Advertisment

ବଲିଉଡ୍ ପ୍ରଯୋଜଙ୍କ ଝିଅ କରୋନା ଆକ୍ରାନ୍ତ

ମୁମ୍ବାଇ:  ବଲିଉଡ୍‌ ଗାୟିକା କନିକା କପୁରଙ୍କ ପରେ ଏବେ ଇଣ୍ଡଷ୍ଟ୍ରୀରୁ ଆଉ ଏକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଜଣାଶୁଣା ଫିଲ୍ମ ନିର୍ମାତା କରିମ୍ ମୋରାନୀଙ୍କ ଝିଅ ଶାଜା କରୋନା ପଜିଟିଭ୍ ବୋଲି ଜଣାପଡିଛି। ଗତକାଲି ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କରିମ୍ ତାଙ୍କ ପୂରା ପରିବାର ସହିତ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ଏଠାରେ ବଲିଉଡର ଆହୁରି ଅନେକ ତାରକା ଅଛନ୍ତି। ସୂଚନା ଅନୁଯୀୟୀ, ଶାଜା ଏବେ […]

ଅଦ୍ୟତନ ହୋଇଛି
ବଲିଉଡ୍ ପ୍ରଯୋଜଙ୍କ ଝିଅ କରୋନା ଆକ୍ରାନ୍ତ

karim

Advertisment

ମୁମ୍ବାଇ:  ବଲିଉଡ୍‌ ଗାୟିକା କନିକା କପୁରଙ୍କ ପରେ ଏବେ ଇଣ୍ଡଷ୍ଟ୍ରୀରୁ ଆଉ ଏକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଜଣାଶୁଣା ଫିଲ୍ମ ନିର୍ମାତା କରିମ୍ ମୋରାନୀଙ୍କ ଝିଅ ଶାଜା କରୋନା ପଜିଟିଭ୍ ବୋଲି ଜଣାପଡିଛି। ଗତକାଲି ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

publive-imageକରିମ୍ ତାଙ୍କ ପୂରା ପରିବାର ସହିତ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ଏଠାରେ ବଲିଉଡର ଆହୁରି ଅନେକ ତାରକା ଅଛନ୍ତି। ସୂଚନା ଅନୁଯୀୟୀ, ଶାଜା ଏବେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ସମ୍ପୂର୍ଣ୍ଣ ଆଇସୋଲେସନରେ ଅଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି  ଶାଜା ନା ବାହାରକୁ ଯାଇଛନ୍ତି ନା ବିଦେଶରୁ ଫେରିଥିବା କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏଭଳି ପରିସ୍ଥିତିରେ ସେ କିପରି ସଂକ୍ରମିତ ହେଲେ, ସେ ନେଇ ତାଙ୍କର ପୂରା ପରିବାର ଚିନ୍ତାରେ ଅଛନ୍ତି।

ଶାଜାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପରିବାରର ସଦସ୍ୟଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି।  ଏହା ବ୍ୟତୀତ ତାଙ୍କ ବିଲ୍ଡିଂର ସମସ୍ତ ଲୋକଙ୍କୁ ସଚେତନ କରିବା ପାଇଁ ଶାଜା ନିଜେ ଏକ ବାର୍ତ୍ତା ପଠାଇଛନ୍ତି। ଏହି ବାର୍ତ୍ତାରେ ସେ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କହିଛନ୍ତି।

Advertisment

publive-imageକରିମ୍ ମୋରାନୀ ଅନେକ ବଡ଼ ବଡ଼ ବଲିଉଡ୍ ଫିଲ୍ମ ତିଆରି କରିଛନ୍ତି।  ସେ ‘ଚେନ୍ନାଇ ଏକ୍ସପ୍ରେସ’, ‘ଦିଲୱାଲେ’ ଓ ‘ଦମ୍’, ‘ହାପି ନ୍ୟୁ ଇୟର୍’ ଭଳି ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି। କୁହାଯାଏ ଯେ ସେ ଶାହାରୁଖ ଖାନଙ୍କର ଜଣେ ଘନିଷ୍ଠ ବନ୍ଧୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe