Advertisment

ସୋଶାଲ୍ ମିଡିଆରେ ନିଆଁ ଲଗାଇଲା 'ଯବାନ' ଡାଏଲଗ୍, ଫ୍ୟାନ୍ କହିଲେ ସମୀର୍ ୱାଙ୍ଖଡେଙ୍କୁ ଜବାବ

ରିଲିଜ୍ ହେଲା ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ବହୁ ପ୍ରତିକ୍ଷିତ ଯବାନ ଟ୍ରେଲର୍। ଗୋଟିଏ ଡାଏଲଗକୁ ନେଇ ଖୁବ୍ ଚର୍ଚ୍ଚା। ସିନେମା ହଲରେ ନିଆଁ ଲଗାଇ ଦେବ କହିଲେ ଫ୍ୟାନ୍।

'Jawan' Action pose

'Jawan' Action pose

Advertisment

ରିଲିଜ୍ ହେଲା ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ବହୁ ପ୍ରତିକ୍ଷିତ ଯବାନ ଟ୍ରେଲର୍। ଫିଲ୍ମ ରିଲିଜକୁ ଆଉ କିଛି ଦିନ ଥିବାବେଳେ ଆଜି ସିନେମାର ହିନ୍ଦି ଟ୍ରେଲର୍ ରିଲିଜ୍ ହୋଇଛି। ଟ୍ରେଲରରେ ଶାହାରୁଖଙ୍କ ଜବରଦସ୍ତ ଡାଏଲଗେ ସହ ଦମଦାର୍ ଆକ୍ସନ ଫ୍ୟାନ୍ସଙ୍କ ମନ କିଣି ନେଇଛି। ଟ୍ରେଲରର ଗୋଟିଏ ଡାଏଲଗ୍ ସୋଶାଲ୍ ମିଡିଆରେ ସୃଷ୍ଟି କରିଛି ହଇଚଇ।

Advertisment
X Post on Sharukh Dialogue ଶାହରୁଖଙ୍କ ଡାଏଲଗ୍ ଉପରେ ଏକ୍ସ୍ ପୋଷ୍ଟ

ଆଉ ଏହି ଗୋଟିଏ ଡାଏଲଗ୍ ହିଁ ସିନେମା ହଲରେ ନିଆଁ ଲଗାଇ ଦେବ ବୋଲି କହିଛନ୍ତି ଜଣେ ଫ୍ୟାନ୍। କହିବାକୁ ଗଲେ ଏହି ଡାଏଲଗ୍ ଟି ହେଉଛି, "ବେଟେ କୋ ହାଥ୍ ଲଗାନେ ସେ ପେହଲେ, ବାପ୍ ସେ ବାତ୍ କର..." ଅର୍ଥାତ୍ "ପୁଅ ଦେହରେ ହାତ ଲଗାଇବା ପୂର୍ବରୁ ପ୍ରଥମେ ବାପା ସହ କଥା ହୁଅ"। ଫିଲ୍ମରେ ଦିଆ ଯାଇଥିବା ଏହି ସଂଳାପକୁ ବାସ୍ତବ ଜୀବନ ସହ ଯୋଡିଛନ୍ତି ସୋଶାଲ୍ ମିଡିଆ ୟୁଜର୍। ଶାହରୁଖଙ୍କ ପୁଅ ଆର୍ଯ୍ୟାନ୍ ଖାନଙ୍କ ଡ୍ରଗ୍ସ ମାମଲାରେ ସମୀର ୱାଙ୍ଖଡେଙ୍କୁ ଏହା ଜବାବ ବୋଲି କହିଛନ୍ତି ନେଟିଜେନ୍ସ।

 X Post on Sharukh Dialogue ଶାହରୁଖଙ୍କ ଡାଏଲଗ୍ ଉପରେ ଏକ୍ସ୍ ପୋଷ୍ଟ

ଜଣେ ୟୁଜର୍ ଲେଖିଛନ୍ତି, ଏହା ୱାଙ୍ଖଡେଙ୍କ ସମେତ ଅନ୍ୟମାନଙ୍କ ପାଇଁ ଏକ କ୍ଲିୟର୍ ମେସେଜ୍। ସେହିପରି, ଜଣେ ୟୁଜର୍ ସିନେମାରେ ଏକ ଆକ୍ସନ୍ ଷ୍ଟେପ୍ ଶେୟାର୍ କରି ଲେଖିଛନ୍ତି, ରିଅଲ୍ ଲାଇଫରେ ଆର୍ଯ୍ୟନଙ୍କ ମାମଲା ସମୟରେ ଏହିପରି ଥିବେ ଶାହରୁଖ। ଏହି ଗୋଟିଏ ଡାଏଲଗ୍ ହିଁ ସିନେମା ହଲରେ ନିଆଁ ଲଗାଇ ଦେବ ବୋଲି କହିଛନ୍ତି ଅନ୍ୟ ଜଣେ ୟୁଜର୍।

Advertisment
 X Post on Sharukh Dialogue ଶାହରୁଖଙ୍କ ଡାଏଲଗ୍ ଉପରେ ଏକ୍ସ୍ ପୋଷ୍ଟ

2021 ରେ ତତ୍କାଳୀନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ମୁମ୍ବାଇର ଏକ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଚଢାଉ ହୋଇଥିଲା। ଏଥିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ ୱାଙ୍ଖଡେ। ସମୀର ୱାଙ୍ଖଡେ ପୂରା ମାମଲାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ ଏବଂ ଆର୍ଯ୍ୟନଙ୍କୁ ବାରମ୍ୱାର ନୋଟିସ୍ ପଠାଇଥିଲେ। ସେହି ସମୟରେ ଆର୍ଯ୍ୟନଙ୍କ ସମେତ ଶାହରୁଖ ମଧ୍ୟ ବିବାଦରେ ଫସିଥିଲେ। ସିନେମା ଟ୍ରେଲରରେ "ବେଟେ କୋ ହାଥ୍ ଲଗାନେ ସେ ପେହଲେ, ବାପ୍ ସେ ବାତ୍ କର..." ଡାଏଲଗକୁ ଉକ୍ତ ଘଟଣା ସହ ଯୋଡା ଯାଉଛି।

ଆସନ୍ତା 4 ତାରିଖରେ ରିଲିଜ୍ ହେବ ଯବାନ। ପଠାନ୍ ପରି ଏହି ସିନେମାକୁ ନେଇ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ସିନେମାରେ ଶାହରୁଙ୍କ ବ୍ୟତୀତ ଦୀପିକା ପାଦୁକନ ଓ ନୟନତାରା ଅଭିନୟ କରିଛନ୍ତି। ଏଟଲି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।  

Jawan SRK Dialogue Saharukh Khan Aryan Khan Sameer Wankhde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe