Advertisment

ରାଜ କୁନ୍ଦ୍ରାଙ୍କ ବନ୍ଦୀ ଜୀବନ ଉପରେ ଆଧାରିତ ଫିଲ୍ମ 'UT 69'ର ଟ୍ରେଲର୍ ରିଲିଜ୍

ତାଙ୍କ ବିରୁଦ୍ଧରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଲାଗିଥିବା ଅଭିଯୋଗ, ସେ ଜେଲରେ ବିତାଇଥିବା ସମୟ ଉପରେ ଆଧାର କରି ଏହି ସିନେମା ନିର୍ମାଣ କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Raj Kundra

Raj Kundra

ନିଜ ଜୀବନ ଉପରେ ଆଧାରିତ ରାଜ କୁନ୍ଦ୍ରାଙ୍କ 'UT 69' ଫିଲ୍ମ ଟ୍ରେଲର ରିଲିଜ୍। ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ନିର୍ଦ୍ଦେଶକ ରାଜ କୁନ୍ଦ୍ରା। ନିଜ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ସିନେମାନେ ନିଜେ ଅଭିନୟ କରିଛନ୍ତି ରାଜ କୁନ୍ଦ୍ରା। ଏଏ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଶାହନୱାଜ ଅଲି ନିର୍ଦ୍ଦେଶନା ଦେଇଛନ୍ତି। ନଭେମ୍ବର 3 ରେ ରିଲିଜ୍ ହେବ 'UT 69'।  

Advertisment

କହିବାକୁ ଗଲେ 'UT 69' ହେଉଛି ରାଜ କୁନ୍ଦ୍ରାଙ୍କ ବାୟୋପିକ୍। ତାଙ୍କ ବିରୁଦ୍ଧରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଲାଗିଥିବା ଅଭିଯୋଗ, ସେ ଜେଲରେ ବିତାଇଥିବା ସମୟ ଉପରେ ଆଧାର କରି ଏହି ସିନେମା ନିର୍ମାଣ କରାଯାଇଛି। ରାଜ କୁନ୍ଦ୍ରାଙ୍କ କଳା ଦିନର ମୁହୂର୍ତ୍ତଗୁଡିକ ଟ୍ରେଲରେ ଦେଖିବାକୁ ମିଳୁଛି। 

Advertisment

ଟ୍ରେଲରରେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ, ଏହି ମାମଲା ଖବର ଶିରୋନାମାରେ ରହିବା, ଜେଲରେ କଏଦୀମାନ ଏବଂ ପୁଲିସର ବ୍ୟବହାର ସବୁକିଛି ପରଦାରେ ଚିତ୍ରିତ କରାଯାଇଛି। କଏଦୀମାନେ ତାଙ୍କୁ ଶିଳ୍ପା ଶେଟଟ୍ଟୀଙ୍କ ସ୍ୱାମୀ ଭାବେ ବିଶ୍ୱାସ କରୁନଥିବା, ଜେଲରେ ଖାଇବାକୁ, ଶୋଇବାକୁ ଏପରିକି ବ୍ରସ୍ କରିବାକୁ ମଧ୍ୟ ମିଳୁନଥିବା ଟ୍ରେଲରେ ଦେଖିବାକୁ ମିଳୁଛି। 

ନିଜ ଜୀବନୀ ଉପରେ ଆଧାରିତ ସତ ଘଟଣାକୁ ନିଜେ ପରଦାରେ ଆଙ୍କି ଥିବାରୁ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀଙ୍କୁ ବେଶ୍ ପ୍ରଶଂସା ଏବଂ ସମର୍ଥନ କରିଛନ୍ତି। ଶିଳ୍ପା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀଙ୍କ ବାୟୋପିକର ଟ୍ରେଲର ଶେଆର କରିଛନ୍ତି। ଏହା ସହିତ ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି। ଶିଳ୍ପା ଲେଖିଛନ୍ତି- 'ଅଲ୍ ଦ ବେଷ୍ଟ୍, କୁକି। ତୁମେ ଜଣେ ସାହସୀ ବ୍ୟକ୍ତି, ଏହି କାରଣରୁ ମୁଁ ତୁମକୁ ଅଧିକ ପ୍ରଶଂସା କରେ! ଏଥିରେ(ସିନେମା)ରେ ତମର ସାହସ ଏବଂ ସକାରାତ୍ମକତା ରହିଛି!'

ପ୍ରକାଶ ଥଉ କି, 2021ରେ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର(ବ୍ଲୁ ପିକ୍ଚର୍) ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ସେ ହଟସଟ୍ ନାମକ ଏକ ଆପ୍ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଶେଆର୍ କରୁଥିବା ଅଭିଯୋଗ ପରେ ମୁମ୍ବାଇ ପୁଲିସ ତାଙ୍କୁ 19 ଜୁଲାଇ 2021ରେ ଗିରଫ କରିଥିଲା। ଦୀର୍ଘଦିନ ଧରି ସେ ଜେଲରେ ରହିବା ପରେ ମୁକୁଳିଥିଲେ। ବର୍ତ୍ତମାନ ଗଣମାଧ୍ୟମକୁ ଏଡାଇବା ପାଇଁ ସେ ମାସ୍କ ପିନ୍ଧୁଥିବାର ନଜର ଆସିଛନ୍ତି।

Bollywood Raj Kundra Shilpa Shetty UT 69 UT 69 Trailer Out Raj Kundra Pornography Case