Advertisment

ଅଭିନେତ୍ରୀଙ୍କୁ ପିଟି ପିଟି ମାରିଦେଲା ମଦୁଆ ପୁଅ

ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ କରିଛି।

Son Beats mother

Son Beats mother

Advertisment

ମଦ ନିଶାରେ ପୁଅ ଭୁଲିଗଲା ମା'କୁ। ଶେଷରେ କଲା ହତ୍ୟା। ଅଭିନେତ୍ରୀଙ୍କୁ ପିଟି ପିଟି ମାରିଦେଲା ପୁଅ। ଜଣାଶୁଣା ତାମିଲ ଅଭିନେତ୍ରୀ କାସିୟାମ୍ମଲକୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଖବର ସାମ୍ନାକୁ ଆସିବା ପରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଯାଇଛି।

Advertisment

ଫେବ୍ରୁଆରୀ ୪ ତାରିଖ ଦିନ ସକାଳ ୩ଟାରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିନେତ୍ରୀ କାସିୟାମ୍ମଲଙ୍କୁ ତାଙ୍କ ପୁଅ ନମ୍ମାକୋଡି ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲା ପୁଅ। ଏହାପରେ କାସିୟାମ୍ମଲଙ୍କୁ ଘରେ ରଖାଯାଇଥିବା କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲା ପୁଅ। ତେବେ ମା'କୁ ହତ୍ୟା କରିବା ପୂର୍ବରୁ ନମ୍ମକୋଡି ମଦ ନିଶାରେ ଥିଲା।

ଏହି ମାମଲାରେ ଅଭିଯୁକ୍ତ ପୁଅ ନମ୍ମାକୋଡିକୁ ପୁଲିସ ଗିରଫ କରିଛି। ଆଇପିସି ଧାରା ୩୦୨ ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି। ନମ୍ମାକୋଡି ନିଜ ସ୍ତ୍ରୀଠାରୁ ଭିନ୍ନ ହୋଇସାରିଛନ୍ତି। ସେ ନିଜ ମା'ଙ୍କ ଉପରେ ନିର୍ଭରଶୀଳ ଥିଲେ। ଅଭିନେତ୍ରୀଙ୍କୁ ଯେଉଁ କାଠ ଫାଳିଆ ପିଟି ପିଟି ପୁଅ ହତ୍ୟା କରିଥିଲା ତାକୁ ପୁଲିସ ଜବତ କରିଛି। ମାମଲାର ତଦନ୍ତ ଜାରି ରଖିଛି।

Advertisment
Kasiammalମୃତ ଅଭିନେତ୍ରୀ କାସିୟାମ୍ମଲ

କହିରଖୁ ଯେ, ୨୦୨୧ରେ ରିଲିଜ ହୋଇଥିବା ଫିଲ୍ମ 'କଦୈସି ଭିଭାସୟୀ'ରେ ୭୪ ବର୍ଷୀୟ ଅଭିନେତ୍ରୀ କାସିୟାମ୍ମଲ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ଦମ୍‌ଦାର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ନିର୍ଦ୍ଦେଶକ ମାଣିକନ୍ଦନଙ୍କ ଏହି ତାମିଲ ଫିଲ୍ମରେ ଦିବଙ୍ଗତ ଅଭିନେତ୍ରୀ ନଲନ୍ଦୀ ଓ ବିଜୟ ସେଥୁପତି ଥିଲେ। ଫିଲ୍ମଟି କୃଷକଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଏହି ସର୍ବଶ୍ରେଷ୍ଠ ତାମିଲ ଫିଲ୍ମ ପାଇଁ ଏହା ମନୋନୀତ ମଧ୍ୟ ହୋଇଥିଲା।

Tollywood Kasiammal South Cinema Kasiammal Dies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe