Advertisment

ଅଡୁଆରେ 'ଫାଇଟର୍‌', ଦୀପିକା ଓ ହ୍ରିତିକଙ୍କୁ ନୋଟିସ୍‌

ଫିଲ୍ମରେ ବାୟୁସେନା ୟୁନିଫର୍ମ ପିନ୍ଧି ଦୀପିକା ଓ ହ୍ରିତିକ ରୋମାଣ୍ଟିକ ହେବା ଦୃଶ୍ୟକୁ ନେଇ ଅଡୁଆ ବଢ଼ିଛି।

'Fighter' gets legal notice

'Fighter' gets legal notice

Advertisment

ବଢ଼ିଲା 'ଫାଇଟର୍'ର ଅଡୁଆ। ଆଇନ ଜାଲରେ ଫସିଲା ଫିଲ୍ମ। ମେକର୍ସଙ୍କ ସମେତ ଅଭିନେତା ହ୍ରିତିକ ରୋଶନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଲା ଲିଗାଲ ନୋଟିସ। ଫିଲ୍ମରେ ବାୟୁସେନା ୟୁନିଫର୍ମ ପିନ୍ଧି ଦୀପିକା ଓ ହ୍ରିତିକ ରୋମାଣ୍ଟିକ ହେବା ଦୃଶ୍ୟକୁ ନେଇ ଅଡୁଆ ବଢ଼ିଛି।

Advertisment

ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଅଛନ୍ତି। ଉଭୟ ଏଥିରେ ବାୟୁସେନା କର୍ମୀ ଭୂମିକାରେ ନଜର ଆସିଛନ୍ତି। ତେବେ ଫିଲ୍ମରେ ବାୟୁସେନା ୟୁନିଫର୍ମ ପିନ୍ଧି ହ୍ରିତିକ ଓ ଦୀପିକାଙ୍କ ମଧ୍ୟରେ ଏକ କିସିଂ ସିନ୍‌ ରହିଛି। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବାୟୁସେନାର ଜଣେ ଅଧିକାରୀ ତଥା ଓ୍ୱିଙ୍ଗ କମାଣ୍ଡର।

ସେନା ୟୁନିଫର୍ମ ପିନ୍ଧି କିସ୍‌ କରୁଥିବା ଦୃଶ୍ୟ ବାୟୁସେନାର ଗାରିମାକୁ ଆଘାତ ଦେଇଛି। ଏମାନେ ବାୟୁସେନା ୟୁନିଫର୍ମର ଅପମାନ କରିଥିବା ନେଇ ଓ୍ୱିଙ୍ଗ କମାଣ୍ଡ ସୌମ୍ୟଦୀପ ଦାସ ଅଭିଯୋଗ କରିଛନ୍ତି। ହ୍ରିତିକ, ଦୀପିକା ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦକୁ ସେ ଏହାକୁ ନେଇ ଲିଗାଲ ନୋଟିସ ପଠାଇଛନ୍ତି।

Advertisment

ଆସାମରେ ପୋଷ୍ଟେଡ୍‌ ଥିବା ଓ୍ୱିଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ କହିଛନ୍ତି, ବୟୁସେନାର ୟୁନିଫର୍ମ କୌଣସି ଏକ ସାଧାରଣ କପଡା ଖଣ୍ଡ ନୁହେଁ, ବରଂ ଏହା ଦେଶ ରକ୍ଷା ପାଇଁ ତ୍ୟାଗ, ଅନୁଶାସନ ଓ ଅତୁଟ ସମର୍ପଣର ପ୍ରତୀକ। ୟୁନିଫର୍ମ ପିନ୍ଧି ଏଭଳି ରୋମାଣ୍ଟିକ୍‌ ଦୃଶ୍ୟ ସୁଟ୍‌ କରିବା ଭୁଲ୍‌। ତେଣୁ ତୁରନ୍ତ ଫିଲ୍ମରୁ ଏହି ଦୃଶ୍ୟକୁ ହଠାଇବା ପାଇଁ ସେ ଦାବି କରିଛନ୍ତି। ଏଥିସହ ଫିଲ୍ମ ମେକର୍ସ ବାୟୁସେନା ଓ ଯବାନଙ୍କୁ ସାରା ଦେଶ ସାମ୍ନାରେ ଲିଖିତ ଭାବେ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଫାଇଟର୍‌'ର ଲିଡ୍‌ ରୋଲରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଅଛନ୍ତି। ଓ୍ୱର୍ଲ୍ଡ ଓ୍ୱାଇଡ୍‌ ଏହି ଫିଲ୍ମଟି ୩୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ସେହିପରି ଭାରତୀୟ ବକ୍ସ ଅଫିସରେ ଫିଲ୍ମର ବ୍ୟବସାୟ ୧୭୮ କୋଟିରେ ପହଞ୍ଚି ସାରିଲାଣି। ଅନ୍ୟ ପ୍ରମୁଖ ଭୂମିକାରେ ଅନୀଲ କପୁର, କରନ୍‌ ସିଂହ ଗ୍ରୋଭର, ସଞ୍ଜିଦା ଶେଖ ମଧ୍ୟ ଅଛନ୍ତି। 

Bollywood Deepika Padukone Hrithik Roshan Air Force Fighter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe