Advertisment

ବେନ୍ ଡେମଙ୍କ ସହ ଜ୍ୟାକଲିନଙ୍କ ଫଟୋ ପୋଷ୍ଟ, ମିକା ସିଂହ କହିଲେ ସୁକେଶଠୁ ଭଲ

ଆଗକୁ ଆସୁଛି ଜ୍ୟାକଲିଙ୍କ 'ୱେଲକମ୍ 3'। ଏଥିରେ ମିକା ସିଂହ ମଧ୍ୟ ସ୍କ୍ରିନ୍ ଶେଆର୍ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
acqueliene Fernandez, Jean-Claude Van Damme & Mika Singh

acqueliene Fernandez, Jean-Claude Van Damme & Mika Singh

ନିକଟରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ହଲିଉଡର ଆକ୍ସନ୍ ଲିଜେଣ୍ଡ ଜିନ-କ୍ଲାଉଡ୍ ବେନ୍ ଡେମଙ୍କ ସହ ଏକ ଫଟୋ ପୋଷ୍ଟ୍ କରିଥିଲେ। ବରୁଣ ଧାୱନ ଏବଂ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ସମେତ ବହୁ ଫ୍ୟାନ୍ ଫଲୋର୍ସ ମଧ୍ୟ ଜ୍ୟାକଲିନଙ୍କ ପୋଷ୍ଟରେ ରିଆକ୍ଟ କରିଥିଲେ। ବର୍ତ୍ତମାନ ସମାନ ଫଟୋରେ ମିକା ସିଂହଙ୍କ ଏକ କମେଣ୍ଟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି।

Advertisment
Mika Singh Postମିକା ସିଂହଙ୍କ ପୋଷ୍ଟ

62 ବର୍ଷୀୟ ବେନ୍ ଡେମଙ୍କ ସହ ଜ୍ୟାକଲିନଙ୍କ ଫଟୋକୁ ନେଇ ମିକା ସିଂହ ଏକ ପରାମର୍ଶ ଜାରି କରିଛନ୍ତି କହିଲେ କିଛି ଭୁଲ୍ ହେବନି। କାରଣ ସେ ଏହି ଫଟୋ ପୋଷ୍ଟ କରି ବେନ୍ ଡେମଙ୍କୁ ଠକ ସୁକେଶ ସହ ତୁଳନା କରିଛନ୍ତି ଏବଂ ସେ ସୁକେଶଠାରୁ ବହୁଗୁଣା ଭଲ ବୋଲି କହିଛନ୍ତି।

ଏକ୍ସ(ପୂର୍ବର ଟ୍ୱିଟରରେ) ମିକା ସିଂହ ଜ୍ୟାକଲିନ୍ ବେନ୍ ଡେମଙ୍କ ସହ ପୋଷ୍ଟ କରିଥିବା ଫଟୋ ଶେଆର୍ କରି ଲେଖିଛନ୍ତି, 'ଉଭୟ ଖୁବ୍ ସୁନ୍ଦର ଲାଗୁଛ। ସେ ସୁକେଶଠାରୁ ବହୁଗୁଣା ଭଲ।' ଆଗକୁ ଆସୁଛି ଜ୍ୟାକଲିଙ୍କ 'ୱେଲକମ୍ 3'। ଏଥିରେ ମିକା ସିଂହ ମଧ୍ୟ ସ୍କ୍ରିନ୍ ଶେଆର୍ କରିଛନ୍ତି।  

Advertisment
Mika Singh Jacqueline Fernandez Van Damme