Advertisment

ଧୁମ୍ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗଡଭୀଙ୍କ ପରଲୋକ

'ଧୁମ୍' ଏବଂ 'ଧୁମ୍ ୨'ର ନିର୍ଦ୍ଦେଶନା ପାଇଁ ବେଶ୍ ଜଣାଶୁଣା ଥିଲେ ସଞ୍ଜୟ।

ଅଦ୍ୟତନ ହୋଇଛି
Sanjay gadhvi

Sanjay gadhvi

Advertisment

ଚାଲିଗରେ ନିର୍ଦ୍ଦେଶକ ସଞ୍ଜୟ ଗଡଭୀ। ହୃଦଘାତରେ ଗଡଭୀଙ୍କ ପରଲୋକ ଘଟିଛି। 'ଧୁମ୍' ଏବଂ 'ଧୁମ୍ ୨'ର ନିର୍ଦ୍ଦେଶନା ପାଇଁ ବେଶ୍ ଜଣାଶୁଣା ଥିଲେ ସଞ୍ଜୟ। ମୃତ୍ୟୁବେଳକୁ ତାଙ୍କୁ 56 ବର୍ଷ ବୟସ ହୋଇଥିଲା। ଆଉ ମାତ୍ର ତିନି ଦିନ ପରେ ଗଡଭୀଙ୍କ ଜନ୍ମଦିନ ଥିଲା।

Advertisment

ସଞ୍ଜୟଙ୍କର ଦୁଇ ଝିଅ ଓ ପତ୍ନୀ ଅଛନ୍ତି। ତାଙ୍କ ସାଙ୍ଗମାନଙ୍କ କହିବାନୁସାରେ, କିଛି ଦିନ ତଳେ ସେ ସିନେମା ଦେଖିବା ପାଇଁ ଏକ ମଲ୍ଟିପ୍ଲେକ୍ସକୁ ଯାଇଥିଲେ। ହେଲେ ହଠାତ୍ ହୃଦଘାତରେ ତାଙ୍କ ଜୀବନ ଚାଲିଯାଇଛି। 

ନିର୍ଦ୍ଦେଶକ ଭାବେ ବଲିଉଡରେ ସଞ୍ଜୟଙ୍କର ସ୍ୱତନ୍ତ୍ର ଛାପ ରହିଛି। ସେ 'ମେରେ ୟାର କି ଶାଦୀ ହୈ' ଏବଂ ଇମ୍ରାନ ଖାନଙ୍କ ଅଭିନୀତ 'କିଡନାପ'ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ 2012ରେ ରିଲିଜ୍ ହୋଇଥିବା 'ଅଜବ ଗଜବ ଲଭ୍' ଏବଂ 2020ରେ ରିଲିଜ୍ ହୋଇଥିବା 'ଅପରେସନ ପରିନ୍ଦେ'ର ନିର୍ଦ୍ଦେଶକ ଥିଲେ ସଞ୍ଜୟ।

Advertisment

ସେ 2000ରେ ନିର୍ଦ୍ଦେଶନା ଜଗତରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ନିର୍ଦ୍ଦେଶିତ ସିନେମା 'ତେରେ ଲିୟେ'। କିନ୍ତୁ ସିନେମାଟି ବିଶେଷ ଦୃଷ୍ଟି ଆକର୍ଷଣ କରିପାରିନଥିଲା। ପ୍ରଥମେ ଏହି ଚଳଚ୍ଚିତ୍ରର ନାମ ଥିଲା 'ତୁ ହି ବତା', ଯେଉଁଥିରେ ଅର୍ଜୁନ ରାମପାଲ ଏବଂ ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସ୍ୱଳ୍ପ ବଜେଟ୍ ଯୋଗୁଁ ଫିଲ୍ମ ଅଟକି ଯାଇଥିଲା। 2004ରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ସଞ୍ଜୟ।

ଆକ୍ସନ୍ ଥ୍ରୀଲର 'ଧୁମ୍'ର ନିର୍ଦ୍ଦେଶନା ଦେଇ ପୂରା ସିନେମା ଜଗତରେ ଏକ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି।  

Dhoom Sanjay Gadhvi Dies Director Sanjay Gadhvi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe