଲ୍ମ ‘ରଜନୀଗନ୍ଧା’ର 'କଇ ବାର୍ ୟୁଁ ଭି ଦେଖା ହେ' ଏବଂ 'ରିମ୍‌ଝିମ୍ ଗିର୍ ସାୱାନ୍ ସୁଲଗ୍ ସୁଲଗା ଯାଏ ମନ୍', ‘ନା ବୋଲେ ତୁମ୍ ନା ମେନେ ମେନେ କୁଛ୍ କାହା’ ଗୀତ ପାଇଁ ବେଶ୍ ଜଣାଶୁଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe