/odisha-reporter/media/post_attachments/uploads/2019/07/amitav.jpg)
amitav
ମୁମ୍ୱାଇ: ବିଗ୍ ବି ଅମିତାଭ ବଚ୍ଚନ ସର୍ବଦା ନିଜ ଅଭିନୟ ଦକ୍ଷତା ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ସୋଶାଲ ମିଡିଆରେ ବିଗ୍ ବିଙ୍କ ଫଟୋ ଓ ଭିଡିଓ ସମେତ ଅନେକ ସମୟରେ ସିଏ କହୁଥିବା କଥା ମଧ୍ୟ ଲୋକପ୍ରିୟ ହୋଇଥାଏ।
ନିକଟରେ ସୋଶାଲ ମିଡିଆ ଟ୍ୱିଟରରେ ଅମିତାଭ ବଚ୍ଚନଙ୍କର ଏକ ଟ୍ୱିଟ୍ ଭାଇରାଲ୍ ହୋଇଛି। ଏହି ଟ୍ୱିଟ୍ରେ ବିଗ୍ ବିଙ୍କୁ ଦାର୍ଶନିକ ଶୈଳୀରେ ଦେଖିବାକୁ ମିଳିଛି। ଏହି ଟ୍ୱିଟ୍ରେ ସେ ଜୀବନର ପ୍ରକୃତ ସତ୍ୟ ଉପରେ କିଛି କଥା ଲେଖିଛନ୍ତି। ଯେଉଁଥିରେ ଶବ୍ଦ କମ୍ ଏବଂ ଜୀବନର ଗୁଢ଼ ରହସ୍ୟ ବେଶି ରହିଛି।
ଯାହାକୁ ସୋଶାଲ ମିଡିଆ ୟୁଜର୍ଙ୍କ ମନକୁ ଏତେ ଛୁଇଁ ପାରିଛି ଯେ, ଏହି ଟ୍ୱିଟ୍କୁ ସେମାନେ ଭାଇରାଲ୍ କରିବାରେ ଲାଗିଛନ୍ତି।
ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟ୍ କରି ଲେଖିଛନ୍ତି, “ବିଷ ପେଟକୁ ଗଲେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ହେଲେ ସେହି ବିଷ ଯଦି କାନକୁ ଯାଏ, ତେବେ ଶହ ଶହ ସମ୍ପର୍କର ମୃତ୍ୟୁ ହୋଇଥାଏ। “ ଏହି ଟ୍ୱିଟ୍ କରି ଅମିତାଭ ତାଙ୍କର ଫ୍ୟାନ୍ମାନଙ୍କୁ ପ୍ରକୃତ ଜୀବନର ଦର୍ଶନ କରାଇଛନ୍ତି। ଯାହା ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
T 3211 -
"पेट में गया जहर सिर्फ एक ब्यक्ति को मारता है और कान में गया जहर सैकड़ो रिश्तो को मारता है" ~ Ef MRa poisoned stomach kills one ; a poisoned ear kills hundreds ~ ab pic.twitter.com/m6VmaXHMVV
— Amitabh Bachchan (@SrBachchan) July 1, 2019
କେବଳ ଏହି ଟ୍ୱିଟ୍ ନୁହେଁ, କିଛି ଦିନ ତଳେ ଝିଅ ଶ୍ୱେତାଙ୍କ ସହିତ ବିଗ୍ ବି ଗୋଟିଏ ଫଟୋ ଶେଆର୍ କରିଥିଲେ। ଯେଉଁ ଫଟୋକୁ ସୋଶାଲ ମିଡିଆରେ ଫ୍ୟାନ୍ମାନେ ଅଧିକ ପସନ୍ଦ କରିଥିଲେ। ଅମିତାଭ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଗୁଲାବୋ ସିତାବୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
