Advertisment

ବାପାଙ୍କ କଥା ମାନି ନଥିଲେ ବୋଲି...

ମୁମ୍ବାଇ: କୁହାଯାଏ, ଫିଲ୍ମରେ ନାୟକର ଚରିତ୍ର ସେ ପର୍ଯ୍ୟନ୍ତ ସାର୍ଥକତା ପାଏନି ଯେପର୍ଯ୍ୟନ୍ତ ତା’ ସହ ଲଢ଼ିବାକୁ ଜଣେ ଖଳନାୟକ ନଆସେ। ତେଣୁ ଫିଲ୍ମରେ ଉଭୟଙ୍କ ଚରିତ୍ରର ସମାନ ଗୁରୁତ୍ୱ ଥାଏ। ବଲିଉଡ୍‌ରେ ଏମିତି କିଛି ଖଳନାୟକ ଥିଲେ ବା ଏବେ ବି ଅଛନ୍ତି, ଯେଉଁମାନେ ନାୟକମାନଙ୍କଠାରୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଦାଶିବ ଅମରାପୁରକର।  ଫିଲ୍ମ ‘ସଡ଼କ୍‌’ରେ ସେ ଜବରଦସ୍ତ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏଥିରେ ସେ କିନ୍ନର […]

ଅଦ୍ୟତନ ହୋଇଛି
ବାପାଙ୍କ କଥା ମାନି ନଥିଲେ ବୋଲି...

ee

Advertisment

ମୁମ୍ବାଇ: କୁହାଯାଏ, ଫିଲ୍ମରେ ନାୟକର ଚରିତ୍ର ସେ ପର୍ଯ୍ୟନ୍ତ ସାର୍ଥକତା ପାଏନି ଯେପର୍ଯ୍ୟନ୍ତ ତା’ ସହ ଲଢ଼ିବାକୁ ଜଣେ ଖଳନାୟକ ନଆସେ। ତେଣୁ ଫିଲ୍ମରେ ଉଭୟଙ୍କ ଚରିତ୍ରର ସମାନ ଗୁରୁତ୍ୱ ଥାଏ। ବଲିଉଡ୍‌ରେ ଏମିତି କିଛି ଖଳନାୟକ ଥିଲେ ବା ଏବେ ବି ଅଛନ୍ତି, ଯେଉଁମାନେ ନାୟକମାନଙ୍କଠାରୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଦାଶିବ ଅମରାପୁରକର।  ଫିଲ୍ମ ‘ସଡ଼କ୍‌’ରେ ସେ ଜବରଦସ୍ତ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏଥିରେ ସେ କିନ୍ନର ଚରିତ୍ରରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ନବେ ଦଶକର ଶ୍ରେଷ୍ଠ ଖଳନାୟକଙ୍କ ମଧ୍ୟରୁ ସେ ଥିଲେ ଜଣେ। ସେ ବଲିଉଡ୍‌ର ପ୍ରାୟ ସମସ୍ତ ସୁପର୍‌ଷ୍ଟାର୍‌ଙ୍କ ସହ କାମ କରିଥିଲେ ଓ ନିଜର ଏକ ଛାପ ଛାଡ଼ିଥିଲେ।

Advertisment

publive-imageଅଭିନୟକୁ ନେଇ ସଦାଶିବ ଗୋଟେ ସୁନ୍ଦର କଥା କହିଥିଲେ। ସେ କହିଥିଲେ, “ଅଭିନୟ ହେଉଛି ମୋ ନିଶ୍ୱାସ”। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ନାଟକରେ ଅଭିନୟ କରୁଥିଲେ। ଅଭିନୟକୁ ନେଇ ସେ ଏକଦମ୍‌ ସିରିୟସ୍‌ ଥିଲେ। କିନ୍ତୁ ନାଟକରୁ ତାଙ୍କୁ ଅଧିକ ଟଙ୍କା ମିଳୁ ନଥିଲା। ବାହାଘର ସରି ପିଲାଟିଏ ହେବା ପରେ ମଧ୍ୟ ସଦାଶିବ ନାଟକ କରୁଥିଲେ। ଆଉ ସେଥିରୁ ଯେତିକି ଟଙ୍କା ମିଳୁଥିଲା, ସେତିକିରେ ତାଙ୍କୁ ପରିବାର ଚଳାଇବା ଭାରି କଷ୍ଟ ହେଉଥିଲା। ତଥାପି ସେ ନାଟକରୁ ବାହାରି ପାରୁ ନଥିଲେ। ଦିନେ ତାଙ୍କ ବାପା ରାଗି ଯାଇଥିଲେ ଓ ନାଟକ ଛାଡ଼ି କିଛି ଚାକିରି କରିବାକୁ ତାଙ୍କୁ କହିଥିଲେ। ତେବେ ସଦାଶିକ ମାନି ନଥିଲେ। ଫଳରେ ତାଙ୍କ ବାପା ତାଙ୍କୁ ଘରେ ବନ୍ଦ କରି ରଖି ଦେଇଥିଲେ। ଏହାପରେ ସେ ନାଟକ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ତେବେ ସେ ଅଭିନୟ ଛାଡ଼ିବା କଥା ଚିନ୍ତା କରି ନଥିଲେ। ସେ ନାଟକ ଛାଡ଼ି ଫିଲ୍ମରେ ଅଭିନୟ କରିବା ପାଇଁ ଚେଷ୍ଟା କରିଥିଲେ। କାରଣ ସେ ଅଭିନୟକୁ ଛାଡ଼ି ବଞ୍ଚିବା କଥା କେବେ ଚିନ୍ତା କରି ନଥିଲେ।

publive-imageସଦାଶିବଙ୍କୁ ପ୍ରଥମ ବ୍ରେକ୍‌ ଦେଇଥିଲେ ନିର୍ଦ୍ଦେଶକ ଗୋବିନ୍ଦ ନିହଲାନି। ‘ଅର୍ଦ୍ଧ ସତ୍ୟ’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ବି ପାଇଥିଲେ।  ଫିଲ୍ମଟି ୧୯୮୩ରେ ରିଲିଜ୍‌ ହୋଇଥିଲା। ସଦାଶିବ ୩୦୦ରୁ ଅଧିକ ଫିଲ୍ମ କରିଛିନ୍ତି। ସେ ହିନ୍ଦୀ ସହିତ ବଙ୍ଗାଳି, ମରାଠୀ ଓ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୪ ମସିହାରେ ମାତ୍ର ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ସେ ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe