RRR Win Oscar
ଚଳିତ ଓସ୍କାରରେ ଇତିହାସ ରଚିଲା ଭାରତ। ପୁରସ୍କାର ହାତେଇଲା ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍ଆର୍ଆର୍। ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଏବେ ଏହି ଏକାଡେମୀ ଆୱାର୍ଡ ହାସଲ କରି ଫିଲ୍ମ ଆର୍ଆର୍ଆର୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଅପ୍ଲାଜ, ହୋଲ୍ଡ ମାଇ ହ୍ୟାଣ୍ଡ, ଲିଫ୍ଟ ମି ଅପ୍ ଓ ଦିସ୍ ଇଜ୍ ଏ ଲାଇଫ ମଧ୍ୟ ସାମିଲ ଥିଲା। ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଆର୍ଆର୍ଆର୍ର ନାଟୁ ନାଟୁ ଗୀତ ବାଜି ମାରିଛି । ମ୍ୟୁଜିକ କମ୍ପୋଜର ଏମ୍ଏମ୍ କିରୱାନୀ ଓ ଚନ୍ଦ୍ରବୋସ ମଞ୍ଚ ଉପରେ ଓସ୍କାର ପୁରସ୍କାର ହାତେଇଛନ୍ତି। ଏ ଦୁହେଁ ନିଜ ସ୍ପିଚ୍ ଜରିଆରେ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଛନ୍ତି।
ସେପଟେ ଏହି ଗୀତ ପୁରସ୍କାର ଜିତିବା ନେଇ ଘୋଷଣା ହେବା ପରେ ପୂରା ଡଲବୀ ଥିଏଟର୍ ଖୁସିରେ ନାଚି ଉଠିଛି। ଓସ୍କାର ପୁରସ୍କାର ସମାରୋହରେ ଆର୍ଆର୍ଆର୍ ଫିଲ୍ମର ପୂରା ଟିମ୍ ସାମିଲ ଅଛନ୍ତି। ଏସ୍ଏସ୍ ରାଜାମୌଲି, ଜୁନିଅର୍ ଏନ୍ଟିଆର୍ ଓ ରାମଚରଣ ମଧ୍ୟ ଫିଲ୍ମକୁ ଓସ୍କାର ମିଳିବା ପରେ ଖୁସିରେ ଫାଟି ପଡିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678678250.jpg)