ସାମ୍ନାକୁ ଆସିଲା “ଦବଙ୍ଗ୍‌ ୩” ସୁଟିଂ ସମୟର ଆଉ କିଛି ଫଟୋ

ଦେଖନ୍ତୁ କିପରି ଦେଖାଯାଉଛନ୍ତି ସଲ୍‌ମାନ୍‌

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଦବଙ୍ଗ ୩”ର ସୁଟିଂ ଆରମ୍ଭ ହୋଇସାରିଛି। ଆଉ ପ୍ରଥମେ ଏହାର ସୁଟିଂ ମଧ୍ୟପ୍ରଦେଶର ମହେଶ୍ୱରରେ କରାଯାଉଛି। ଏବେ ସୁଟିଂ ବେଳର କିଛି ଫଟୋ ସାମ୍ନାକୁ ଆସିଛି। ଆଉ ସେହି ଫଟୋରେ ଭାଇଜାନ୍‌ ସଲ୍‌ମାନ୍‌ ସାନଦାର୍‌ ଲୁକ୍‌ରେ ଦେଖାଯାଉଛନ୍ତି।

ସୁଟିଂ ସମୟର କିଛି ତାଜା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସଲ୍‌ମାନ୍‌ ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ  ମହେଶ୍ୱରର ସୁନ୍ଦର ଘାଟ ମଧ୍ୟ  କ୍ୟାମେରା ଫ୍ରେମ୍‌ରେ କଏଦ ହୋଇଛି। ଏହା ପୂର୍ବରୁ ମଧ୍ୟ ସୁଟିଂ ସମୟର କିଛି ଫଟୋ ସାମ୍ନାକୁ ଆସିଥିଲା।

ତେବେ ଫଟୋରେ ସଲ୍‌ମାନ୍‌ଙ୍କୁ ବ୍ଲୁ ସାର୍ଟ ଏବଂ ଜିନ୍ସି ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି।

ଏହା ଦେଖି ପୂରା ପୂରି ଲାଗୁଛି ଯେ, ସଲ୍‌ମାନ୍‌ ଦବଙ୍ଗ୍‌ ଲୁକ୍‌ରେ ହିଁ ଦେଖାଯାଉଛନ୍ତି।

ପିଲ୍ମରେ ଏକ ଖାସ୍‌ ଗୀତ  ୧୩ ଦିନ ଭିତରେ ସୁଟିଂ କରାଯିବ। ଯେଉଁଥିରେ ୫୦୦ରୁ ଅଧିକ ଡ୍ୟାନ୍ସର୍‌ ଡ୍ୟାନ୍ସ କରିବେ।

ଏହା ପୂର୍ବରୁ ମଙ୍ଗଳବାର ଦିନ ସଲ୍‌ମାନ୍‌ ନିଜେ ଏକ ଫଟୋ ସେୟାର୍‌ କରିଥିଲେ। ଯେଉଁଥିରେ ସେ ନର୍ମଦା କୂଳରେ ସୁଟିଂ କରୁଥିବାର ଦେଖାଯାଉଥିଲେ।

View this post on Instagram

Shooting for #dabangg3 on the beautiful ghats of Narmada

A post shared by Salman Khan (@beingsalmankhan) on

ସୁଟିଂ ଭିତରେ ସେ ଫଟୋ ସହ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ସଲ୍‌ମାନ୍‌ ଏବଂ ଅର୍‌ବାଜ୍‌ ମହେଶ୍ୱରର ଏକ ଗଳିରେ ସାଇକେଲ୍‌ ଚଳାଉଥିବାର ଦେଖିବାକୁ ମିଳିଥିଲା।