ccc
ମୁମ୍ବାଇ:ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ଟୁ ପଏଣ୍ଟ ଜିରୋ। ସାରା ବିଶ୍ୱର ୧୦ ହଜାରରୁ ଅଧିକ ହଲ୍ରେ ଫିଲ୍ମକୁ ରିଲିଜ କରାଯାଇଛି । ଭାରତୀୟ ଫିଲ୍ମ ଭାବେ ସର୍ବାଧିକ ୯ ହଜାର ହଲରେ ସ୍କ୍ରିନିଂ ହୋଇଥିଲା ବାହୁବଳି ରିଲିଜ୍ ହୋଇ ଥିଲା। ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଅକ୍ଷୟ କୁମାର୍ ଓ ରଜନୀକାନ୍ତ ।
ଆଜି ଚେନ୍ନାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ରିଲିଜ୍ ହୋଇଛି ଫିଲ୍ମ। ୨୦୧୦ ବ୍ଲକ ବଷ୍ଟର୍ ମୁଭି ରୋବଟ୍ର ସିକୁଏଲ୍ ହେଉଛି ଟୁ ପଏଣ୍ଟ ଜିରୋ। ଯେଉଁଥିରେ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି ରଜନୀ। ତେବେ ଭିଲିଆନ୍ ଅବତାରରେ ଖିଲାଡି କୁମାରଙ୍କୁ ଦେଖିବାକୁ ମିଳିଛି। ଜିଆଣ୍ଟ ଲୁକ୍ରେ ଅକ୍ଷୟଙ୍କ ଫାଇଟ୍ ସିନ୍ ବେସ୍ ଚିତାକର୍ଷକ ହୋଇଛି ।
ସେହିପରି ପୂର୍ବ ପାର୍ଟରେ ଥିବା ରୋବଟ୍ ଚିଟି୍ ଏହି ଫିଲ୍ମରେ ବି ନଜର ଆସିବେ। ଜବରଦସ୍ତ ଆକ୍ସନ୍, ଫାଇଟ୍ଅ ଏବଂ ଚମତ୍କାର ଡାଇଲଗ ସହ ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିପାରିବେ ଦର୍ଶକ। ହିନ୍ଦୀ, ତାମିଲ, ତେଲଗୁ ଏବଂ ଇଁରାଜୀରେ ରିଲିଜ୍ ହୋଇଛି ଫିଲ୍ମ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/11/ccc.jpg)