ପୁଣି ଘୁଞ୍ଚିଲା, ଆର ବର୍ଷକୁ ଅପେକ୍ଷା!

ହାଇଦ୍ରାବାଦ: ଏବେ ହେବନି ଅପେକ୍ଷାର ଅନ୍ତ। ଆହୁରି ପାଖାପାଖି ବର୍ଷେ କରିବାକୁ ପଡିପାରେ ଅପେକ୍ଷା। ପୁଣି ଘୁଞ୍ଚିଲା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌। ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହୋଇନପାରେ। ଏହି ଖବର ଏବେ କୋଟି କୋଟି ଦର୍ଶକଙ୍କୁ ନିରାଶ କରିଛି। ବିଗ୍‌ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସାଇଟେଡ୍‌। ଫିଲ୍ମରେ ସାଉଥ ସୁପରଷ୍ଟାର ରାମଚରଣ, ଜୁନିଅର ଏନ୍‌ଟିଆର୍‌, ଅଜୟ ଦେବଗନ ଏବଂ […]

RRR

Madhupriya Mistry
  • Published: Monday, 23 August 2021
  • , Updated: 23 August 2021, 04:29 PM IST

ହାଇଦ୍ରାବାଦ: ଏବେ ହେବନି ଅପେକ୍ଷାର ଅନ୍ତ। ଆହୁରି ପାଖାପାଖି ବର୍ଷେ କରିବାକୁ ପଡିପାରେ ଅପେକ୍ଷା। ପୁଣି ଘୁଞ୍ଚିଲା ଫିଲ୍ମ 'ଆର୍‌ଆର୍‌ଆର୍‌'ର ରିଲିଜ ଡେଟ୍‌। ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହୋଇନପାରେ। ଏହି ଖବର ଏବେ କୋଟି କୋଟି ଦର୍ଶକଙ୍କୁ ନିରାଶ କରିଛି।

ବିଗ୍‌ବଜେଟ୍‌ ଫିଲ୍ମ 'ଆର୍‌ଆର୍‌ଆର୍‌' ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସାଇଟେଡ୍‌। ଫିଲ୍ମରେ ସାଉଥ ସୁପରଷ୍ଟାର ରାମଚରଣ, ଜୁନିଅର ଏନ୍‌ଟିଆର୍‌, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ନଜର ଆସିବେ।

ବାହୁବଳୀ ଫେମ୍‌ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଦେଖିବାକୁ ମିଳିବ ଜୋରଦାର ଆକ୍ସନ। ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ନିର୍ଦ୍ଧାରିତ ତାରିଖରେ ଏହା ରିଲିଜ ହେବ ନାହିଁ। ଏଥିରେ ପରିବର୍ତ୍ତନ କରାଯାଇଛି। ପୁଣି ଥରେ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

'ଆର୍‌ଆର୍‌ଆର୍‌'ର ନୂଆ ରିଲିଜ ଡେଟ୍‌ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ। ୨୦୨୨ରେ ଏହି ମଲ୍ଟି ଷ୍ଟାରର ଫିଲ୍ମଟି ପରଦାକୁ ଆସିବ ବୋଲି ଶୁଣିବାକୁ ମିଳିଛି। ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ।

ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତାରାମରାଜୁଙ୍କ ଜୀବନୀ ସହ ଜଡିତ ଏକ କାଳ୍ପନିକ କାହାଣୀ ଉପରେ ଫିଲ୍ମ 'ଆର୍‌ଆର୍‌ଆର୍‌' ଆଧାରିତ। ୪୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ।

Related story